ସମସ୍ତେ ଦଶାହ କାର୍ଯ୍ୟରେ ବ୍ୟସ୍ତ ଥିଲେ, କାର ଭିତରେ ଚାଲିଗଲା ଶିଶୁ ପୁତ୍ରର ଜୀବନ

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲା ତାରସିଂ ଥାନା ହଳନ୍ଦଖୋଳା ଗ୍ରାମରେ କାର ଭିତରେ ଶ୍ୱାସ ରୁଦ୍ଧ ହୋଇ ୬ବର୍ଷ ଶିଶୁପୁତ୍ରର ମୃତ୍ୟୁ ହୋଇଛି। ପଥରା ପଲ୍ଲୀ ଗ୍ରାମର ବିକ୍ରମ ପ୍ରଧାନ ସୁରତରେ ରହୁଥିବା ବେଳେ  ଜଣେ ସମ୍ପର୍କୀୟଙ୍କ ଦଶାହ କାର୍ଯ୍ୟରେ ଯୋଗଦେବାକୁ ତାଙ୍କ ପତ୍ନୀ ଓ ପୁଅ ହଳନ୍ଦଖୋଳା ଗ୍ରାମକୁ ଯାଇଥିଲେ। ଦଶାହ କାର୍ଯ୍ୟରେ ସମସ୍ତେ ବ୍ୟସ୍ତ ଥିବାରୁ ପୁଅ ସାଇ ବାହାରେ ଖେଳିବା ପରେ କାରରେ ଯାଇ ବସିଥିଲା। ଗାଡିର କାଚ ଝରକା ସବୁ ବନ୍ଦ […]

n-987

Tapas Behera
  • Published: Sunday, 10 May 2020
  • , Updated: 10 May 2020, 06:21 PM IST

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲା ତାରସିଂ ଥାନା ହଳନ୍ଦଖୋଳା ଗ୍ରାମରେ କାର ଭିତରେ ଶ୍ୱାସ ରୁଦ୍ଧ ହୋଇ ୬ବର୍ଷ ଶିଶୁପୁତ୍ରର ମୃତ୍ୟୁ ହୋଇଛି। ପଥରା ପଲ୍ଲୀ ଗ୍ରାମର ବିକ୍ରମ ପ୍ରଧାନ ସୁରତରେ ରହୁଥିବା ବେଳେ  ଜଣେ ସମ୍ପର୍କୀୟଙ୍କ ଦଶାହ କାର୍ଯ୍ୟରେ ଯୋଗଦେବାକୁ ତାଙ୍କ ପତ୍ନୀ ଓ ପୁଅ ହଳନ୍ଦଖୋଳା ଗ୍ରାମକୁ ଯାଇଥିଲେ। ଦଶାହ କାର୍ଯ୍ୟରେ ସମସ୍ତେ ବ୍ୟସ୍ତ ଥିବାରୁ ପୁଅ ସାଇ ବାହାରେ ଖେଳିବା ପରେ କାରରେ ଯାଇ ବସିଥିଲା। ଗାଡିର କାଚ ଝରକା ସବୁ ବନ୍ଦ ଥିବାରୁ ସାଇ ଭିତରେ ଅଣ ନିଶ୍ୱାସୀ ହୋଇପଡିଥିଲା ।

ଗାଡ଼ି ଭିତରୁ ସେ ଡୋର ଖୋଲି ବାହାରକୁ ଆସି ପାରି ନଥିଲା । ବହୁ ସମୟ ପରେ ଘର ଲୋକେ ସାଇକୁ ଖୋଜା ଖୋଜି କରିବା ପରେ କାର ଭିତରୁ ଅଚେତ ଅବସ୍ଥାରେ ଉଦ୍ଧାର କରି ଭଞ୍ଜନଗର ମେଡିକାଲ କୁ ଆଣିଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

 

Related story