ଦିନେ ଝିଅ ଦେଇଥିଲେ, ଆଜି ଜୀବନ ନେଇଗଲେ

Ordigital Desk
  • Published: Friday, 16 March 2018
  • , Updated: 16 March 2018, 12:08 PM IST
<p>ବଣାଇ( ଓଡ଼ିଶା ରିପୋର୍ଟର): ଦିନେ ଯାହା ହାତରେ ନିଜ ଝିଅକୁ ଟେକିଦେଇଥିଲେ ସେଇ ହାତରେ ଆଜି ଝିଅ ମୁଣ୍ଡରୁ ସିନ୍ଦୁର ପୋଛିଦେଲେ। ଏମିତି ବାପାଙ୍କ କଥା ଶୁଣି ଆପଣ ଘାବରେଇ ଯିବେଣି। ଘଟଣା ଶୁଣି ଆପଣଙ୍କ ଲୋମମୂଳ ବି ଟାଙ୍କୁରିବଣି। ଅବସ୍ୟ କଥାଟି ବି ସେମିତି। ଯାହାକୁ ଯିଏ ଶୁଣିବ ସିଏ ଆଶ୍ଚର୍ଯ୍ୟ ହେବ। ଜାଣିଛନ୍ତି, ଘଟଣାଟି ହେଉଛି ଆମ ରାଜ୍ୟର।</p> <p>ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ଅନ୍ତର୍ଗତ ଶସ୍ୟକଳା ଗାଁରେ ଶଶୁରର ଟାଙ୍ଗିଆ ଚୋଟରେ ଜ୍ୱାଇଁର ମୃତ୍ୟୁ ଘଟିଛି। ପାରିବାରିକ କଳହରୁ ରାଗିଯାଇ ଶଶୁର ଘରକୁ ଆସିଥିବା ଜ୍ୱାଇଁ ପୁଅଙ୍କୁ ଯମଲୋକ ଯିବାକୁ ପଡିଛି। ମୃତକ ଜଣକ ହେଉଛନ୍ତି ରାଜୁ ସିଂ। ଅଭିଯୁକ୍ତ&nbsp;ଶଶୁର ଫୁଲ ସିଂକୁ ପୋଲିସ ଅଟକ ରଖି ଘଟଣାର ତଦନ୍ତ କରୁଛି।</p>

Related story