ବଞ୍ଚି ଥିଲା ବେଳେ ବାସନ୍ଦ କଲେ, ମଲା ପରେ ବି ପାଖ ମାଡ଼ିଲେନି

ପାଟଣାଗଡ଼(ଓଡ଼ିଶା ରିପୋର୍ଟର): ମାନବିକତା ଭୁଲି ଗଲେ ଜାତି ଭାଇ। ବଞ୍ଚି ଥାଉ ଥାଉ ବାସନ୍ଦ କରିଥିବା ବେଳେ ଆଖି ବୁଜିଲା ପରେ ବି ପାଖ ମାଡ଼ିଲେନି। ଅନ୍ୟ ଜାତିରେ ବିବାହ କରିଥିବାରୁ ଶେଷରେ ଶବ ଉପରେ ବି ରାଗ ଶୁଝାଇଲେ । ଦୀର୍ଘ ସମୟ ଧରି ଶବ ପଡ଼ି ରହିବା ସତ୍ତ୍ୱେ କେହି କାନ୍ଧ ଦେବାକୁ ଆଗେଇ ନ ଆସିବାରୁ ଶଗଡ଼ ଗାଡ଼ିରେ ନେଇ ବାପାଙ୍କ ଅନ୍ତିମ ସଂସ୍କାର କରିଛି ନାବାଳକ ପୁଅ । ଏପରି ହୃଦୟ […]

deadbody

Niharika Rout
  • Published: Monday, 09 August 2021
  • , Updated: 09 August 2021, 02:47 PM IST

ପାଟଣାଗଡ଼(ଓଡ଼ିଶା ରିପୋର୍ଟର): ମାନବିକତା ଭୁଲି ଗଲେ ଜାତି ଭାଇ। ବଞ୍ଚି ଥାଉ ଥାଉ ବାସନ୍ଦ କରିଥିବା ବେଳେ ଆଖି ବୁଜିଲା ପରେ ବି ପାଖ ମାଡ଼ିଲେନି। ଅନ୍ୟ ଜାତିରେ ବିବାହ କରିଥିବାରୁ ଶେଷରେ ଶବ ଉପରେ ବି ରାଗ ଶୁଝାଇଲେ । ଦୀର୍ଘ ସମୟ ଧରି ଶବ ପଡ଼ି ରହିବା ସତ୍ତ୍ୱେ କେହି କାନ୍ଧ ଦେବାକୁ ଆଗେଇ ନ ଆସିବାରୁ ଶଗଡ଼ ଗାଡ଼ିରେ ନେଇ ବାପାଙ୍କ ଅନ୍ତିମ ସଂସ୍କାର କରିଛି ନାବାଳକ ପୁଅ । ଏପରି ହୃଦୟ ବିଦାରକ ଘଟଣା ପାଟଣାଗଡ଼ ବ୍ଲକ ମାରୁଆ ପଞ୍ଚାୟତ ର ପଢେଲ ଗାଁରେ ଘଟିଛି।

ପଢେଲ ଗାଁର ସୀତା ସରାଫଙ୍କୁ ଛତିଶଗଡ଼ ଅଞ୍ଚଳର କଲ୍ୟାଣ ସୁନାନୀ ପ୍ରେମ ବିବାହ କରିଥିଲେ। ଦୁହେଁ  ଭିନ୍ନ ଜାତିର ହୋଇଥିବାରୁ ଜାତି କୁଳ ସେମାନଙ୍କୁ ବାସନ୍ଦ କରିଥିଲେ ।   କିଛି ଦିନ ଗାଁରେ ରହିବା ପରେ ଉଭୟ ପତିପତ୍ନୀ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିଲେ । ସେଠାରେ ପ୍ରାୟ ୧୦ ବର୍ଷ ରହିବା ପରେ ପୁଣି ଗାଁକୁ ଫେରି ଆସିଥିଲେ ।

ଇତି ମଧ୍ୟରେ ସୀତା ଓ କଲ୍ୟାଣଙ୍କର  ୩ଟି ଝିଅ ଓ ଗୋଟିଏ ପୁଅ ହୋଇ ସାରିଥିଲେ । ଗାଁରେ ସମସ୍ତେ ଏକାଠି ରହିବା ପରେ  ଉଭୟ ପତିପତ୍ନୀକୁ  ଜାତିକୁଳ  ବାସନ୍ଦ କରିଥିଲେ । ବିଭିନ୍ନ ଘାତ ପ୍ରତିଘାତର ସାମନା କରିବା ପରେ ସ୍ୱାମୀ ସ୍ତ୍ରୀ ଦୁହେଁ ଏକାଠି ରହିଥିବା ବେଳେ  ପିଲାମାନେ ଅନ୍ୟତ୍ର  ରହି ଆସୁଥୁଲେ |

ଗତ ରବିବାର କଲ୍ୟାଣ ସୁନାନୀଙ୍କ ମୃତ୍ୟୁ ଘଟିଥିଲା ।  ଘଣ୍ଟା ଘଣ୍ଟା ଧରି ଘରେ ଶବ ପଡିରହିଥିଲେ ମଧ୍ୟ  ପାଖକୁ କେହି ଭାଇ ବନ୍ଧୁ ଆସିନଥିଲେ।  ଶେଷରେ ନିଜ ନାବାଳକ ପୁଅ ଶବକୁ ଶଗଡ଼ ଗାଡ଼ିରେ ମଶାଣିକୁ ନେଇଥିଲେ  । ଖବର ପାଇ ଗାଁର କିଛିଲୋକ ଏବଂ ସେବା ଚାରିଟେବୁଲ ଟ୍ରଷ୍ଟର ସଦସ୍ୟ  ଘଟଣାସ୍ଥଳରେ ପହଁଚି ଶବ ସତ୍କାର କରିବାରେ ସାହାଯ୍ୟ କରିଥିଲେ।

Related story