ଦିଆସିଲ୍ ନ ଦେବାରୁ ମିଠା ଦୋକାନ ମାଲିକଙ୍କୁ ଛୁରା ମାଡ଼

କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର): ସିଗାରେଟ୍ ଟାଣିବା ପାଇଁ ଦିଆସିଲ୍ ନ ଦେବାରୁ ମିଠା ଦୋକାନ ମାଲିକଙ୍କୁ ଜଣେ ବ୍ୟକ୍ତି ଛୁରାମାଡ଼ କରିଥିବା ଅଭିଯୋଗ ହୋଇଛି। ଏପରି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ବଡ଼ପାଳ ଗୋଡ଼ା ବାଇପାସରେ। ଆହତ ବ୍ୟକ୍ତି ଜଣଙ୍କ ହେଲେ ଚିଣ୍ଟୁ ଦାସ। ତାଙ୍କୁ ମାର୍ଶାଘାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାପରେ ଅଭିଯୁକ୍ତ  ବିକା ଓରଫ୍ ମାନସ ବେହେରା ଫେରାର ହୋଇଯାଇଛି। ବଡ଼ପାଳ ଗୋଡ଼ା ବାଇପାସରେ ଚିଣ୍ଟୁଙ୍କର ସୁଇଟ୍ ଷ୍ଟଲ ଅଛି।  ଗତ […]

kendrapada

Tapaswini Nayak
  • Published: Thursday, 21 July 2022
  • , Updated: 21 July 2022, 02:58 PM IST

କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର): ସିଗାରେଟ୍ ଟାଣିବା ପାଇଁ ଦିଆସିଲ୍ ନ ଦେବାରୁ ମିଠା ଦୋକାନ ମାଲିକଙ୍କୁ ଜଣେ ବ୍ୟକ୍ତି ଛୁରାମାଡ଼ କରିଥିବା ଅଭିଯୋଗ ହୋଇଛି। ଏପରି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ବଡ଼ପାଳ ଗୋଡ଼ା ବାଇପାସରେ। ଆହତ ବ୍ୟକ୍ତି ଜଣଙ୍କ ହେଲେ ଚିଣ୍ଟୁ ଦାସ। ତାଙ୍କୁ ମାର୍ଶାଘାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାପରେ ଅଭିଯୁକ୍ତ  ବିକା ଓରଫ୍ ମାନସ ବେହେରା ଫେରାର ହୋଇଯାଇଛି।

ବଡ଼ପାଳ ଗୋଡ଼ା ବାଇପାସରେ ଚିଣ୍ଟୁଙ୍କର ସୁଇଟ୍ ଷ୍ଟଲ ଅଛି।  ଗତ ୩ ଦିନ ତଳେ ମାନସ ବିଳମ୍ବିତ ରାତିରେ ସୁଇଟ୍ ଷ୍ଟଲରେ ପହଞ୍ଚି ସିଗାରେଟ ଟାଣିବା ପାଇଁ ଦିଆସିଲ୍ ମାଗିଥିଲେ। ଚିଣ୍ଟୁଙ୍କ ସୁଇଟ୍ ଷ୍ଟଲରେ କାମ କାରୁଥିବା କର୍ମଚାରୀ ଦିଆସିଲ୍ ନାହିଁ ବୋଲି ମନା କରିଥିଲେ। ପରେ ମାନସ ସେଠାରୁ ପଳାଇ ଯାଇଥିଲେ।

ଗତକାଲି ମାନସ ପୁଣି ସୁଇଟ୍ ଷ୍ଟଲରେ ପହଞ୍ଚି ତାଙ୍କୁ ଦିଆସିଲ୍‌ ଦେବାକୁ ଦୋକାନ କର୍ମଚାରୀ କାହିଁକି  ମନା କଲେ ବୋଲି ପାଟିତୁଣ୍ଡ କରିଥିଲେ।  ଏନେଇ ମାନସ ଓ ଚିଣ୍ଟୁଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ମାନସ ଉତ୍‌କ୍ଷିପ୍ତ ହୋଇ ପକେଟରେ ରଖିଥିବା ଛୁରୀ ବାହାର କରି ଚିଣ୍ଟୁକୁ ଭୁଶି ଦେଇଥିଲେ। ପରେ ମାନସ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ସ୍ଥାନୀୟ ଲୋକ ଚିଣ୍ଟୁଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଚିଣ୍ଟୁଙ୍କ ବଡ଼ଭାଇ ଏନେଇ ମାର୍ଶାଘାଇ ଥାନାରେ ଅଭିଯୋଗ କରିଛନ୍ତି।  ପୁଲିସ ମାନସଙ୍କୁ ଧରିବାକୁ ଉଦ୍ୟମ ଚଳାଇଛି।

 

Related story