ରାଧେ ଘରୁ ମିଳିଥିବା ବ୍ୟାଗ ମମିତାଙ୍କର ନୁହେଁ, ସ୍ପଷ୍ଟ କଲା ପୁଲିସ

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ମହାଲିଙ୍ଗ ସନ୍‌ସାଇନ୍‌ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ଗିରଫ ହୋଇଥିବା ରାଧେ ଘରୁ ଗୋଟିଏ ବ୍ୟାଗ୍‌ ମିଳିଥିଲା। ସେହି ବ୍ୟାଗ୍‌ରୁ ଗୋଟିଏ ମୋବାଇଲ୍ ଫୋନ୍, ଗୋଟିଏ ମୋବାଇଲ୍ ଫୋନ୍ ଚାର୍ଜର, ୩ ହଳ ମହିଳା ଡ୍ରେସ୍ ଓ କିଛି ଔଷଧ ଥିବା ଜଣାପଡ଼ିଛି। ବ୍ୟାଗ୍‌ରେ ମୋବାଇଲ୍ ଫୋନ୍ ଥିବାରୁ ତାହା ମୃତ ମମିତା ମେହେରଙ୍କ ବୋଲି ସନ୍ଦେହ କରାଯାଉଛି। ତେବେ ଆଜି ଏହା ଉପରୁ ପର୍ଦ୍ଦା ହଟିଛି। ବ୍ୟାଗଟି ମମିତାଙ୍କର ନୁହେଁ […]

Mamita-Meher

Mamita-Meher

Manoranjan Sial
  • Published: Saturday, 23 October 2021
  • Updated: 23 October 2021, 04:53 PM IST

Sports

Latest News

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ମହାଲିଙ୍ଗ ସନ୍‌ସାଇନ୍‌ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ଗିରଫ ହୋଇଥିବା ରାଧେ ଘରୁ ଗୋଟିଏ ବ୍ୟାଗ୍‌ ମିଳିଥିଲା। ସେହି ବ୍ୟାଗ୍‌ରୁ ଗୋଟିଏ ମୋବାଇଲ୍ ଫୋନ୍, ଗୋଟିଏ ମୋବାଇଲ୍ ଫୋନ୍ ଚାର୍ଜର, ୩ ହଳ ମହିଳା ଡ୍ରେସ୍ ଓ କିଛି ଔଷଧ ଥିବା ଜଣାପଡ଼ିଛି। ବ୍ୟାଗ୍‌ରେ ମୋବାଇଲ୍ ଫୋନ୍ ଥିବାରୁ ତାହା ମୃତ ମମିତା ମେହେରଙ୍କ ବୋଲି ସନ୍ଦେହ କରାଯାଉଛି। ତେବେ ଆଜି ଏହା ଉପରୁ ପର୍ଦ୍ଦା ହଟିଛି। ବ୍ୟାଗଟି ମମିତାଙ୍କର ନୁହେଁ ବୋଲି ପୁଲିସ୍ ସ୍ପଷ୍ଟ କରିଛି।

ସେପଟେ ମୃତଦେହ ନିକଟରୁ ମିଳିଥିବା ମମିତାଙ୍କ ଚେନ୍‌ ଓ ପାଉଁଜି ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି। ମମିତାଙ୍କ ପରିବାର ଲୋକ ଚିହ୍ନଟ କରିବା ପରେ ପୁଲିସ ହସ୍ତାନ୍ତର କରିଛି।

ମହାଲିଙ୍ଗ କଲେଜ ଅଧ୍ୟକ୍ଷ ଗୋବିନ୍ଦ ସାହୁଙ୍କ ଅନୈତିକ ପ୍ରେମ କାହାଣୀ କଳାଚିଠା ଥିଲା ସନ୍‌ସାଇନ୍‌ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କ ପାଖରେ। ଯେଉଁଥିପାଇଁ ସେ କଥା କଥାରେ ପ୍ରମାଣ ପ୍ରଘଟ କରିଦେବାକୁ ଧମକ ଦେଉଥିଲେ। ଯେଉଁଥିପାଇଁ ଚିନ୍ତିତ ଥିଲେ ଗୋବିନ୍ଦ। ଆଉ ହତ୍ୟା ପାଇଁ ଯୋଜନା କରିଥିଲେ। ସେଥିପାଇଁ ଗତ ୮ ତାରିଖରେ ସ୍କୁଲରେ ବୈଠକ ଅଛି ବୋଲି ବାହାନା କରି ମମିତାଙ୍କୁ ଡ଼କାଇଥିଲେ ଗୋବିନ୍ଦ। ଡାକରା ପାଇ ମମିତା ଆସିଥିଲେ। ଉଭୟ ଭବାନୀପାଟଣା ଯାଇଥିଲେ। ସେଠାରୁ ଫେରୁଥିବା ବେଳେ ନିଜ କାର୍‌ ଭିତରେ ମମିତାଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ ଗୋବିନ୍ଦ।

ମମିତାଙ୍କୁ ହତ୍ୟା କରିବା ପରେ ମୃତଦେହ ଧରି ସ୍କୁଲରେ ପହଞ୍ଚିଥିଲେ। ସଞ୍ଜ ନଇବା ପରେ ସ୍କୁଲ ପଡ଼ିଆରେ ପୂର୍ବରୁ ଖୋଳା ଯାଇଥିବା ଗାତରେ ମୃତଦେହ ପକାଇ ଟାୟାର ଓ କାର୍ଡ଼ବୋର୍ଡରେ ନିଆଁ ଲଗାଇ ପୋଡ଼ି ଦେଇଥିଲେ। ତା’ପରଦିନ ମୃତଦେହ ପୋଡ଼ାଯାଇଥିବା ଗାତ ପୋତି ଦେଇଥିଲେ।

ସେପଟେ ଝିଅ ଘରକୁ ନଫେରିବାରୁ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗକୁ ଭିତ୍ତିକରି ମାମଲା ରୁଜୁ କରି ବିଭିନ୍ନ ଦିଗରୁ ତଦନ୍ତ କରି ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ତା’ ସହଯୋଗୀ ରାଧେକୁ ଗିରଫ କରିଛି। ଗୋବିନ୍ଦ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ରଙ୍କ ଘନିଷ୍ଠ ସହଯୋଗୀ ହୋଇଥିବାରୁ ରାଜ୍ୟ ଏବେ ଉଠୁଛି ପଡ଼ୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos