ଜୀବନ୍ତ ଜଳିଗଲେ ଯୁବକ

ଉଦଳା(ମାନସ ପାଣି): ଘରର ଛାତ ଉପରେ କାମ କରୁଥିବା ବେଳେ ଜୀବନ୍ତ ଜଳି ଯାଇଛନ୍ତି ଜଣେ ଯୁବକ। ଯୁବକ ଜଣଙ୍କ ଛାତ ଉପରେ କାମ କରୁଥିବା ବେଳେ ହଠାତ୍‌ ଏହାର ଉପର ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯାଇଥିଲେ। ଫଳରେ ସେ ଜଳି ଯାଇ ପ୍ରାଣ ହରାଇଛନ୍ତି। ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଖୁଣ୍ଟାପାଳ ଗାଁରେ ଏହି ଦୁଃଖଦ ଘଟଣା ଘଟିଛି। ଆଜି ସନ୍ଧ୍ୟା ସମୟରେ ଖୁଣ୍ଟାପାଳ ଗାଁର ଦୀନା କାର୍ଜୀ […]

burn

Hemant Lenka
  • Published: Saturday, 09 July 2022
  • , Updated: 09 July 2022, 09:44 PM IST

ଉଦଳା(ମାନସ ପାଣି): ଘରର ଛାତ ଉପରେ କାମ କରୁଥିବା ବେଳେ ଜୀବନ୍ତ ଜଳି ଯାଇଛନ୍ତି ଜଣେ ଯୁବକ। ଯୁବକ ଜଣଙ୍କ ଛାତ ଉପରେ କାମ କରୁଥିବା ବେଳେ ହଠାତ୍‌ ଏହାର ଉପର ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯାଇଥିଲେ। ଫଳରେ ସେ ଜଳି ଯାଇ ପ୍ରାଣ ହରାଇଛନ୍ତି।
ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଖୁଣ୍ଟାପାଳ ଗାଁରେ ଏହି ଦୁଃଖଦ ଘଟଣା ଘଟିଛି।

ଆଜି ସନ୍ଧ୍ୟା ସମୟରେ ଖୁଣ୍ଟାପାଳ ଗାଁର ଦୀନା କାର୍ଜୀ ନିଜ ଛାତ ଉପରେ କିଛି କାମ କରୁଥିଲେ। ତେବେ ଅସାବଧାନତା ଯୋଗୁ ଦୀନା ଛାତ ଉପର ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯାଇଥିଲେ। ଏହା ଅତ୍ୟନ୍ତ ଶକ୍ତିଶାଳୀ କରେଣ୍ଟ ହୋଇଥିବାରୁ ସେ ଜଳି ଯାଇଥିଲେ। ତାଙ୍କୁ ଏପରି ଅବସ୍ଥାରେ ଦେଖି ପରିବାର ଲୋକ ବିଚଳିତ ହୋଇ ଯାଇଥିଲେ।

ସେ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯାଇଥିବାରୁ ତାଙ୍କ ପାଖକୁ କେହି ବି ଯାଇ ନଥିଲେ। ପ୍ରଥମେ ପରିବାର ଲୋକ ବିଦ୍ୟୁତ ବିଭାଗକୁ ବିଜୁଳି କାଟିବାକୁ କହିଥିଲେ। ତେବେ ବିଜୁଳି ବିଭାଗ ଲାଇନ କାଟିବା ବେଳକୁ ବିଳମ୍ବ ହୋଇ ସାରିଥିଲା। ଲାଇନ କଟା ଯିବା ବେଳକୁ ଦୀନାଙ୍କ ଶରୀରର ୭୦ ଭାଗ ଅଂଶ ପୋଡ଼ି ଯାଇଥିଲା। ସେହି ଅବସ୍ଥାରେ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲେ ମଧ୍ୟ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏହି ଘଟଣା ପୂରା ଗାଁରେ ଶୋକର ଚ୍ଛାୟା ଖେଳାଇ ଦେଇଛି।

Related story