ଧରାପଡ଼ିଲା ଧୂର୍ତ୍ତ ଠକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ୍ରାଇମବ୍ରାଞ୍ଚ EOW କବଜାରେ ଧୂର୍ତ୍ତ ଠକ। କେନ୍ଦ୍ର ଅର୍ଥ ମନ୍ତ୍ରାଳୟର ଅଫିସର ପରିଚୟ ଦେଇ ୨କୋଟି ୩୫ ଲକ୍ଷ ଠକେଇ ଅଭିଯୋଗରେ ଠକ ବିଜୟ ଭରଦ୍ୱାଜଙ୍କୁ ଉତ୍ତରପ୍ରଦେଶରୁ ବାନ୍ଧିଛି EOW। ଉତ୍ତରପ୍ରଦେଶ ବାସିନ୍ଦା  ବିଜୟ ଅର୍ଥ ମନ୍ତ୍ରାଳୟର ବରିଷ୍ଠ ପଦାଧିକାରୀ ପରିଚୟ ଦେଇ ୨୦୧୯ରେ ବୀମା ହିତାଧିକାରୀ କେଉଁଝର ଜିଲ୍ଲା ଯୋଡ଼ାର ପ୍ରମୋଦ ରାଉତଙ୍କୁ ଟାର୍ଗେଟ କରିଥିଲେ। ଅର୍ଥ ବିଭାଗ ଦ୍ୱାରା ତାଙ୍କ ବୀମା ବଣ୍ଡ ପୁରସ୍କାର ପାଇବାକୁ ମନୋନୀତ ହୋଇଥିବା କହିଥିଲେ। ୩ […]

cheat

  • Published: Friday, 11 November 2022
  • , Updated: 11 November 2022, 10:08 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ୍ରାଇମବ୍ରାଞ୍ଚ EOW କବଜାରେ ଧୂର୍ତ୍ତ ଠକ। କେନ୍ଦ୍ର ଅର୍ଥ ମନ୍ତ୍ରାଳୟର ଅଫିସର ପରିଚୟ ଦେଇ ୨କୋଟି ୩୫ ଲକ୍ଷ ଠକେଇ ଅଭିଯୋଗରେ ଠକ ବିଜୟ ଭରଦ୍ୱାଜଙ୍କୁ ଉତ୍ତରପ୍ରଦେଶରୁ ବାନ୍ଧିଛି EOW। ଉତ୍ତରପ୍ରଦେଶ ବାସିନ୍ଦା  ବିଜୟ ଅର୍ଥ ମନ୍ତ୍ରାଳୟର ବରିଷ୍ଠ ପଦାଧିକାରୀ ପରିଚୟ ଦେଇ ୨୦୧୯ରେ ବୀମା ହିତାଧିକାରୀ କେଉଁଝର ଜିଲ୍ଲା ଯୋଡ଼ାର ପ୍ରମୋଦ ରାଉତଙ୍କୁ ଟାର୍ଗେଟ କରିଥିଲେ। ଅର୍ଥ ବିଭାଗ ଦ୍ୱାରା ତାଙ୍କ ବୀମା ବଣ୍ଡ ପୁରସ୍କାର ପାଇବାକୁ ମନୋନୀତ ହୋଇଥିବା କହିଥିଲେ।

୩ କୋଟି ଟଙ୍କା ମିଳିବାର ଲୋଭ ଦେଖାଇବା ସହ ପ୍ରୋସେସିଂ ଫି ପାଇଁ ଟଙ୍କା ମାଗିଥିଲେ। ଏଥିପାଇଁ ପର୍ଯ୍ୟାୟ କ୍ରମେ ଲୁଟିନେଇଥିଲେ ୨ କୋଟି ୩୫ ଲକ୍ଷ ଟଙ୍କା। ଏନେଇ କ୍ରାଇମବ୍ରାଞ୍ଚ EOWରେ ଅଭିଯୋଗ ପରେ ମାମାଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିଲେ। ଗତ ୯ ତାରିଖରେ ଠକ ବିଜୟ ଭରଦ୍ୱାଜଙ୍କୁ ଗିରଫ କରି ୫ ଦିନିଆ ଟ୍ରାନଜିଟ୍ ରିମାଣ୍ଡରେ ଅଣାଯାଇଥିବା କହିଛନ୍ତି EOW ଏସ୍‌ପି। ଆସନ୍ତାକାଲି ତାଙ୍କୁ ବରବିଲ ଜେଏମ୍‌ଏଫ୍‌ସିଙ୍କ କୋର୍ଟରେ ହାଜର କରାଯିବ।

ଅଭିଯୁକ୍ତ ଜଣଙ୍କ ଲୋକଙ୍କୁ ଠକେଇ କରୁଥିବା ଗ୍ୟାଙ୍ଗର ଜଣେ ସଦସ୍ୟ ବୋଲି ଜଣାପଡ଼ିଛି। ତାଙ୍କ ଆକାଉଣ୍ଟରୁ ୭୯ ଲକ୍ଷ ଟଙ୍କା ଜବତ କରାଯାଇଛି। ଏହି ମାମଲାରେ ପୂର୍ବରୁ ହିମାଂଶୁ ଭଣ୍ଡାରୀଙ୍କୁ ଇଓଡବ୍ଲୁ ଗିରଫ କରିଥିଲା। ଏହି ଗ୍ୟାଙ୍ଗର ଅନ୍ୟ ସଦସ୍ୟଙ୍କୁ ଧରିବାକୁ ତଦନ୍ତ ଜାରି ରହିଥିବା EOW ପକ୍ଷରୁ ସୂଚନା ମିଳିଛି।

Related story