ବିଧବା ମହିଳାଙ୍କୁ ମାଡ଼ ମାରିବା ସହ ଟଣାଓଟରା କରିବା ଅଭିଯୋଗରେ କନଷ୍ଟେବଲ୍‌ ଗିରଫ

ବଲାଙ୍ଗିର (ମନୋରଞ୍ଜନ ଯୋଶୀ): ବିଧାୟକଙ୍କ ପରେ ବଲାଙ୍ଗିରରେ ଏବେ ଜଣେ ପୁଲିସ୍‌ କନଷ୍ଟେବଲ୍‌ଙ୍କ ଦବଙ୍ଗଗିରି ଦେଖିବାକୁ ମିଳିଛି। ଜମି ବିବାଦକୁ ନେଇ ସେ ଜଣେ ବିଧବା ମହିଳାଙ୍କୁ ଥାନାରେ ପିଟିଥିବା ଅଭିଯୋଗ ହୋଇଥିବା ବେଳେ ପୁଲିସ୍ ତାଙ୍କୁ ଗିରଫ କରିଛି। ତାଙ୍କ ସହିତ ପୁଲିସ୍ ଆଉ ଜଣଙ୍କୁ ମଧ୍ୟ ଗିରଫ କରିଛି। ଗିରଫ କନଷ୍ଟେବଲ୍‌ଙ୍କ ନାଁ ଅଞ୍ଜନ ପ୍ରଧାନ। ସେହିଭଳି ଗିରଫ ଅନ୍ୟ ଜଣେ ବ୍ୟକ୍ତିଙ୍କ ନାଁ ବିକାଶ ଜୈନ।    ଅଭିଯୋଗ ଅନୁଯାୟୀ, ବଲାଙ୍ଗିର ସହରର ଗାନ୍ଧୀନଗର […]

bolagir............

bolagir............

Tapaswini Nayak
  • Published: Wednesday, 17 July 2019
  • Updated: 17 July 2019, 04:09 PM IST

Sports

Latest News

ବଲାଙ୍ଗିର (ମନୋରଞ୍ଜନ ଯୋଶୀ): ବିଧାୟକଙ୍କ ପରେ ବଲାଙ୍ଗିରରେ ଏବେ ଜଣେ ପୁଲିସ୍‌ କନଷ୍ଟେବଲ୍‌ଙ୍କ ଦବଙ୍ଗଗିରି ଦେଖିବାକୁ ମିଳିଛି। ଜମି ବିବାଦକୁ ନେଇ ସେ ଜଣେ ବିଧବା ମହିଳାଙ୍କୁ ଥାନାରେ ପିଟିଥିବା ଅଭିଯୋଗ ହୋଇଥିବା ବେଳେ ପୁଲିସ୍ ତାଙ୍କୁ ଗିରଫ କରିଛି। ତାଙ୍କ ସହିତ ପୁଲିସ୍ ଆଉ ଜଣଙ୍କୁ ମଧ୍ୟ ଗିରଫ କରିଛି।

ଗିରଫ କନଷ୍ଟେବଲ୍‌ଙ୍କ ନାଁ ଅଞ୍ଜନ ପ୍ରଧାନ। ସେହିଭଳି ଗିରଫ ଅନ୍ୟ ଜଣେ ବ୍ୟକ୍ତିଙ୍କ ନାଁ ବିକାଶ ଜୈନ।   

ଅଭିଯୋଗ ଅନୁଯାୟୀ, ବଲାଙ୍ଗିର ସହରର ଗାନ୍ଧୀନଗର ପଡ଼ାରେ ରହୁଥିବା ଏହି ବିଧବା ଆଦିବାସୀ ମହିଳାଙ୍କ ଦେଢ଼ଶୁର ଏକ ଜାଗା ବିକ୍ରି କରିବାକୁ ଉଦ୍ୟମ କରିଥିଲେ। ହେଲେ ଜମି ଭାଗ ହୋଇ ନ ଥିବାରୁ ବିକ୍ରି ପାଇଁ ନୋ ଅବ୍‌ଜେକ୍‌ସନ୍‌ ସାର୍ଟିଫିକେଟ୍‌ରେ ଏହି ମହିଳାଙ୍କ ଦସ୍ତଖତ ଦରକାର ହୋଇଥିଲା। ତେବେ ସେ ଦସ୍ତଖତ କରିବାକୁ ମନା କରି ଦେଇଥିଲେ।  ତେଣୁ ଜମି ବିକ୍ରିରେ ମଧ୍ୟସ୍ଥି ସାଜିଥିବା ବଲାଙ୍ଗିର ଟାଉନ୍‌ ଥାନା କନଷ୍ଟେବଲ୍‌ ଅଞ୍ଜନ ପ୍ରଧାନ ଏଥିରେ ହସ୍ତକ୍ଷେପ କରିଥିଲେ ଓ ନୋ ଅବ୍‌ଜେକ୍‌ସନ୍‌ ସାର୍ଟିଫିକେଟ୍‌ରେ ଦସ୍ତଖତ କରିବାକୁ ତାଙ୍କୁ ଧମକଚମକ ଦେଉଥିଲେ। ତେବେ ସବୁଆଡୁ ବିଫଳ ହେବା ପରେ ଗତ ୧୫ତାରିଖ ରାତିରେ ଅଞ୍ଚନ ପ୍ରଧାନ ଉକ୍ତ ମହିଳାଙ୍କ ଦୁଇ ଛୋଟ ପୁଅ  ଓ ଆଉ ତିନି ଜଣ ଛୁଆଙ୍କୁ  ପିସିଆର ଭ୍ୟାନ୍‌ରେ ଥାନାକୁ ନେଇ ଯାଇଥିଲେ।

