ନଦୀରେ ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର; କ୍ଷତିପୂରଣ ଦାବିରେ ରାସ୍ତାରୋକ

ଯାଜପୁର (ଗୁଲାମ ଗସ୍): ଯାଜପୁର ଜିଲ୍ଲା ଜେନାପୁର ନିକଟସ୍ଥ ଚଉଷଠିପଡ଼ା ଘାଟରେ ଗତକାଲି ଗାଧୋଉଥିବା ବେଳେ ବ୍ରାହ୍ମଣୀ ନଦୀରେ ବୁଡ଼ି ନିଖୋଜ ଥିବା ଛାତ୍ରଙ୍କ ମୃତଦେହ ଆଜି ସକାଳେ ଉଦ୍ଧାର କରାଯାଇଛି।  ମୃତ ଛାତ୍ର ହେଉଛନ୍ତି ଚଉଷଠିପଡ଼ା ଗାଁର ତରଣୀସେନ ସାହୁଙ୍କ ପୁଅ ବବ୍‌ଲୁ। ସେ ଜଣେ ମେଧାବୀ ଛାତ୍ର ଥିଲେ। ଚଳିତ ବର୍ଷ ଯୁକ୍ତ ଦୁଇ ବିଜ୍ଞାନରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ। ଗତକାଲି ଅପରାହ୍ନରେ ବବ୍‌ଲୁ ସାଙ୍ଗମାନଙ୍କ ସହ ଗାଧୋଉଥିବା ସମୟରେ ହଠାତ୍ ଗୋଡ଼ […]

plate

Rakesh Mallick
  • Published: Friday, 25 May 2018
  • , Updated: 25 May 2018, 07:14 PM IST

ଯାଜପୁର (ଗୁଲାମ ଗସ୍): ଯାଜପୁର ଜିଲ୍ଲା ଜେନାପୁର ନିକଟସ୍ଥ ଚଉଷଠିପଡ଼ା ଘାଟରେ ଗତକାଲି ଗାଧୋଉଥିବା ବେଳେ ବ୍ରାହ୍ମଣୀ ନଦୀରେ ବୁଡ଼ି ନିଖୋଜ ଥିବା ଛାତ୍ରଙ୍କ ମୃତଦେହ ଆଜି ସକାଳେ ଉଦ୍ଧାର କରାଯାଇଛି।  ମୃତ ଛାତ୍ର ହେଉଛନ୍ତି ଚଉଷଠିପଡ଼ା ଗାଁର ତରଣୀସେନ ସାହୁଙ୍କ ପୁଅ ବବ୍‌ଲୁ। ସେ ଜଣେ ମେଧାବୀ ଛାତ୍ର ଥିଲେ। ଚଳିତ ବର୍ଷ ଯୁକ୍ତ ଦୁଇ ବିଜ୍ଞାନରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ।

ଗତକାଲି ଅପରାହ୍ନରେ ବବ୍‌ଲୁ ସାଙ୍ଗମାନଙ୍କ ସହ ଗାଧୋଉଥିବା ସମୟରେ ହଠାତ୍ ଗୋଡ଼ ଖସିଯିବାରୁ ନଦୀରେ ବୁଡ଼ି ଯାଇଥିଲେ। ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଟିମ୍ ଘଟଣାସ୍ଥଳରେ ପହଞ୍ଚି ବହୁ ଖୋଜାଖୋଜି କରିଥିଲେ ବି ତାଙ୍କୁ ପାଇ ନଥିଲେ। ଆଜି ସକାଳେ ତାଙ୍କ ମୃତଦେହ ପାଣିରେ ଭାସୁଥିବା ଦେଖିବାକୁ ମିଳିଥିଲା। ନଦୀରୁ ମୃତଦେହ ଉଦ୍ଧାର ପରେ ଗାଁରେ ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇଥିଲା। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଗାଁ ଲୋକେ ମୃତଦେହକୁ ରଖି ତଥା ଟାୟାର ଜାଳି ରାସ୍ତାରୋକ କରିଥିଲେ। ଧର୍ମଶାଳା ତହସିଲଦାର ଓ ଜେନାପୁର ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିଥିଲେ।

[caption id="attachment_239252" align="aligncenter" width="718"] ପୋଲିସ୍ ଲୋକଙ୍କୁ ବୁଝାଶୁଝା କରୁଛି[/caption]

ଗାଁ ଲୋକେ ଅଭିଯୋଗ କରିଥିଲେ ଯେ ଏହି ନଦୀଘାଟରେ ବେଆଇନ ଭାବେ ବାଲି ଉତ୍ତୋଳନ କରାଯାଉଥିବା ଯୋଗୁଁ ନଦୀରେ ଗାତ ସୃଷ୍ଟି ହେଉଛି। ଫଳରେ ନଦୀ ପଠା ବିପଦପୂର୍ଣ୍ଣ ହୋଇଯାଇଛି ଓ ଏମିତି ଘଟଣା ଘଟୁଛି। ବାଲିଘାଟ ଲିଜ୍ ପ୍ରକ୍ରିୟାକୁ ବାତିଲ କରାଯିବା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦିଆଯିବାର ପ୍ରତିଶ୍ରୁତି ଦିଆଯିବା ପରେ ରାସ୍ତାରୋକ ହଟିଥିଲା।

[caption id="attachment_239253" align="aligncenter" width="716"] ବାଲି ଉତ୍ତୋଳନ ଯୋଗୁଁ ନଦୀରେ ଗାତ ସୃଷ୍ଟି ହୋଇଛି[/caption]

Related story