ଶ୍ରମିକ ନେତାଙ୍କୁ ଘରେ ପଶି ହାଣିଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାତି ଅଧରେ ଘରେ ପଶି ଶ୍ରମିକ ନେତାଙ୍କୁ ପିଟିଲେ ଦୁବୃର୍ତ୍ତ। ଏପରି କିଛି ଘଟଣା ଏବେ ଚାଞ୍ଚଲ୍ୟ ଖେଳାଇ ଦେଇଛି ରାଜଧାନୀ ଭୁବନେଶ୍ୱରରେ। ପାରାଦୀପ ଡକ୍ ଏଣ୍ଡ କନଷ୍ଟ୍ରକସନ ୟୁନିୟନ ସଂପାଦକ ଜତିକାନ୍ତ ବେହେରାଙ୍କ ଘରେ ପଶି ମରଣାନ୍ତକ ଆକ୍ରମଣ ହୋଇଛି। ମିଳିଥିବା ସୂଚନା ଅନୁସାରେ,ଗତକାଲି ରାତିରେ ଜତିକାନ୍ତଙ୍କ କଳାରାହାଙ୍ଗ ଘରେ ପଶି ୭ରୁ ୮ ଜଣ ଦୁବୃର୍ତ୍ତ ଛୁରି ଓ ରଡ୍‌ରେ ଆକ୍ରମଣ କରିଛନ୍ତି। ଜତିକାନ୍ତ ଏବଂ ତାଙ୍କ ପୁଅକୁ ନିର୍ଧୁମ ପିଟି […]

49

Tapas Behera
  • Published: Monday, 08 July 2019
  • , Updated: 08 July 2019, 04:32 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାତି ଅଧରେ ଘରେ ପଶି ଶ୍ରମିକ ନେତାଙ୍କୁ ପିଟିଲେ ଦୁବୃର୍ତ୍ତ। ଏପରି କିଛି ଘଟଣା ଏବେ ଚାଞ୍ଚଲ୍ୟ ଖେଳାଇ ଦେଇଛି ରାଜଧାନୀ ଭୁବନେଶ୍ୱରରେ। ପାରାଦୀପ ଡକ୍ ଏଣ୍ଡ କନଷ୍ଟ୍ରକସନ ୟୁନିୟନ ସଂପାଦକ ଜତିକାନ୍ତ ବେହେରାଙ୍କ ଘରେ ପଶି ମରଣାନ୍ତକ ଆକ୍ରମଣ ହୋଇଛି।

ମିଳିଥିବା ସୂଚନା ଅନୁସାରେ,ଗତକାଲି ରାତିରେ ଜତିକାନ୍ତଙ୍କ କଳାରାହାଙ୍ଗ ଘରେ ପଶି ୭ରୁ ୮ ଜଣ ଦୁବୃର୍ତ୍ତ ଛୁରି ଓ ରଡ୍‌ରେ ଆକ୍ରମଣ କରିଛନ୍ତି। ଜତିକାନ୍ତ ଏବଂ ତାଙ୍କ ପୁଅକୁ ନିର୍ଧୁମ ପିଟି ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି ସମସ୍ତ ଦୁବୃର୍ତ୍ତ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି।

Related story