ସେମାନେ ରାତିରେ ରାସ୍ତାରେ ବୁଲୁଥିବାରୁ ସେମାନଙ୍କ ଉଠାଇ ଆଣିଥିବା ପୁଲିସ୍‌ କହିଥିଲା। ୧୬ ତାରିଖ ଦିନ ପୁଲିସ୍  ତିନି ଜଣ ପିଲାଙ୍କୁ ଛାଡ଼ି ଦେଇଥିଲା। କିନ୍ତୁ ଉକ୍ତ ମହିଳାଙ୍କ ଦୁଇ ପୁଅ ଛାଡ଼ି  ନଥିଲା ଦୁଇ ପୁଅଙ୍କୁ ନେବା ଲାଗି ଉକ୍ତ ମହିଳାଙ୍କୁ ଥାନାକୁ ଡକା ଯାଇଥିଲା। ସେ ଥାନାରେ ପହଞ୍ଚିବା ପରେ ଏକ ଦରଖାସ୍ତରେ ଦସ୍ତଖତ କରିବାକୁ ତାଙ୍କୁ କୁହାଯାଇଥିଲା। ତା’ସହିତ  ଦରଖାସ୍ତ ତଳେ ଥିବା ଏକ ଷ୍ଟାମ୍ପ୍ ପେପରରେ ଦସ୍ତଖତ କରିବାକୁ ମଧ୍ୟ ତାଙ୍କୁ ବାଧ୍ୟ କରାଯାଇଥିଲା।

ମହିଳା ଜଣକ ଏହାର ପ୍ରତିବାଦ କରିବାରୁ କନଷ୍ଟେବଲ୍‌ ଅଞ୍ଜନ ପ୍ରଧାନ ତାଙ୍କୁ ପିଟିବା ସହିତ ତାଙ୍କ ସହିତ ଥାନାକୁ ଆସିଥିବା ତାଙ୍କ ବଡ଼ ଭଉଣୀ ଓ ବାପାଙ୍କୁ ମାଡ଼ ମାରିଥିଲେ। ଏହା ସହିତ ସେ ତାଙ୍କୁ ଟଣାଓଟରା ମଧ୍ୟ କରିଥିବା ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି। ତେବେ ଏତିକିରେ କନଷ୍ଟେବଲ୍‌ ଅଞ୍ଜନ ପ୍ରଧାନଙ୍କ ମନ ଶାନ୍ତ ପଡ଼ି ନଥିଲା। ଉକ୍ତ ମହିଳାଙ୍କ ଅଭିଯୋଗ ଅନୁଯାୟୀ, ସେ  ତାଙ୍କୁ ଥାନା ବାହାରକୁ ନେଇ ଯାଇଥିଲେ ଓ କଚେରୀ ଛକରେ ମାଡ଼ ମାରିଥିଲେ।  ସ୍ଥାନୀୟ କିଛି ଯୁବକ ତାଙ୍କୁ ଉଦ୍ଧାର କରିଥିଲେ।

ଏ ଘଟଣା ନେଇ ମହିଳା ଜଣଙ୍କ ବଲାଙ୍ଗିର ଟାଉନ ଥାନାରେ ଏତଲା ଦେଇଥିଲେ। ତାଙ୍କ ଏତଲା ଆଧାରରେ ପୁଲିସ୍ ଏକ ମାମଲା ରୁଜୁ କରି ଅଞ୍ଜନ ଓ ବିକାଶଙ୍କୁ ଗିରଫ କରିଛି। ବିକାଶ ଉକ୍ତ ଜମି କିଣିବାକୁ ଚାହୁଁଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story