Advertisment

ମାନସିକ ରୋଗୀକୁ ୬ ମାସ ଜେଲ୍ ଦଣ୍ଡ ଦେଲା ଆଦର୍ଶ ଥାନା ପୁଲିସ

ବଲାଙ୍ଗୀର (ମନରଞ୍ଜନ ଯୋଷୀ): ଆଦର୍ଶ ଦେଖାଇଲାନି ବଲାଙ୍ଗିର ଆଦର୍ଶ ଥାନା ପୁଲିସ। ମାନବିକତା ଭୁଲିଗଲା। ଆଦର୍ଶ ଥାନା ପୁଲିସର ଏହି ଭୁଲ ପାଇଁ ୬ ମାସ ଜେଲରେ ଦିନ କାଟିଛି ଜଣେ ମାନସୀକ ରୋଗୀ। ଭାରତୀୟ ଆଇନ୍ ବ୍ୟବସ୍ଥା କୁହେ, ହଜାରେ ଦୋଷୀ ଖସି ଯାଆନ୍ତୁ ପଛେ, ଜଣେ ନିର୍ଦ୍ଦୋଷ ଦଣ୍ଡ ନପାଉ। ବଲାଙ୍ଗିରେ କିନ୍ତୁ ଠିକ୍ ଏହାର ଓଲଟା ଘଟିଛି। ଏଟିଏମ୍ ଚୋରର ଆଖ୍ୟା ଦେଇ ଜଣେ ନିର୍ଦ୍ଦୋଷ ମାନସିକ ରୋଗୀକୁ ବଲାଙ୍ଗିର ଆଦର୍ଶ ଥାନା […]

ଅଦ୍ୟତନ ହୋଇଛି
ମାନସିକ ରୋଗୀକୁ ୬ ମାସ ଜେଲ୍ ଦଣ୍ଡ ଦେଲା ଆଦର୍ଶ ଥାନା ପୁଲିସ

siba

Advertisment

ବଲାଙ୍ଗୀର (ମନରଞ୍ଜନ ଯୋଷୀ): ଆଦର୍ଶ ଦେଖାଇଲାନି ବଲାଙ୍ଗିର ଆଦର୍ଶ ଥାନା ପୁଲିସ। ମାନବିକତା ଭୁଲିଗଲା। ଆଦର୍ଶ ଥାନା ପୁଲିସର ଏହି ଭୁଲ ପାଇଁ ୬ ମାସ ଜେଲରେ ଦିନ କାଟିଛି ଜଣେ ମାନସୀକ ରୋଗୀ। ଭାରତୀୟ ଆଇନ୍ ବ୍ୟବସ୍ଥା କୁହେ, ହଜାରେ ଦୋଷୀ ଖସି ଯାଆନ୍ତୁ ପଛେ, ଜଣେ ନିର୍ଦ୍ଦୋଷ ଦଣ୍ଡ ନପାଉ। ବଲାଙ୍ଗିରେ କିନ୍ତୁ ଠିକ୍ ଏହାର ଓଲଟା ଘଟିଛି। ଏଟିଏମ୍ ଚୋରର ଆଖ୍ୟା ଦେଇ ଜଣେ ନିର୍ଦ୍ଦୋଷ ମାନସିକ ରୋଗୀକୁ ବଲାଙ୍ଗିର ଆଦର୍ଶ ଥାନା ପୁଲିସ ଜେଲ ପଠାଇଦେଇଛି। ତେବେ ବଲାଙ୍ଗିର ଜେଲ କର୍ତ୍ତୃପକ୍ଷଙ୍କ ମାନବିକତା ଓ ସହୃଦୟତା ପାଇଁ ସଂପୃକ୍ତ ମାନସିକ ରୋଗୀ ୬ ମାସ ପରେ ଜେଲରୁ ଜାମିନରେ ମୁକୁଳିଛନ୍ତି।

