ଚାର୍ଜରେ ବସାଉଥିବା ବେଳେ ଫାଟିଗଲା ମୋବାଇଲ୍‌

ଉମରକୋଟ ( କାର୍ତ୍ତିକ ମଲ୍ଲିକ): ନବରଙ୍ଗପୁର ଜିଲ୍ଲା ଝରିଗା ବ୍ଳକ୍ ଅନ୍ତର୍ଗତ ପାଲିଆ ପଞ୍ଚାୟତର ବଡ଼ପାଲିଆ ଗାଁରେ ମୋବାଇଲ୍ ଫାଟି ଯିବାରୁ ଜଣେ ନାବାଳକ ଆହତ ହୋଇଛନ୍ତି। ତାଙ୍କ ନାଁ ଲଛମନ ଭୁଞ୍ଜିଆ (୧୬)। ତାଙ୍କୁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ତାଙ୍କ ହାତ, ମୁହଁ ଓ ପେଟରେ ଆଘାତ ଲାଗିଛି। ଗତକାଲି ଲଛମନଙ୍କ ଗାଁ ବଡ଼ପାଲିଆରେ ଲାଇନ୍ ନଥିଲା। ସେଥିପାଇଁ ସେ ନିଜ ମୋବାଇଲ୍‌କୁ ସୋଲାର ବିଦ୍ୟୁତ୍‌ରେ ଚାର୍ଜ କରିବା ପାଇଁ ପ୍ରୟାସ କରୁଥିବା […]

boy1

Jitendra Garnayak
  • Published: Wednesday, 05 June 2019
  • , Updated: 05 June 2019, 12:36 PM IST

ଉମରକୋଟ ( କାର୍ତ୍ତିକ ମଲ୍ଲିକ): ନବରଙ୍ଗପୁର ଜିଲ୍ଲା ଝରିଗା ବ୍ଳକ୍ ଅନ୍ତର୍ଗତ ପାଲିଆ ପଞ୍ଚାୟତର ବଡ଼ପାଲିଆ ଗାଁରେ ମୋବାଇଲ୍ ଫାଟି ଯିବାରୁ ଜଣେ ନାବାଳକ ଆହତ ହୋଇଛନ୍ତି। ତାଙ୍କ ନାଁ ଲଛମନ ଭୁଞ୍ଜିଆ (୧୬)।

ତାଙ୍କୁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ତାଙ୍କ ହାତ, ମୁହଁ ଓ ପେଟରେ ଆଘାତ ଲାଗିଛି।

ଗତକାଲି ଲଛମନଙ୍କ ଗାଁ ବଡ଼ପାଲିଆରେ ଲାଇନ୍ ନଥିଲା। ସେଥିପାଇଁ ସେ ନିଜ ମୋବାଇଲ୍‌କୁ ସୋଲାର ବିଦ୍ୟୁତ୍‌ରେ ଚାର୍ଜ କରିବା ପାଇଁ ପ୍ରୟାସ କରୁଥିବା ବେଳେ ଏହି ଘଟଣା ଘଟିଥିଲା।

Related story