ପାଠ ଜାଣିନୁ, ହେଲେ ବାଧ୍ୟ ହୋଇ ପଢ଼ାଉଛୁ : ପ୍ରଧାନଶିକ୍ଷକ

ମାଲକାନଗିରି (ଜିତେନ୍ଦ୍ର ବେଉରା): ‘ହାଇସ୍କୁଲ ପାଠ ଆମେ ଜାଣିନୁ। ଏ ବିଷୟରେ ଧାରଣା ମଧ୍ୟ ନାହିଁ। ହେଲେ ବାଧ୍ୟ ହୋଇ ପଢ଼ାଉଛୁ। କ’ଣ କରିବୁ ?, ଖୁବ୍ କଷ୍ଟ ହେଉଛି।’ ଏହା କହିଛନ୍ତି ମାଲକାନଗିରି ଜିଲ୍ଲା ପୁସପାଲ୍ଲୀ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଗାନ୍ଧୀରଞ୍ଜନ ବିଶ୍ୱାସ। ସରକାରୀ ସ୍କୁଲର ବିକଳ ଦୃଶ୍ୟ ଏଠାରେ ଦେଖିବାକୁ ମିଳିଥିବା ବେଳେ ଅବ୍ୟବସ୍ଥା ନେଇ ପଚାରିବାରୁ ଶ୍ରୀ ବିଶ୍ୱାସ ଏହା କହିଛନ୍ତି। ଏହି ସ୍କୁଲରେ ପ୍ରଥମରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ […]

school

school

Niranjan Mishra
  • Published: Friday, 04 November 2022
  • Updated: 04 November 2022, 06:21 PM IST

Sports

Latest News

ମାଲକାନଗିରି (ଜିତେନ୍ଦ୍ର ବେଉରା): ‘ହାଇସ୍କୁଲ ପାଠ ଆମେ ଜାଣିନୁ। ଏ ବିଷୟରେ ଧାରଣା ମଧ୍ୟ ନାହିଁ। ହେଲେ ବାଧ୍ୟ ହୋଇ ପଢ଼ାଉଛୁ। କ’ଣ କରିବୁ ?, ଖୁବ୍ କଷ୍ଟ ହେଉଛି।’ ଏହା କହିଛନ୍ତି ମାଲକାନଗିରି ଜିଲ୍ଲା ପୁସପାଲ୍ଲୀ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଗାନ୍ଧୀରଞ୍ଜନ ବିଶ୍ୱାସ। ସରକାରୀ ସ୍କୁଲର ବିକଳ ଦୃଶ୍ୟ ଏଠାରେ ଦେଖିବାକୁ ମିଳିଥିବା ବେଳେ ଅବ୍ୟବସ୍ଥା ନେଇ ପଚାରିବାରୁ ଶ୍ରୀ ବିଶ୍ୱାସ ଏହା କହିଛନ୍ତି।

ଏହି ସ୍କୁଲରେ ପ୍ରଥମରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ଯାଉଛି। ମୋଟ ଛାତ୍ରଛାତ୍ରୀ ସଂଖ୍ୟା ୨୭୬। ହେଲେ ସେମାନଙ୍କୁ ପଢ଼ାଇବା ପାଇଁ ରହିଛନ୍ତି ମାତ୍ର ୫ ଶିକ୍ଷକ। ସେଥିରୁ ଚାରି ଜଣ ପ୍ରାଥମିକ ସ୍କୁଲ ଶିକ୍ଷକ ହୋଇଥିବା ବେଳେ ଜଣେ ମାତ୍ର ହିନ୍ଦୀ ଶିକ୍ଷକ ହାଇସ୍କୁଲ ପାଇଁ ରହିଛନ୍ତି। ନବମ ଓ ଦଶମ ଶ୍ରେଣୀରେ ପ୍ରାୟ ୪୦ ଲେଖାଏଁ ପିଲା ପାଠ ପଢୁଥିବା ବେଳେ ହିନ୍ଦୀକୁ ଛାଡିଦେଲେ ଅନ୍ୟ ବିଷୟରେ କୌଣସି ଶିକ୍ଷକ ନାହାନ୍ତି।

