ପ୍ରଧାନଶିକ୍ଷୟିତ୍ରୀଙ୍କ ଗୋଡ଼ ଘଷୁଛନ୍ତି ନବମ ଶ୍ରେଣୀ ଛାତ୍ରୀ!

କଟକ (ଓଡ଼ିଶା ରିପୋର୍ଟର): ପ୍ରଧାନଶିକ୍ଷୟିତ୍ରୀଙ୍କ ଗୋଡ଼ ଘଷୁଛନ୍ତି ନବମ ଶ୍ରେଣୀ ଛାତ୍ରୀ! ଖାଲି ଗୋଡ଼ ଘଷୁନାହାନ୍ତି, ମୁଣ୍ଡରେ ତେଲ ମାରିବାକୁ କୁହାଯାଉଛି। ଯଦି ଗୋଡ଼ ନଘଷିବୁ ଓ ମୁଣ୍ଡରେ ତେଲ ନମାଖିବୁ, ତାହାହେଲେ ପରୀକ୍ଷାରେ ଫେଲ୍‌ କରିଦେବାର ଧମକ ଦେଉଥିଲେ ପ୍ରଧାନଶିକ୍ଷୟିତ୍ରୀ। ଥରେ କି ଦୁଇ ଥର ନୁହେଁ, ଏକାଧିକ ବାର ଛାତ୍ରୀଙ୍କୁ ଏମିତିକା କାମରେ ନିୟୋଜିତ କରାଉଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଆସିଛି କଟକ ଟାଉନ୍‌ରୁ। ସ୍କୁଲରେ ପାଠ ପଢ଼ାଇବା ସମୟରେ ଛାତ୍ରୀଙ୍କୁ ଗୋଡ଼ […]

student

  • Published: Monday, 19 September 2022
  • , Updated: 20 September 2022, 11:57 AM IST

କଟକ (ଓଡ଼ିଶା ରିପୋର୍ଟର): ପ୍ରଧାନଶିକ୍ଷୟିତ୍ରୀଙ୍କ ଗୋଡ଼ ଘଷୁଛନ୍ତି ନବମ ଶ୍ରେଣୀ ଛାତ୍ରୀ! ଖାଲି ଗୋଡ଼ ଘଷୁନାହାନ୍ତି, ମୁଣ୍ଡରେ ତେଲ ମାରିବାକୁ କୁହାଯାଉଛି। ଯଦି ଗୋଡ଼ ନଘଷିବୁ ଓ ମୁଣ୍ଡରେ ତେଲ ନମାଖିବୁ, ତାହାହେଲେ ପରୀକ୍ଷାରେ ଫେଲ୍‌ କରିଦେବାର ଧମକ ଦେଉଥିଲେ ପ୍ରଧାନଶିକ୍ଷୟିତ୍ରୀ। ଥରେ କି ଦୁଇ ଥର ନୁହେଁ, ଏକାଧିକ ବାର ଛାତ୍ରୀଙ୍କୁ ଏମିତିକା କାମରେ ନିୟୋଜିତ କରାଉଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଆସିଛି କଟକ ଟାଉନ୍‌ରୁ।

ସ୍କୁଲରେ ପାଠ ପଢ଼ାଇବା ସମୟରେ ଛାତ୍ରୀଙ୍କୁ ଗୋଡ଼ ଘଷିବା କାମରେ ଲଗାଉଛନ୍ତି ପ୍ରଧାନଶିକ୍ଷୟିତ୍ରୀ। ଏନେଇ ଛାତ୍ରୀ ଜଣକ ପରିବାର ଲୋକଙ୍କୁ କହିଥିଲେ। ପରିବାର ଲୋକେ ଏ ସମ୍ପର୍କରେ ସ୍କୁଲ କମିଟିକୁ ଅବଗତ କରାଇଥିଲେ। ପରେ ଡିଇଓଙ୍କ ପାଖରେ ଅଭିଯୋଗ କରିଥିଲେ। ହେଲେ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା।

ଆଜି ସ୍କୁଲ ସମ୍ମୁଖରେ ସ୍ଥାନୀୟ ଲୋକେ, ସ୍କୁଲ କମିଟି କର୍ମକର୍ତ୍ତା ଓ ଅଭିଭାବକମାନେ ସ୍କୁଲ ଫାଟକରେ ତାଲା ପକାଇ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ତେବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପହଞ୍ଚି ଘଟଣାର ତଦନ୍ତ କରାଯାଇ ସଂପୃକ୍ତ ପ୍ରଧାନଶିକ୍ଷୟିତ୍ରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।

ଏ ବାବଦରେ ପ୍ରଧାନଶିକ୍ଷୟିତ୍ରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

Related story