ଖେଳାଳିଙ୍କୁ ଯୌନ ନିର୍ଯାତନା, ଚପେଇ ଦେଉଥିଲେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ!

ସ୍ୱାତୀ ଜେନା ଷ୍ଟେଟ୍ ଆଥେଲେଟ୍ ମିଟ୍। ରାଜ୍ୟର ବିଭିନ୍ନ କୋଣରୁ ଏକାଠି ହୋଇଛନ୍ତି ଖେଳାଳି। ନିଜ ନିଜ ଜିଲ୍ଲାକୁ କରିଛନ୍ତି ପ୍ରତିନିଧିତ୍ୱ। ଖେଳିବେ ଆଉ ମ୍ୟାଚ୍ ଜିତି ମେଡାଲ୍ ଜିଣିବେ। ଏହି ଲକ୍ଷ୍ୟ ନେଇ ରାଜ୍ୟର ଏକ ନାମକରା ଘରୋଇ ବିଶ୍ୱବିଦ୍ୟାଳୟ ଗ୍ରାଉଣ୍ଡରେ ଏକାଠି ହୋଇଥିଲେ ଉଭୟ ଜୁନିୟର ଓ ସିନିୟର ଖେଳାଳି। କିନ୍ତୁ ଖେଳରେ ନୈରାଶ୍ୟଜନକ ପ୍ରଦର୍ଶନ ହେବାରୁ ଜୁନିୟର ଖେଳାଳିଙ୍କୁ ରାଗିଙ୍ଗ କରିଥିଲେ ସିନିୟର। ରୁମକୁ ଡାକିଲେ, ସଂପୂର୍ଣ୍ଣ ଉଲଗ୍ନ କଲେ, ଭିଡିଓ କଲ୍‌ […]

Police Station

Police Station

Ordigital Desk
  • Published: Monday, 11 April 2022
  • Updated: 11 April 2022, 08:04 PM IST

Sports

Latest News

  • ସ୍ୱାତୀ ଜେନା

ଷ୍ଟେଟ୍ ଆଥେଲେଟ୍ ମିଟ୍। ରାଜ୍ୟର ବିଭିନ୍ନ କୋଣରୁ ଏକାଠି ହୋଇଛନ୍ତି ଖେଳାଳି। ନିଜ ନିଜ ଜିଲ୍ଲାକୁ କରିଛନ୍ତି ପ୍ରତିନିଧିତ୍ୱ। ଖେଳିବେ ଆଉ ମ୍ୟାଚ୍ ଜିତି ମେଡାଲ୍ ଜିଣିବେ। ଏହି ଲକ୍ଷ୍ୟ ନେଇ ରାଜ୍ୟର ଏକ ନାମକରା ଘରୋଇ ବିଶ୍ୱବିଦ୍ୟାଳୟ ଗ୍ରାଉଣ୍ଡରେ ଏକାଠି ହୋଇଥିଲେ ଉଭୟ ଜୁନିୟର ଓ ସିନିୟର ଖେଳାଳି। କିନ୍ତୁ ଖେଳରେ ନୈରାଶ୍ୟଜନକ ପ୍ରଦର୍ଶନ ହେବାରୁ ଜୁନିୟର ଖେଳାଳିଙ୍କୁ ରାଗିଙ୍ଗ କରିଥିଲେ ସିନିୟର। ରୁମକୁ ଡାକିଲେ, ସଂପୂର୍ଣ୍ଣ ଉଲଗ୍ନ କଲେ, ଭିଡିଓ କଲ୍‌ କରି ସମସ୍ତଙ୍କୁ ଦେଖାଇଲେ। ମନ ଇଚ୍ଛା ଖରାପ ଭାଷାରେ ଗାଳିଗୁଲଜ ବି କଲେ। ଏମିତି ଅକଥନୀୟ ଦୁର୍ବ୍ୟବହାରର ଶିକାର ହୋଇଛନ୍ତି ଜଣେ ଦଶମ ଶ୍ରେଣୀର ଛାତ୍ର।

ଜଣେ ନାବାଳକ ଖେଳାଳି ସହ ଜଘନ୍ୟ କାଣ୍ଡ ଘଟିଲା। ସେ ପୁଣି ରାଜାଧାନୀରେ। ଗୋଟେ ହାଇପ୍ରୋଫାଇଲ୍ ଘରୋଇ ବିଶ୍ୱବିଦ୍ୟାଳୟ ପ୍ରାଙ୍ଗଣରେ। କିନ୍ତୁ କଥାକୁ ଗୁରୁତ୍ୱର ସହ ନେଇ ପଦକ୍ଷେପ ନେବା ପରିବର୍ତ୍ତେ ଚପାଇ ଦେବା ପାଇଁ ପ୍ରୟାସ ଆରମ୍ଭ ହୋଇଗଲା। ଉଭୟ ବିଶ୍ୱବିଦ୍ୟାଳୟର କର୍ମଚାରୀ ଓ ମ୍ୟାଚ ମ୍ୟାନେଜର କମ୍ପ୍ରୋମାଇଜ କରିବାକୁ ଚାପ ପକାଇଲେ। ଘଟଣାକୁ ଅଧିକ ପ୍ରଘଟ ନ କରିବାକୁ ପୀଡ଼ିତ ଛାତ୍ର ଓ ତାଙ୍କ ପରିବାର ଉପରେ ଚାପ ସୃଷ୍ଟି କରି ଚାଲିଲେ। ଏମିତିକି ଥାନାରେ ଦିଆଯ।ଇଥିବା ଏତେଲା ମଧ୍ୟ ଉଠାଇଦେବା ପାଇଁ ଚାପ ପ୍ରୟୋଗ କଲେ। ତେବେ ସେମାନେ ଇନ୍‌ଫୋସିଟି ଥାନାରେ ଅଭିଯୋଗ କଲେ। ମାତ୍ର ଇନ୍‌ଫୋସିଟି ଥାନା ତରଫରୁ ସେମାନଙ୍କୁ ଏତଲା କପି ଦିଆଯାଇନଥିବା ଅଭିଯୋଗ କରିଛନ୍ତି ପୀଡ଼ିତର ମାଆ।

