ଶ୍ରୀମନ୍ଦିର ନୀଳଚକ୍ରରେ ଲାଗିଲା ୧୪ ହାତିଆ ବାନା

ପୁରୀ(ମଧୁସୂଦନ ମିଶ୍ର): ଶ୍ରୀମନ୍ଦିର ନୀଳଚକ୍ରରେ ଲାଗିଲା ୧୪ ହାତିଆ ବାନା। ବାତ୍ୟା ‘ଫୋନି’କୁ ଦେଖି  ଗତ ୧ ତାରିଖରେ  ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବାନା ବଦଳାଯାଇ ୫ ହାତିଆ ବାନା ଲଗାଯାଇଥିଲା। ହେଲେ ଆଜି ତାକୁ ଖୋଲା ଯାଇ ଚୁନାରା ସେବାୟତ ପୁଣି ୧୪ ହାତିଆ ବାନା ବାନ୍ଧିଛନ୍ତି। ଏନେଇ ଚୁନାର ସେବାୟତ ସାରଦା ମହାନ୍ତି କହିଛନ୍ତି,“ଆଜି ନୀଳଚକ୍ରରେ ୧୪ ହାତିଆ ବାନା ଲଗାଯାଇଛି। ଯାହାଦ୍ୱାରା ମନ୍ଦିରର ଶୋଭା ବଢ଼ିଛି। ମନ୍ଦିର ଚୂଡ଼ାରେ ଛୋଟ ବାନା ଜନସାଧାରଣଙ୍କ […]

temple

Tapas Behera
  • Published: Thursday, 09 May 2019
  • , Updated: 09 May 2019, 11:35 AM IST

ପୁରୀ(ମଧୁସୂଦନ ମିଶ୍ର): ଶ୍ରୀମନ୍ଦିର ନୀଳଚକ୍ରରେ ଲାଗିଲା ୧୪ ହାତିଆ ବାନା। ବାତ୍ୟା ‘ଫୋନି’କୁ ଦେଖି  ଗତ ୧ ତାରିଖରେ  ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବାନା ବଦଳାଯାଇ ୫ ହାତିଆ ବାନା ଲଗାଯାଇଥିଲା। ହେଲେ ଆଜି ତାକୁ ଖୋଲା ଯାଇ ଚୁନାରା ସେବାୟତ ପୁଣି ୧୪ ହାତିଆ ବାନା ବାନ୍ଧିଛନ୍ତି।

ଏନେଇ ଚୁନାର ସେବାୟତ ସାରଦା ମହାନ୍ତି କହିଛନ୍ତି,“ଆଜି ନୀଳଚକ୍ରରେ ୧୪ ହାତିଆ ବାନା ଲଗାଯାଇଛି। ଯାହାଦ୍ୱାରା ମନ୍ଦିରର ଶୋଭା ବଢ଼ିଛି। ମନ୍ଦିର ଚୂଡ଼ାରେ ଛୋଟ ବାନା ଜନସାଧାରଣଙ୍କ ଆଖିକୁ ଭଲ ଦେଖାଯାଉ ନଥିଲା। ଦେଉଳକୁ ଲକ୍ଷ୍ମୀ ଫେରି ଆସିଛନ୍ତି। ଭାରି ସୁନ୍ଦର ଦେଖାଯାଉଛି ଦେଉଳ।”

Related story