ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୩ ପ୍ରସୂତିଙ୍କୁ ଡାକ୍ତରଙ୍କ ମାଡ଼ ଅଭିଯୋଗ

ଝାରସୁଗୁଡ଼ା (ଓଡ଼ିଶା ରିପୋର୍ଟର): ୩ ଜଣ ପ୍ରସୂତିଙ୍କୁ ପିଟିଲେ ଆନାସ୍ଥେସିଆ ଡାକ୍ତର। ଏଭଳି ଏକ ଅଭିଯୋଗ ଆସିଛି ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ। ଏହି ମହିଳାମାନଙ୍କୁ ପ୍ରସୂତି କକ୍ଷରେ ଆନାସ୍ଥେସିଆ ଡାକ୍ତର ପିଟିଥିବା ଅଭିଯୋଗ ହୋଇଛି। ସେମାନଙ୍କୁ ଡାକ୍ତର ଜଣଙ୍କ ମୁଣ୍ଡ ଓ ହାତରେ ପିଟିବା ସହିତ ତାଙ୍କର କେହି କିଛି କରିପାରିବେ ବୋଲି କହିଥିବା ସେମାନେ ଓ ସେମାନଙ୍କ ସଂପର୍କୀୟମାନେ ଅଭିଯୋଗ କରିଛନ୍ତି। ଏହି ୩ ପ୍ରସୂତିଙ୍କ ମଧ୍ୟରୁ ଜଣଙ୍କ ବାପା ଏନେଇ ମେଡିକାଲ୍ କର୍ତ୍ତୃପକ୍ଷଙ୍କ […]

Jharsuguda

Jitendra Garnayak
  • Published: Monday, 09 May 2022
  • , Updated: 09 May 2022, 10:10 PM IST

ଝାରସୁଗୁଡ଼ା (ଓଡ଼ିଶା ରିପୋର୍ଟର): ୩ ଜଣ ପ୍ରସୂତିଙ୍କୁ ପିଟିଲେ ଆନାସ୍ଥେସିଆ ଡାକ୍ତର। ଏଭଳି ଏକ ଅଭିଯୋଗ ଆସିଛି ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ।

ଏହି ମହିଳାମାନଙ୍କୁ ପ୍ରସୂତି କକ୍ଷରେ ଆନାସ୍ଥେସିଆ ଡାକ୍ତର ପିଟିଥିବା ଅଭିଯୋଗ ହୋଇଛି। ସେମାନଙ୍କୁ ଡାକ୍ତର ଜଣଙ୍କ ମୁଣ୍ଡ ଓ ହାତରେ ପିଟିବା ସହିତ ତାଙ୍କର କେହି କିଛି କରିପାରିବେ ବୋଲି କହିଥିବା ସେମାନେ ଓ ସେମାନଙ୍କ ସଂପର୍କୀୟମାନେ ଅଭିଯୋଗ କରିଛନ୍ତି।

ଏହି ୩ ପ୍ରସୂତିଙ୍କ ମଧ୍ୟରୁ ଜଣଙ୍କ ବାପା ଏନେଇ ମେଡିକାଲ୍ କର୍ତ୍ତୃପକ୍ଷଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ଏହାର ତଦନ୍ତ କରାଯିବ ବୋଲି ସିଡିଏମ୍‌ଓ କହିଛନ୍ତି।

ସିଡିଏମ୍‌ଓ ଡାକ୍ତର ଦୋଳମଣି ପଟେଲ କହିଛନ୍ତି, ଡାକ୍ତର ପିଟିବା ନେଇ ଲିଖିତ ଅଭିଯୋଗ ହୋଇଛି। ଏକ କମିଟି କରି କାଲି ଘଟଣାର ତଦନ୍ତ କରାଯିବ।

Related story