ପ୍ରଥମାଷ୍ଟମୀ ପାଇଁ ମାମୁ ଘରକୁ ଆସିଥିଲେ, ପୋଖରୀରେ ବୁଡ଼ିଗଲେ

ବାରିପଦା (ମାନିକ ଲାଲ୍ ପାଣି): ଆସନ୍ତାକାଲି ପ୍ରଥମାଷ୍ଟମୀ। ସେଥିପାଇଁ ମାମୁ ଘରକୁ ପଢ଼ୁଆଁ ହେବାକୁ ଆସିଥିଲେ। କିନ୍ତୁ ତା’ପୂର୍ବରୁ ପୋଖରୀରେ ବୁଡ଼ି ଚାଲିଗଲା ତାଙ୍କ ଜୀବନ। ଏମିତି ଏକ ଦୁଃଖଦ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ତୋଟାପଡ଼ା ଗାଁରେ। ମୃତ ଶିଶୁ କନ୍ୟାର ନାଁ ଲକ୍ଷ୍ମୀ ହାଁସଦା। ତାକୁ ମାତ୍ର ୧୪ ମାସ ହୋଇଥିଲା। ଅଭିଯୋଗ ଅନୁଯାୟୀ, ଶିଶୁକନ୍ୟାଟିକୁ ଘର ଲୋକେ ଖୋଜାଖୋଜି କରି ପାଇ ନଥିଲେ। ପରେ ଘର ପଛ ପୋଖରୀରେ […]

Drown

Jitendra Garnayak
  • Published: Friday, 26 November 2021
  • , Updated: 26 November 2021, 08:49 PM IST

ବାରିପଦା (ମାନିକ ଲାଲ୍ ପାଣି): ଆସନ୍ତାକାଲି ପ୍ରଥମାଷ୍ଟମୀ। ସେଥିପାଇଁ ମାମୁ ଘରକୁ ପଢ଼ୁଆଁ ହେବାକୁ ଆସିଥିଲେ। କିନ୍ତୁ ତା’ପୂର୍ବରୁ ପୋଖରୀରେ ବୁଡ଼ି ଚାଲିଗଲା ତାଙ୍କ ଜୀବନ। ଏମିତି ଏକ ଦୁଃଖଦ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ତୋଟାପଡ଼ା ଗାଁରେ।

ମୃତ ଶିଶୁ କନ୍ୟାର ନାଁ ଲକ୍ଷ୍ମୀ ହାଁସଦା। ତାକୁ ମାତ୍ର ୧୪ ମାସ ହୋଇଥିଲା। ଅଭିଯୋଗ ଅନୁଯାୟୀ, ଶିଶୁକନ୍ୟାଟିକୁ ଘର ଲୋକେ ଖୋଜାଖୋଜି କରି ପାଇ ନଥିଲେ। ପରେ ଘର ପଛ ପୋଖରୀରେ ତାକୁ ଭାସୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତାକୁ ଉଦ୍ଧାର କରି ତୁରନ୍ତ ନିକଟସ୍ଥ ବସ୍ତା ପ୍ରାଥମିକ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଖେଳାଖେଳି କରୁଥିବା ବେଳେ ଶିଶୁଟି ପୋଖରୀ ଆଡ଼କୁ ପଳାଇଥିବା କୁହାଯାଉଛି। ଏହି ଘଟଣା ପରେ ତୋଟାପଡ଼ା ଗାଁରେ ଶୋକକୁଳ ପରିବେଶ ସୃଷ୍ଟି ହେଇଛି।

Related story