ତାଲା ପକାଇ ଘରେ ଲଗାଇ ଦେଲେ ନିଆଁ!

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): ପୂର୍ବ ଶତ୍ରୁତାରୁ ତାଲା ପକାଇ ଘରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ। କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଗିରଙ୍ଗ ଗାଁରେ ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ଏପରି ଅଭାବନୀୟ କାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଘରେ ଶୋଇଥିବା ୨୦ ଦିନର ଶିଶୁ ସମେତ ପରିବାରର ୫ ଗୁରୁତର ହୋଇ ପଡ଼ିଛନ୍ତି। ଅଭିଯୋଗ ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଗିରଙ୍ଗ ଗାଁର ଏକ ପରିବାରର ସଦସ୍ୟମାନେ ଶୋଇଥିବା ବେଳେ ଘରର ଉଭୟ ପାର୍ଶ୍ୱର ଦ୍ୱାରରେ କିଛି […]

fire-1

fire-1

Niharika Rout
  • Published: Friday, 31 July 2020
  • Updated: 31 July 2020, 09:39 AM IST

Sports

Latest News

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): ପୂର୍ବ ଶତ୍ରୁତାରୁ ତାଲା ପକାଇ ଘରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ। କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଗିରଙ୍ଗ ଗାଁରେ ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ଏପରି ଅଭାବନୀୟ କାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଘରେ ଶୋଇଥିବା ୨୦ ଦିନର ଶିଶୁ ସମେତ ପରିବାରର ୫ ଗୁରୁତର ହୋଇ ପଡ଼ିଛନ୍ତି।

ଅଭିଯୋଗ ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଗିରଙ୍ଗ ଗାଁର ଏକ ପରିବାରର ସଦସ୍ୟମାନେ ଶୋଇଥିବା ବେଳେ ଘରର ଉଭୟ ପାର୍ଶ୍ୱର ଦ୍ୱାରରେ କିଛି ଦୁର୍ବୃତ୍ତ ତାଲା ପକାଇ ଦେଇ ନିଆଁ ଲଗାଇ ଦେଇଥିଲେ। ଘରେ ନିଆଁ ଲାଗିଥିବା ଜାଣିପାରି ପରିବାର ଲୋକେ ବାହାରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ଏହାପରେ ଚିତ୍କାର କରିବାରୁ ଗ୍ରାମବାସୀ ସେଠାରେ ପହଞ୍ଚିଥିଲେ। ସେମାନେ ପରିବାର ଲୋକଙ୍କୁ ଉଦ୍ଧାର କରିଥିଲେ।

ଆମ୍ବୁଲାନ୍ସ ଯୋଗେ ଆହତମାନଙ୍କୁ ମେଡିକାଲ ସ୍ଥାନାନ୍ତର କରାଯାଇଥିବା ବେଳେ ପୁଲିସ୍‌ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos