ଗାଈ ଖାଇଦେଲା ବୋମା

ଖଲ୍ଲିକୋଟ(ସିଲୁ ବିଶ୍ୱାଳ): ଗାଈ ଖାଇଦେଲା ବୋମା। ବୋମାକୁ ଚୋବାଇବା ବେଳେ ପାଟିରେ ହେଲା ବିସ୍ଫୋରଣ। ତା ପାଟି ଫାଟି ଯାଇଛି। ଗୁରୁତର ଅବସ୍ଥାରେ ଛଟ୍‌ପଟ୍ ହେଉଛି। ବାର୍‌ହା ମାରିବାକୁ ଶିକାରୀ ଖଞ୍ଜିଥିବା ବୋମା ଖାଇ ଗାଈର ଏଭଳି ଅବସ୍ଥା ହୋଇଛି। ଗତକାଲି ଏଭଳି ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅନ୍ତର୍ଗତ କାଠଗଡା ଅଞ୍ଚଳରେ ଘଟିଥିବା ବେଳେ ଆଜି ସର୍ବସମ୍ମୁଖକୁ ଆସିଛି। ସୂଚନାନୁଯାୟୀ, ଗୁରୁବାର ସକାଳେ ମଲାଡ଼ ପଞ୍ଚାୟତର ବାବୁ ଗୌଡ଼ଙ୍କ ଗାଈ କାଠଗଡା ଅଞ୍ଚଳର ଏକ […]

cow

  • Published: Friday, 11 November 2022
  • , Updated: 11 November 2022, 04:46 PM IST

ଖଲ୍ଲିକୋଟ(ସିଲୁ ବିଶ୍ୱାଳ): ଗାଈ ଖାଇଦେଲା ବୋମା। ବୋମାକୁ ଚୋବାଇବା ବେଳେ ପାଟିରେ ହେଲା ବିସ୍ଫୋରଣ। ତା ପାଟି ଫାଟି ଯାଇଛି। ଗୁରୁତର ଅବସ୍ଥାରେ ଛଟ୍‌ପଟ୍ ହେଉଛି। ବାର୍‌ହା ମାରିବାକୁ ଶିକାରୀ ଖଞ୍ଜିଥିବା ବୋମା ଖାଇ ଗାଈର ଏଭଳି ଅବସ୍ଥା ହୋଇଛି। ଗତକାଲି ଏଭଳି ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅନ୍ତର୍ଗତ କାଠଗଡା ଅଞ୍ଚଳରେ ଘଟିଥିବା ବେଳେ ଆଜି ସର୍ବସମ୍ମୁଖକୁ ଆସିଛି।

ସୂଚନାନୁଯାୟୀ, ଗୁରୁବାର ସକାଳେ ମଲାଡ଼ ପଞ୍ଚାୟତର ବାବୁ ଗୌଡ଼ଙ୍କ ଗାଈ କାଠଗଡା ଅଞ୍ଚଳର ଏକ ପଡିଆରେ ଚରୁ ଥିଲା। ଏହି ସମୟରେ ଏଠାରେ ଘାସ ଭିତରେ ଲୁଚାଇ ବାରହା ଶିକାର ପାଇଁ ଶିକାରୀ ଖଞ୍ଜି ଥିବା ବୋମାକୁ ଖାଇଦେଇଥିଲା। ବୋମା ଫୁଟି ତା’ ପାଟି ଦୁଇଫାଳ ହୋଇଯାଇଛି। ଖବର ପାଇ ସ୍ଥାନୀୟ ପଶୁ ଡାକ୍ତର ବିକାଶ ଚନ୍ଦ୍ର ବେହେରା ଓ ସହଯୋଗୀ ଷ୍ଟାପ ଦେବାଶିଷ ପଲେଇ, ମୋହନ ରେଡି ପହଂଚି ଗାଈଟିକୁ ଚିକିତ୍ସା କରିଥିଲେ। ଏବେ ଗାଇଟିର ଅବସ୍ଥା ସଙ୍କଟାପନ୍ନ ଅଛି।

ଉକ୍ତ ଅଞ୍ଚଳରେ ବେଆଇନ ଭାବେ ବାର୍‌ହା ଶିକାର ପାଇଁ ବୋମା ଏବଂ କରେଣ୍ଟ ଲଗାଯାଉଥିବା ବେଳେ ପ୍ରଶାସନ ପକ୍ଷରୁ କିଛି ପଦକ୍ଷେପ ନିଆଯାଉ ନ ଥିବା ଅଭିଯୋଗ ହୋଇଛି। ତେବେ କିଏ ଏହି ବୋମା ଖଞ୍ଜି ଥିଲା, ତାହା ଜଣାପଡିନାହିଁ। ପୂର୍ବରୁ ଖଲ୍ଲିକୋଟ ଅଞ୍ଚଳରେ ଏଭଳି ଦୁଇଟି ଦୁଃଖଦ ଘଟଣା ଘଟି ଦୁଇ ଗାଈଙ୍କ ମୃତ୍ୟୁ ହୋଇଥିବା ନଜିର ରହିଛି। ଏହାକୁ ନେଇ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି।

Related story