ସିଗାରେଟ୍ ମାଗି ବନ୍ଧନଙ୍କ ଜୀବନ ଗଲା

ଜଗତସିଂହପୁର(ଓଡ଼ିଶା ରିପୋର୍ଟର):  ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ନୂଆଗାଁ  ଗାଁରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକଙ୍କ ନାଁ ବନ୍ଧନ ମହାନ୍ତି। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ଗତକାଲି  ରାତିରେ ବନ୍ଧନ ଗାଁର ଏକ ଦୋକାନକୁ ଯାଇ ସିଗାରେଟ ମାଗିଥିଲେ। ଏତେ ରାତିରେ ସିଗାରେଟ ଦେଇ ହେବନି ବୋଲି ସମ୍ପୃକ୍ତ ଦୋକାନୀ ବନ୍ଧନଙ୍କୁ  କହିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା। ବନ୍ଧନ ଉତ୍ତ୍ୟକ୍ତ ହୋଇ […]

deadbody.

Niharika Rout
  • Published: Wednesday, 03 July 2019
  • , Updated: 03 July 2019, 01:33 PM IST

ଜଗତସିଂହପୁର(ଓଡ଼ିଶା ରିପୋର୍ଟର):  ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ନୂଆଗାଁ  ଗାଁରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକଙ୍କ ନାଁ ବନ୍ଧନ ମହାନ୍ତି। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି।

ଗତକାଲି  ରାତିରେ ବନ୍ଧନ ଗାଁର ଏକ ଦୋକାନକୁ ଯାଇ ସିଗାରେଟ ମାଗିଥିଲେ। ଏତେ ରାତିରେ ସିଗାରେଟ ଦେଇ ହେବନି ବୋଲି ସମ୍ପୃକ୍ତ ଦୋକାନୀ ବନ୍ଧନଙ୍କୁ  କହିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା। ବନ୍ଧନ ଉତ୍ତ୍ୟକ୍ତ ହୋଇ ଦୋକାନୀଙ୍କୁ ମାଡ଼ ମାରିଥିଲେ। ପରେ ଉକ୍ତ ଦୋକାନୀ ଓ ଅନ୍ୟମାନେ ବନ୍ଧନଙ୍କୁ ପିଟିଥିଲେ।

ନାଉଗାଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବନ୍ଧନଙ୍କୁ ଉଦ୍ଧାର କରିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଆଜି ଭୋରରୁ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ପୁଲିସ ସମ୍ପୃକ୍ତ ଦୋକାନୀଙ୍କୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ କରୁଛି।

Related story