Advertisment

ଏହି ଯୁବକ ଏସ. ପାଇତି ରାଜୁ। ଘର ଆନ୍ଧ୍ରପ୍ରଦେଶର ଭାଇଜାଗ। ତେବେ ବଲାଙ୍ଗିର ଟାଉଥାନା ପୁଲିସ୍ କିନ୍ତୁ ଏ ମାମଲାରେ ନେଇ ପୂରା ଚୁପ୍। ଭୁଲ କ’ଣ ପାଇଁ ହେଲା ପଚାରିଲେ ଉତ୍ତର ମିଳୁନି।

କିନ୍ତୁ ଜେଲରୁ ମୁକୁଳିବା ପରେ ଏସ. ପାଇତି ରାଜୁଙ୍କ ମୁହଁର ଭାବ କହୁଥିଲା ମୁକ୍ତିର ଆନନ୍ଦ କେତେ। ସରଳ ମୁଖମଣ୍ଡଳ ବୟାନ କାରୁଥିଲା ନିର୍ଦ୍ଦୋଷ ହୋଇ ବି ଦୀର୍ଘ ୬ ମାସ ଧରି ଜେଲ ଭିତରେ ପେଷି ହେବାର ଯାତନା ଓ ଯନ୍ତ୍ରଣା କେତେ ଥିଲା।

Advertisment

ଏସ. ପାଇତି ରାଜୁଙ୍କ ଜେଲ ଯିବା ପଛର କାହାଣୀ ଶୁଣିଲେ ଯେ କେହି ବି ଆଶ୍ଚର୍ଯ୍ୟ ହେବ। ପୁଲିସର ତଦନ୍ତ ଓ କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନ କରିବ। ୨୦୨୨ ଜାନୁଆରୀ ୪ ତାରିଖ ବିଳମ୍ବିତ ରାତିରେ ବଲାଙ୍ଗିର ଆଦର୍ଶ ଥାନା ପୁଲିସ ସହର ଭିତରେ ଥିବା ଏକ ଏଟିଏମ୍ ଭିତରୁ ଉଠାଇ ନେଇଥିଲା ତାଙ୍କୁ। ସେତେବେଳେ ଗୋଟେପଟେ ସହରରେ ଲୁଟ୍ ବଢୁଥିବା ବେଳେ ଅନ୍ୟପଟେ ପୁଲିସ ଖୋଜି ବୁଲୁଥିଲା ଅପରାଧୀଙ୍କୁ। ଠିକ୍ ସେତିକିବେଳେ ଏଟିଏମ୍ ଭିତରେ ସନ୍ଦେହଜନକ ଭାବେ ଶୋଇଥିବା ଏହି ଯୁବକଙ୍କୁ ଗିରଫ କରିଥିଲା ପୁଲିସ। ପୁଲିସକୁ ଯୁବକର ବେଶଭୂଷା, ଭାବଭଙ୍ଗୀ ସନ୍ଦେହ ଲାଗିଥିଲା। ତେଲୁଗୁ ଭାଷାକୁ ପୁଲିସ ଆଦୌ ବୁଝିବାକୁ ଚେଷ୍ଟା କରିନଥିଲା। ପରଦିନ ତାଙ୍କୁ କୋର୍ଟ ଚାଲାଣ କରିଥିଲା।

ତେବେ ଜେଲରେ ରହିବା ଭିତରେ ସେ ଜଣେ ମାନସିକ ବିକୃତ ରୋଗୀ ବୋଲି ଜାଣିବାକୁ ପାଇଥିଲେ ବଲାଙ୍ଗିର ଜିଲ୍ଲା କାରାଗାର ସୁପରିଟେଣ୍ଡେଣ୍ଟ୍ ସର୍ବେଶ୍ୱର ସାହୁ। ପରେ ସେ ତାଙ୍କର କିଛି ସହଯୋଗୀ ଅଧିକାରୀ ଓ ଅନ୍ୟ କିଛି ତେଲୁଗୁ କଏଦୀଙ୍କ ସାହାଯ୍ୟ ନେଇ ତାଙ୍କ ପରିଚୟ ଓ ଠିକଣା ଯୋଗାଡ଼ କରିବା ପରେ ତାଙ୍କ ଜାମିନର ବ୍ୟବସ୍ଥା କରିଥିଲେ।

