ଯାହା ପାଉଥିଲେ ଚୋରି କରୁଥିଲେ,୩୩ ପ୍ରକାର ସାମଗ୍ରୀ ଜବତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କମିଶନରେଟ୍‌ ପୁଲିସ୍‌କୁ ମିଳିଛି ବଡ଼ ସଫଳତା। ଚନ୍ଦ୍ରଶେଖର ଥାନା ପୁଲିସ୍‌ ହାତରେ ଧରାପଡ଼ିଛି ଜଣେ ବଡ଼ ଲୁଟେରା। ଲୁଟେରା ଜଣକ ହେଲା ଖୋର୍ଦ୍ଧା ଟାଉନ୍‌ ଥାନା ଅଞ୍ଚଳରେ ଥିବା ଅଟ୍ରିର ସଞ୍ଜୟ କୁମାର ନିଶାଙ୍କ। ତାଙ୍କ ପାଖରୁ ବହୁମାତ୍ରାରେ ଲୁଟ୍ ସାମଗ୍ରୀ ଜବତ ହୋଇଛି। ସେଗୁଡ଼ିକ ମଧ୍ୟରେ ରହିଛି  ୭୭୮ ଗ୍ରାମ ଓଜନର ସୁନା ଅଳଙ୍କାର, ୭୯୬ ଗ୍ରାମ ରୁପା ଅଳଙ୍କାର, ୨୬ଟି ଲ୍ୟାପଟପ୍, ୪୩ଟି ମୋବାଇଲ୍‌, ୨୭ଟି ହାତଘଣ୍ଟା, ୩ଟି ଟାବ୍‌ଲେଟ୍, ୨ଟି […]

thivs

Rakesh Mallick
  • Published: Thursday, 26 July 2018
  • , Updated: 26 July 2018, 03:09 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କମିଶନରେଟ୍‌ ପୁଲିସ୍‌କୁ ମିଳିଛି ବଡ଼ ସଫଳତା। ଚନ୍ଦ୍ରଶେଖର ଥାନା ପୁଲିସ୍‌ ହାତରେ ଧରାପଡ଼ିଛି ଜଣେ ବଡ଼ ଲୁଟେରା। ଲୁଟେରା ଜଣକ ହେଲା ଖୋର୍ଦ୍ଧା ଟାଉନ୍‌ ଥାନା ଅଞ୍ଚଳରେ ଥିବା ଅଟ୍ରିର ସଞ୍ଜୟ କୁମାର ନିଶାଙ୍କ।

ତାଙ୍କ ପାଖରୁ ବହୁମାତ୍ରାରେ ଲୁଟ୍ ସାମଗ୍ରୀ ଜବତ ହୋଇଛି। ସେଗୁଡ଼ିକ ମଧ୍ୟରେ ରହିଛି  ୭୭୮ ଗ୍ରାମ ଓଜନର ସୁନା ଅଳଙ୍କାର, ୭୯୬ ଗ୍ରାମ ରୁପା ଅଳଙ୍କାର, ୨୬ଟି ଲ୍ୟାପଟପ୍, ୪୩ଟି ମୋବାଇଲ୍‌, ୨୭ଟି ହାତଘଣ୍ଟା, ୩ଟି ଟାବ୍‌ଲେଟ୍, ୨ଟି ଏଲ୍ଇଡି ଟିଭି, ୩ଟି ଡିଜିଟାଲ୍‌ କ୍ୟାମେରା ସହ କମ୍ପ୍ୟୁଟର ହାର୍ଡଡିସ୍କ, କାଲ୍‌କୁଲେଟର, ଗିଟାର, ମ୍ୟୁଜିକ୍‌ ସିଷ୍ଟମ୍‌ ଏବଂ ଗୋଟିଏ ଗ୍ରାଇଣ୍ଡର ସେଟ୍ ଜବତ ହୋଇଛି।

ଚୋରି କରିଥିବା ୩୩ ପ୍ରକାର ସାମଗ୍ରୀ ସହ ଗୋଟିଏ ବାଇକ୍‌,  ଏବଂ ଘର ଭାଙ୍ଗିବା ଲାଗି ହତଆର ଜବତ କରିଛି ପୁଲିସ୍। ତା’ଠାରୁ ପାସ୍‌ପୋର୍ଟ, ଆଧାର କାର୍ଡ, ଡେବିଟ୍ କାର୍ଡ ଏବଂ କ୍ରେଡିଟ୍‌ କାର୍ଡ ମଧ୍ୟ ଜବତ ହୋଇଛି।

 

 

Related story