କଲେଜ ଛାତ୍ରୀଙ୍କୁ ଟେକିନେଲେ ଦୁର୍ବୃତ୍ତ, ଘଟଣାସ୍ଥଳରେ ପଡ଼ିଛି ଛାତ୍ରୀଙ୍କ ସ୍କୁଟି ଓ ଚପଲ

ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର):ରାସ୍ତାରୁ କଲେଜ ଛାତ୍ରୀଙ୍କୁ ଟେକିନେଲେ ଦୁର୍ବୃତ୍ତ। ଖୋର୍ଦ୍ଧା ବୋଲଗଡ଼ ଥାନା ମାଳିସାହି ରାସ୍ତାରେ କଲେଜରୁ ଫେରୁଥିବା ଜଣେ ଛାତ୍ରୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ଆସିଛି। ଛାତ୍ରୀ ଜଣଙ୍କ ସ୍ଥାନୀୟ ଏକ କଲେଜର ଯୁକ୍ତ ୩ ଦ୍ୱିତୀୟ ବର୍ଷରେ ପାଠ ପଢୁଛନ୍ତି। ତେବେ କଲେଜରୁ ଘରକୁ ଫେରିବା ବାଟରେ ଅପରାହ୍ନ ଗୋଟାଏରୁ ୨ଟା ମଧ୍ୟରେ ମାଳିସାହି ରାସ୍ତାର ଜନ୍ତାରିବନ୍ଧ ନିକଟରୁ ତାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ଛାତ୍ରୀଙ୍କ ସ୍କୁଟି ଓ ଚପଲ ପଡିଥିବା ଦେଖିବାକୁ […]

78

Tapas Behera
  • Published: Tuesday, 29 January 2019
  • , Updated: 29 January 2019, 09:46 PM IST

ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର):ରାସ୍ତାରୁ କଲେଜ ଛାତ୍ରୀଙ୍କୁ ଟେକିନେଲେ ଦୁର୍ବୃତ୍ତ। ଖୋର୍ଦ୍ଧା ବୋଲଗଡ଼ ଥାନା ମାଳିସାହି ରାସ୍ତାରେ କଲେଜରୁ ଫେରୁଥିବା ଜଣେ ଛାତ୍ରୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ଆସିଛି। ଛାତ୍ରୀ ଜଣଙ୍କ ସ୍ଥାନୀୟ ଏକ କଲେଜର ଯୁକ୍ତ ୩ ଦ୍ୱିତୀୟ ବର୍ଷରେ ପାଠ ପଢୁଛନ୍ତି।

ତେବେ କଲେଜରୁ ଘରକୁ ଫେରିବା ବାଟରେ ଅପରାହ୍ନ ଗୋଟାଏରୁ ୨ଟା ମଧ୍ୟରେ ମାଳିସାହି ରାସ୍ତାର ଜନ୍ତାରିବନ୍ଧ ନିକଟରୁ ତାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ଛାତ୍ରୀଙ୍କ ସ୍କୁଟି ଓ ଚପଲ ପଡିଥିବା ଦେଖିବାକୁ ମିଳିଛି । ଏନେଇ  ଛାତ୍ରୀଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହେବା ପରେ ବୋଲଗଡ଼ ଥାନା ପୁଲିସ୍ ଘଟଣାର ତଦନ୍ତ କରୁଛି ।

Related story