ସେପଟେ ଆବଶ୍ୟକ ଶ୍ରେଣୀ ଗୃହ ମଧ୍ୟ ନାହିଁ। ପ୍ରଥମରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନେ ବାରଣ୍ଡାରେ ପାଠ ପଢୁଥିବା ବେଳେ ଚତୁର୍ଥରୁ ଅଷ୍ଟମ ପର୍ଯ୍ୟନ୍ତ ପିଲାମାନେ ଗୋଟିଏ ହଲରେ ବସି ପାଠ ପଢୁଛନ୍ତି। ସେହି ହଲରେ ଦୁଇ ଜଣ ଶିକ୍ଷକ ଦୁଇପଟେ ପିଲାଙ୍କୁ ବସାଇ ପାଠ ପଢାଉଛନ୍ତି। ବାରଣ୍ଡାରେ ଚାଲିଥିବା ପାଠପଢ଼ାର ମଧ୍ୟ ସମାନ ଦଶା। ଯାହା ଫଳରେ ପିଲାମାନେ ପାଠ ବୁଝିବାରେ ଅସୁବିଧା ହେଉଛି। ଛାତ୍ରଛାତ୍ରୀଙ୍କ ତୁଳନାରେ ଶିକ୍ଷକ ନଥିବାରୁ ପାଠପଢ଼ାରେ ଗୁରୁତର ସମସ୍ୟା ସୃଷ୍ଟି ହୋଇଛି।

ସ୍କୁଲ ପରିଚାଳନା କମିଟି ସଭାପତି ଅଖିଲ ମୁଣ୍ଡୁଲ ଓ ଅଭିଭାବକ ବୁଦ୍ଧଦେବ ମାଝି କହିଛନ୍ତି ଯେ, ନବୀନ ସରକାର ବାହାସ୍ଫୋଟ ମାରି କହୁଛନ୍ତି ଆଦିବାସୀଙ୍କ ଉନ୍ନତିରେ ଓଡ଼ିଶା ଆଗୁଆ, ହେଲେ କାହିଁ ଓ କେଉଁଠି ? ଏଠାରେ ତ ନଜର ଆସୁନି। ଗୋଟିଏ ଛୋଟ ପୋଖରୀରେ ଜାଆଁଳ ଝାଡ଼ିଲା ଭଳି ଏଠାରେ ପିଲାମାନଙ୍କ ଅବସ୍ଥା ହୋଇଛି। ଏମାନେ କ’ଣ ପାଠ ପଢ଼ିବେ ? ଏମାନଙ୍କୁ ଦାଦନ ଶ୍ରମିକ କରିବାକୁ ସରକାର ବ୍ୟବସ୍ଥା କରୁଥିବା ଭଳି ନଜର ଆସୁଛି। ସେମାନଙ୍କ ଭବିଷ୍ୟତକୁ ସରକାର ଅନ୍ଧାରକୁ ଠେଲି ଦେଇଛନ୍ତି। ଆଦିବାସୀ ପିଲାମାନଙ୍କୁ ଅଶିକ୍ଷିତ କରିବାକୁ ସରକାର ଚାହୁଁ ଥିବା ଭଳି ଏଠାରେ ବ୍ୟବସ୍ଥା ନଜର ଆସୁଛି। ସମସ୍ୟା ନେଇ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ବାରମ୍ବାର ଅବଗତ କରାଯାଇଛି। ହେଲେ, କେହିବି ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେଉନାହାନ୍ତି।