ଜେଲରୁ ଜାମିନରେ ମୁକୁଳିବା ପରେ ପରିବାର ଲୋକଙ୍କୁ ପାଖରେ ପାଇ ଏସ. ପାଇତି ବଖାଣିଛନ୍ତି ୬ ମାସ ତଳେ ତାଙ୍କ ସହ ହୋଇଥିବା ଅନ୍ୟାୟ ଓ ଅତ୍ୟାଚାର କାହାଣୀ। ସେ କହିଛନ୍ତି, ପୁଲିସ ତାଙ୍କୁ ଏଟିଏମରୁ ଉଠାଇ ନେଇ ଖୁବ୍ ପିଟିଥିଲା। ପରେ ସିଧା କୋର୍ଟ ଚାଲାଣ କରିଥିଲା। ସେପଟେ ତାଙ୍କ ପରିବାର ଲୋକ କହିଛନ୍ତି, ଗଲା କିଛି ବର୍ଷ ଧରି ଏସ. ପାଇତି ଭାଇଜାଗ୍ ସରକାରୀ ଡାକ୍ତରଖାନାରେ ମାନସିକ ରୋଗୀ ଭାବେ ଚିକିତ୍ସାଧୀନ ଥିଲେ। ଚିକିତ୍ସାଧୀନ ଅବସ୍ଥାରେ ସେ ହଠାତ ହସ୍ପିଟାଲରୁ କେଉଁଆଡ଼େ ପଳାଇ ଥିଲେ। ଏବେ ଜଣାପଡ଼ିଛି ସେ ସେଠାରୁ ଟ୍ରେନ୍‌ରେ ବଲାଙ୍ଗିର ପହଞ୍ଚିଥିଲେ। ବିଳମ୍ବିତ ରାତିରେ ଶୋଇବାକୁ ସ୍ଥାନ ନପାଇ ଏଟିଏମ୍‌ରେ ଆଶ୍ରୟ ନେଇଥିଲେ। ଏହି ସମୟରେ ପୁଲିସ ତାଙ୍କୁ ଉଠାଇ ଆଣି ଗିରଫ କରିବା ପରେ କୋର୍ଟ ଚାଲାଣ କରିଥିଲା। ସେଠାରୁ ତାଙ୍କୁ ଜେଲ ପଠାଇ ଦିଆଯାଇଥିଲା।

ଏସ. ପାଇତିଙ୍କ ମାମୁ ଶେଖ୍ ମଦିନା କହିଛନ୍ତି, ପୁଲିସ ତଦନ୍ତ ବେଳେ କୌଣସି ଭାଷା ବିନିମୟକାରୀଙ୍କ ସହାୟତା ବିନା ତାଙ୍କ ଭଣଜାକୁ କେମିତି ଦୋଷୀ ସଜେଇ ଦେଲେ ଏବଂ ଜେଲରେ ଭର୍ତ୍ତି କଲେ ତାହା ତାଙ୍କୁ ତାଜୁବ କରିଛି।

ଏ ପୂରା ଘଟଣାରେ କିନ୍ତୁ ବଲାଙ୍ଗିର ଆଦର୍ଶ ଥାନାର ତଦନ୍ତକାରୀ ଅଧିକାରୀ ତଥା ଆଇଆଇସି କିମ୍ବା ଏସଡିପିଓ ମୁହଁ ଖୋଲି ନାହାନ୍ତି। ଯାହା ସାଧାରଣରେ ଉଦ୍‌ବେଗର ବିଷୟ ହୋଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe