ଓଲଟି ପଡ଼ିଲା ବସ୍‌

ବଣାଇ (ରଞ୍ଜିତ ଚୌଧୁରୀ): ଆଜି ଭୋରରେ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିବା ଫଳରେ ୧୦ ଜଣ ଆହତ ହୋଇଛନ୍ତି। ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ଅନ୍ତର୍ଗତ ଲୁଥୁରବା ନିକଟରେ। ଏ-ୱାନ୍‌ ନାମକ ଏହି ବସ୍‌ଟି ଭୁବନେଶ୍ୱରରୁ ବଣାଇ ଆସୁଥିଲା। ବଣାଇ ଏହାର ଶେଷ ଷ୍ଟପେଜ୍ ଥିଲା। ତେବେ ବସ୍‌ଟି ବଣାଇରେ ଯାତ୍ରୀଙ୍କୁ ଓହ୍ଲାଇ ୧୪୩ ନମ୍ବର ଜାତୀୟ ରାଜପଥରେ ଗୋପନା ଅଭିମୁଖେ ଯାଉଥିବା ବେଳେ ଭୋର […]

bus

Jitendra Garnayak
  • Published: Friday, 04 January 2019
  • , Updated: 04 January 2019, 08:00 AM IST

ବଣାଇ (ରଞ୍ଜିତ ଚୌଧୁରୀ): ଆଜି ଭୋରରେ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିବା ଫଳରେ ୧୦ ଜଣ ଆହତ ହୋଇଛନ୍ତି। ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ଅନ୍ତର୍ଗତ ଲୁଥୁରବା ନିକଟରେ।

ଏ-ୱାନ୍‌ ନାମକ ଏହି ବସ୍‌ଟି ଭୁବନେଶ୍ୱରରୁ ବଣାଇ ଆସୁଥିଲା। ବଣାଇ ଏହାର ଶେଷ ଷ୍ଟପେଜ୍ ଥିଲା। ତେବେ ବସ୍‌ଟି ବଣାଇରେ ଯାତ୍ରୀଙ୍କୁ ଓହ୍ଲାଇ ୧୪୩ ନମ୍ବର ଜାତୀୟ ରାଜପଥରେ ଗୋପନା ଅଭିମୁଖେ ଯାଉଥିବା ବେଳେ ଭୋର ପ୍ରାୟ ସାଢ଼େ ୪ଟା ବେଳେ ଓଲଟି ପଡ଼ିଥିଲା। ବଣାଇ ଶେଷ ଷ୍ଟପେଜ୍ ହୋଇଥିବାରୁ ବସ୍‌ରେ ଅଳ୍ପ ଯାତ୍ରୀ ଥିଲେ।

ପ୍ରବଳ କୁହୁଡ଼ି ଯୋଗୁ ବସ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ପ୍ରବଳ କୁହୁଡି ଯୋଗୁ ରାସ୍ତା ଭଲ ଭାବେ ଦେଖାଯାଉ ନଥିଲା। ତେଣୁ ବସ୍‌ଟି ହଠାତ୍ ରାସ୍ତା ତଳକୁ ଖସି ଯାଇ ଓଲଟି ପଡ଼ିଥିଲା।

 

Related story