ଦଶମ ଶ୍ରେଣୀରେ ପଢ଼ୁଥିବା ଛାତ୍ର ଅନନ୍ତ ଜାଲ ଓ ତୁଳସୀ ମାଛ କହିଛନ୍ତି, ଏଠାରେ ପାଠପଢ଼ା ଠିକ୍ ଭାବେ ହେଉନି। ଜଣେ ହିନ୍ଦୀ ଶିକ୍ଷକଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ବିଷୟରେ ଶିକ୍ଷକ ନ ଥିବାରୁ ପାଠପଢ଼ାରେ ଅସୁବିଧା ହେଉଛି। ଗୋଟିଏ ଶ୍ରେଣୀରେ ଅତି ଦୟନୀୟ ଭାବେ ପାଠ ପଢ଼ା ଯାଉଛି। ସରକାର ପିଲାମାନଙ୍କ ଭବିଷ୍ୟତ ସହ ନ ଖେଳି, ତୁରନ୍ତ ଏହାର ସମାଧାନ କରନ୍ତୁ।

ପ୍ରଧାନ ଶିକ୍ଷକ ଶ୍ରୀ ବିଶ୍ୱାସ କହିଛନ୍ତି, ୧୯୬୨ ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ସ୍କୁଲ ପ୍ରଥମେ ପ୍ରାଥମିକ ସ୍କୁଲ ଥିଲା। ୨୦୦୪ରେ ଏମ୍‌ଇ ସ୍କୁଲ ହେଲା। ୨୦୧୯ରେ ଏହି ୟୁଜିଏଚ୍‌ଏସ୍ ହୋଇଛି। ୮ ବର୍ଷ ଧରି ଏଠାରେ ପାଠପଢ଼ାଇବା ଭିତରେ ସମସ୍ୟା ସମ୍ପର୍କରେ ଅନେକ ଥର ଡିଇଓ ଓ ବିଡିଓଙ୍କୁ ଜଣାଇଛନ୍ତି। ହେଲେ ଏ ପର୍ଯ୍ୟନ୍ତ ଏହାର ସମାଧାନ କରାଗଲାନାହିଁ। ହାଇସ୍କୁଲ ପାଠପଢ଼ା ବିଷୟରେ କିଛି ଜଣାନାହିଁ। ତଥାପି ଦୁଇବର୍ଷ ହେବ ୪ ଜଣ ପ୍ରାଥମିକ ଶିକ୍ଷକ ହାଇସ୍କୁଲ ପିଲାଙ୍କୁ ପାଠପଢ଼ାଇଛନ୍ତି। ଶତ ପ୍ରତିଶତ ରେଜଲ୍ଟ ମଧ୍ୟ ହୋଇଛି। ଚଳିତ ବର୍ଷ ହାଇସ୍କୁଲ ଛାତ୍ରଛାତ୍ରୀଙ୍କୁ ପାଠପଢ଼ାଇବାକୁ ଜଣେ ମାତ୍ର ହିନ୍ଦୀ ଶିକ୍ଷକ ଆସିଛନ୍ତି। ତେଣୁ ପ୍ରାଥମିକ ଶିକ୍ଷକମାନେ ଆଡଜଷ୍ଟ କରି ହାଇସ୍କୁଲ ପିଲାଙ୍କୁ ପାଠ ପଢ଼ାଉଛନ୍ତି।

ମାଲକାନଗିରି ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ଅଧିକାରୀ ବାଳମୁକୁନ୍ଦ ଭୁୟାଁ କହିଛନ୍ତି, ଏହି ବିଦ୍ୟାଳୟର ଶ୍ରେଣୀଗୃହ ପାଇଁ ଟେଣ୍ଡର ହୋଇଯାଇଛି। ପ୍ରାୟ ୬୦ ଲକ୍ଷ ଟଙ୍କା ଖର୍ଚ୍ଚରେ ସ୍କୁଲ ବିଲ୍ଡିଂ ନିର୍ମାଣ ହେବ। ୪ ମାସ ଭିତରେ କାମ ସାରିବାକୁ ଚେଷ୍ଟା କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story