କଲ୍ୟାଣସିଂହପୁର(ମାଉଡ଼ି ବାରିକ): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁରରେ ଗତକାଲିଠାରୁ ପ୍ରବଳ ବର୍ଷା ହେବା ଯୋଗୁ କଲ୍ୟାଣୀ ଓ ନାଗାବଳୀ ନଈ ଫୁଲିବାରେ ଲାଗିଛି। ଫଳରେ କଲ୍ୟାଣସିଂହପୁରରୁ ପାଞ୍ଚଟି ପଞ୍ଚାୟତକୁ ସଂଯୋଗ କରୁଥିବା ଏକ ଅସ୍ଥାୟୀ ପୋଲ ଉପରେ ୫ ଫୁଟ୍ର ପାଣି ବହିବାରୁ ଏହା ଧୋଇ ହୋଇ ଯାଇଛି।
ପୋଲ ଧୋଇ ହୋଇ ଯିବାରୁ ଲୋକଙ୍କ ଯାତାୟାତ ଠପ୍ ହୋଇଯାଇଛି। ସୂଚନାଯୋଗ୍ୟ, ୨୦୧୭ ମସିହା ଜୁଲାଇ ମାସରେ ହୋଇଥିବା ବନ୍ୟାରେ ଏଠାରେ ଥିବା ସ୍ଥାୟୀ ପୋଲ ଭାଙ୍ଗି ଯାଇଥିଲା। ତେଣୁ ହୋମ୍ ପାଇପ୍ ସାହାଯ୍ୟରେ ଏକ ଅସ୍ଥାୟୀ ପୋଲ ନିର୍ମାଣ ହୋଇଥିଲା। ହେଲେ ଏବେ ଏହା ବର୍ଷାରେ ଧୋଇ ଯାଇଛି।
ଏନେଇ ସ୍ଥାନୀୟ ବାସିନ୍ଦା ଦୋରା ମହାନନ୍ଦିଆ କହିଛନ୍ତି,“ ଏଠାରେ ଥିବା ବ୍ରିଜ୍ ୨୦୧୭ ମସିହାରେ ଭାଙ୍ଗି ଯିବାରୁ ମାଟିରେ ଏକ ବ୍ରିଜ୍ ତିଆରି କରାଯାଇଥିଲା। ହେଲେ ବର୍ଷାରେ ଏହି ବିଜ୍ ମଧ୍ୟ ଧୋଇ ହୋଇଗଲା। ଫଳରେ ଏବେ ଲୋକେ ଓ ଛାତ୍ରଛାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେବେ।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
କେଉଁଠି ବସ୍ ଚାପି ଦେଲା, କେଉଁଠି ଟ୍ରକ୍ ପିଟି ଦେଲା; ୬ ମୃତ, ୧୫ରୁ ଅଧିକ ଆହତ
କାର ପିଟି ଦେବାରୁ ଚାଲିଗଲା ଶାଶୁଙ୍କ ଜୀବନ। ଜ୍ୱାଇଁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି।
Miscellaneous
କଳକୀ କିଏ? ଏମିତି କହିଲେ ବାବା ବଳିଆ
ବାବା ବଳିଆ କହିଛନ୍ତି, ଆମେ ପିଲା ଦିନରୁ ଅନେକ କଳକୀ, ଅନେକ ମାଧବ ଓ ଅନେକ କୃଷ୍ଣଙ୍କୁ ଦେଖିଛୁ। ତାଙ୍କ ସହିତ କଥାବାର୍ତ୍ତା ହୋଇଛୁ। ସେମାନେ ସବୁବେଳେ ଦାବି କରନ୍ତି, ଆମେ କଳକୀ ବୋଲି।
Entertainment
ଅନନ୍ତ, ଶ୍ରୀନିବାସ ଓ ଜୟୀ ଗ୍ରହଣ କଲେ ‘ମୋହନସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର’
୨୦୨୧ ବର୍ଷ ପାଇଁ ଶ୍ରେଷ୍ଠ ଅଭିନେତା ଭାବରେ ‘ପ୍ରତୀକ୍ଷା’ ଚଳଚ୍ଚିତ୍ର ପାଇଁ ଦୀପନ୍ୱିତ ଦାସ ମହାପାତ୍ର ଓ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ‘ଡାଲଚିନି’ ଚଳଚ୍ଚିତ୍ର ପାଇଁ ସୂର୍ଯ୍ୟମୟୀ ମହାପାତ୍ରଙ୍କୁ ପୁରସ୍କୃତ କରାଯାଇଛି।