ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଦେଶୀ ମୁଦ୍ରା ଦେବା ନାଁରେ ଦୁଇ ଲକ୍ଷ ଟଙ୍କା ଚୁନ ଲଗାଇଲା ଠକ। ଜଣେ ହଜ ଯାତ୍ରୀଙ୍କ ଠାରୁ ହୋଇଛି ଏଭଳି ଠକେଇ। ଉକ୍ତ ହଜ୍ ଯାତ୍ରୀଙ୍କୁ ନକଲି ସାଉଦୀ ନୋଟ ଧରାଇ ୨ ଲକ୍ଷ ଟଙ୍କା ନେଇଯାଇଛି ଠକ। ଏନେଇ ଭୁବନେଶ୍ୱର ବଡ଼ଗଡ଼ ଥାନାରେ ହୋଇଛି ଅଭିଯୋଗ। ପୁଲିସ ଏହି ମାମଲାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛି।
ଅଭିଯୋଗକାରୀ ବ୍ୟକ୍ତି ସାଉଦି ଆରବ ହଜ୍ ଯାତ୍ରା କରିବାକୁ ପ୍ରସ୍ତୁତି କରୁଥିଲେ। ଏହି ସମୟରେ କଟକର ଜଣେ ବ୍ୟକ୍ତି ତାଙ୍କୁ ଯୋଗାଯୋଗ କରିଥିଲା। ହଜ ଯାତ୍ରା ପାଇଁ ଆବଶ୍ୟକ ସାଉଦୀ ଆରବ ମୁଦ୍ର ସେ ଯୋଗାଇ ଦେବାକୁ କହି ଠକ ଜଣକ ଜାଲରେ ଫସାଇଥିଲା। କମ ଟଙ୍କା ବଦଳରେ ସାଉଦି ମୁଦ୍ରା ପାଇବା ଲୋଭରେ ଶେଷରେ ଟଙ୍କା ଠକେଇ ଶିକାର ହୋଇଥିଲେ ଅଭିଯୋଗକାରୀ । ଏନେଇ ଅଭିଯୋଗ ପରେ ମାମଲା ରୁଜୁ କରି ଠକକୁ ଖୋଜୁଛି ପୁଲିସ।
ଆଉ କିଏ ଏଭଳି ଠକେଇର ଶିକାର ହୋଇଥିଲେ, ତୁରନ୍ତ ଅଭିଯୋଗ କରିବାକୁ ଭୁବନେଶ୍ୱର ଡିସିପି ପ୍ରତିକ୍ ସିଂହ ଅପିଲ୍ କରିଛନ୍ତି। ମୁଦ୍ରା ଏକ୍ସଚେଞ୍ଜକୁ ଯାଇ ମୁଦ୍ରା ସଂଗ୍ରହ କରିବାକୁ ସେ ପରାମର୍ଶ ଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ହାର୍ଡକୋର ନକ୍ସଲ ପ୍ରଭାକର ଗିରଫ; ୨୫ ଲକ୍ଷ ଥିଲା ପୁରସ୍କାର ରାଶି
ପ୍ରଭାକରଙ୍କ ନାଁରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା।
Miscellaneous
ଜଙ୍ଗଲରେ ଥିଲା ୬୨ ଫୁଟ ଉଚ୍ଚ ସହିଦ ସ୍ତମ୍ଭ, ମାଟିରେ ମିଶାଇଲେ ଯବାନ
ମାଲକାନଗିରି ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ରହିଥିବା ସବୁଠାରୁ ବିଶାଳ ସହିଦ ସ୍ତମ୍ଭ ମାଟିରେ ମିଶିଲା। ଉକ୍ତ ସ୍ତମ୍ଭକୁ ଧ୍ୱସଂ କରିଛନ୍ତି ଡିଆରଜି ଯବାନ ।
Miscellaneous
ଅଗଷ୍ଟ ୧୫ ସୁଦ୍ଧା ରାଜ୍ୟରେ ଗଡ଼ିବ ଗ୍ରୀନ୍ ହାଇଡ୍ରୋଜେନ୍ ବସ୍
ଖୁବ୍ ଶୀଘ୍ର ଗ୍ରୀନ ହାଇଡ୍ରୋଜେନ୍ ବସ୍ ରାଜ୍ୟରେ ଗଡିବା ପାଇଁ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଆସନ୍ତା ଅଗଷ୍ଟ ୧୫ ସୁଦ୍ଧା ଗ୍ରୀନ ହାଇଡ୍ରୋଜେନ ବସ୍ ଗଡ଼ିବା ନେଇ ସୂଚନା ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ।
Weather
ଲଘୁଚାପ ପ୍ରଭାବ; ଆଜି ଏହି ସବୁ ଜିଲ୍ଲାରେ ଛେଚିବ
ଲଘୁଚାପ ପ୍ରଭାବରେ ଦୁଇ ତିନି ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ।
Politics
ରୁବେନଙ୍କୁ ନେଇ ବିଜେଡିରେ ଭିନ୍ନମତ: ବର୍ଷିଲେ ଅରୁଣ-ଅତନୁ, ପ୍ରସନ୍ନ କରିଥିଲେ ପ୍ରଶଂସା
ରୁବେନଙ୍କ ପୁସ୍ତକର ସଂଶୋଧିତ ସଂସ୍କରଣ ଗତ ଦୁଇଦିନ ତଳେ ଉନ୍ମୋଚନ ହେବା ପରଠୁ ରାଜନୀତିକ ଉଷ୍ମତା ଲାଗି ରହିଛି ।