ପକ୍ଷାଘାତରେ ପୀଡ଼ିତ ପତ୍ନୀଙ୍କୁ ପୋଖରୀରେ ବୁଡ଼ାଇ ମାରିଦେଲେ

କାମାକ୍ଷାନଗର (ବିଦ୍ୟାଧର ବରାଳ): ଜଣେ ବ୍ୟକ୍ତି ପକ୍ଷାଘାତରେ ପୀଡ଼ିତ ତାଙ୍କ ପତ୍ନୀଙ୍କୁ ପୋଖରୀରେ ବୁଡ଼ାଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣାଟି ଘଟିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କଲଦା ପଞ୍ଚାୟତ ଅନ୍ତର୍ଗତ ରାମଚନ୍ଦ୍ରପୁର ଗାଁରେ। ମୃତ ମହିଳାଙ୍କ ନାଁ ଲକ୍ଷ୍ମୀ ବେହେରା (୪୦)। କିଛି ମାସ ହେବ ସେ ପକ୍ଷାଘାତରେ ପୀଡ଼ିତ ଥିଲେ। ଆଜି ସକାଳେ ତାଙ୍କ ସ୍ୱାମୀ ଦିଲ୍ଲୀପ ବେହେରା ତାଙ୍କୁ ପୋଖରୀକୁ ଗାଧୋଇବାକୁ ନେଇଥିଲେ। ହେଲେ ସ୍ୱାମୀଙ୍କ ମୁଣ୍ଡରେ ଚାଲିଥିବା ସାଂଘାତିକ କଥାର […]

Police Station

Jitendra Garnayak
  • Published: Wednesday, 27 April 2022
  • , Updated: 27 April 2022, 05:27 PM IST

କାମାକ୍ଷାନଗର (ବିଦ୍ୟାଧର ବରାଳ): ଜଣେ ବ୍ୟକ୍ତି ପକ୍ଷାଘାତରେ ପୀଡ଼ିତ ତାଙ୍କ ପତ୍ନୀଙ୍କୁ ପୋଖରୀରେ ବୁଡ଼ାଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣାଟି ଘଟିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କଲଦା ପଞ୍ଚାୟତ ଅନ୍ତର୍ଗତ ରାମଚନ୍ଦ୍ରପୁର ଗାଁରେ।

ମୃତ ମହିଳାଙ୍କ ନାଁ ଲକ୍ଷ୍ମୀ ବେହେରା (୪୦)। କିଛି ମାସ ହେବ ସେ ପକ୍ଷାଘାତରେ ପୀଡ଼ିତ ଥିଲେ। ଆଜି ସକାଳେ ତାଙ୍କ ସ୍ୱାମୀ ଦିଲ୍ଲୀପ ବେହେରା ତାଙ୍କୁ ପୋଖରୀକୁ ଗାଧୋଇବାକୁ ନେଇଥିଲେ। ହେଲେ ସ୍ୱାମୀଙ୍କ ମୁଣ୍ଡରେ ଚାଲିଥିବା ସାଂଘାତିକ କଥାର ଟେର୍‌ ପାଇ ନଥିଲେ ଲକ୍ଷ୍ମୀ। ପତ୍ନୀଙ୍କୁ ପୋଖରୀରେ ଗାଧୋଇବାକୁ ନେବା ପୂର୍ବରୁ ଦିଲ୍ଲୀପ ସାନ ପୁଅକୁ ଶହେ ଟଙ୍କା ଦେଇ ଜୋରଜବରଦସ୍ତି ଦୋକାନରେ ଖାଇ ଆସିବାକୁ କହି ପଠାଇ ଦେଇଥିଲେ। ଆଉ ପୁଅ ଘରେ ନଥିବାରୁ ସୁଯୋଗ ନେଇ ସେ ତାଙ୍କ ପତ୍ନୀଙ୍କୁ ପୋଖରୀରେ ବୁଡ଼ାଇ ହତ୍ୟା କରିଥିଲେ ବୋଲି ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ, ଦିଲ୍ଲୀପଙ୍କ ବଡ଼ ପୁଅ ଅନ୍ୟ ସ୍ଥାନରେ ଏକ ଗ୍ୟାରେଜରେ କାମ କରନ୍ତି।

ଏହି ଘଟଣା ପରେ ଦିଲ୍ଲୀପ ବେହେରା ଫେରାର ହୋଇଯାଇଛନ୍ତି। ପୁଲିସ୍ ଲକ୍ଷ୍ମୀଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପାରିପାର୍ଶ୍ୱିକ ସ୍ଥିତିରୁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ହୋଇଥିବା ଜଣାପଡ଼ିଛି। ପରଜଙ୍ଗ ପୁଲିସ୍ ଘଟଣାର ତଦନ୍ତ କରୁଛି।

Related story