ଯଦି ଏହି ସବୁ ଅଭିଯୋଗ ସତ ହୋଇଥାଏ ତାହାଲେ ମାମଲା ଆହୁରି ସାଂଘାତିକ। ଭାରତୀୟ ଆଇନ ଅନୁସାରେ ଦୋଷ କରିବା ଓ ଦୋଷୀଙ୍କୁ ପ୍ରଶ୍ରୟ ଦେଉଥିବା ବ୍ୟକ୍ତି ବି ଅପରାଧୀ। ଯେଉଁ ୩ ଜଣ ଖେଳାଳି ଯୌନ ନିର୍ଯାତନା ଦେଉଥିଲେ ସେମାନଙ୍କୁ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଗିରଫ କରାଯାଇଛି। କିନ୍ତୁ ସେମାନଙ୍କୁ ଘଣ୍ଟ ଘୋଡ଼ାଉଥିବା ବିଶ୍ୱବିଦ୍ୟାଳୟ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ନେଲା ପୁଲିସ? ବିଶ୍ୱବିଦ୍ୟାଳୟ ପରିସରରେ ଘଟଣା ଘଟିଥିବା ବେଳେ ସବୁ ଜାଣି ମଧ୍ୟ କାହିଁକି ନିଜ ଆଡୁ ଏତଲା ଦେଲେ ନାହିଁ କର୍ତ୍ତୃପକ୍ଷ? କେଉଁ ମିଛ ଆବରଣକୁ ଲୁଚାଇବାକୁ ଯାଇଁ ଘଟଣାକୁ ଚାପି ଦେବାକୁ ପ୍ରୟାସ କରୁଥିଲା ବିଶ୍ୱବିଦ୍ୟାଳୟ? ଖେଳାଳିଙ୍କ ଭବିଷ୍ୟତ ଗଢ଼ିବାର ଦାବି କରୁଥିବା ବିଶ୍ୱବିଦ୍ୟାଳୟ କେଉଁ ଆଧାରରେ ଖେଳାଳିଙ୍କ ମାନସିକତା ସହ ଖେଳ ଖେଳୁଥିଲା?

ଅନ୍ୟପଟେ ଯଦି ଦେଖିବା, ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ସ୍ପୋର୍ଟ୍ସ କ୍ୟାପିଟାଲ କରିବାକୁ ସ୍ୱପ୍ନ ବୁଣିଛନ୍ତି। କିନ୍ତୁ ଖୋଦ୍ ରାଜ୍ୟ ରାଜଧାନୀରେ ଜୁନିୟର ଖେଳାଳିଙ୍କ ସହ ହୋଇଥିବା ଯୌନ ଶୋଷଣ, ରାଜ୍ୟରେ ଖେଳ ଓ ଖେଳାଳିଙ୍କ ସ୍ଥିତିର ମୁଖା ଖୋଲି ଦେଇଛି। ଜଣେ ୧୦ମ ଶ୍ରେଣୀ ଛାତ୍ର ସହ ଯଦି ଏମିତି କାଣ୍ଡ ହୋଇ ପାରୁଛି, ଛୋଟ ଛୋଟ ଛୁଆ ତ ମୁହଁ ଖୋଲି ପାରୁନଥିବେ! ହୁଏତଃ ଅଭିଯୋଗ କଲେ ବି ମିଛ ସମ୍ମାନ ବଞ୍ଚାଇବାକୁ ଘଟଣାକୁ ଚାପି ଦିଆଯାଉଥିବ! ନଚେତ୍ ପୁଲିସ ଏହି ଘଟଣାକୁ ଗୁରୁତର ସହ ନେବା ପରିବର୍ତ୍ତେ, କାହିଁକି ଅଣଦେଖା କରୁଥିଲା? ଯଦି ସୁରକ୍ଷା ନାହିଁ, ତାହାଲେ ଖେଳାଳି ନିର୍ଭୟରେ ଖେଳିବି କେମିତି? ଖେଳରେ ହାରଜିତ୍ ଥାଏ। କିନ୍ତୁ ଏଥିପାଇଁ ଯଦି ସେମାନଙ୍କୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦିଆଯିବ ତାହାଲେ ଭବିଷ୍ୟରେ ନୂଆ ଖେଳାଳି ଆସିବେ କେଉଁଠୁ?

ରାଜ୍ୟରେ ଏବେ ସବୁ କିଛି ବିଶ୍ୱସ୍ତରୀୟ ବୋଲି କୁହାଯାଉଛି, କିନ୍ତୁ ବିଶ୍ୱସ୍ତରୀୟ ଖେଳାଳି ସୃଷ୍ଟି କରିବାରେ ଫେଲ୍‌ ମାରିଛି ଓଡ଼ିଶା। ସାଢେ ୪ କୋଟି ଲୋକ। କିନ୍ତୁ ବର୍ଷକୁ ୪ଟି ଅନ୍ତର୍ଜାତୀୟ ମେଡାଲ ଆସିବା ବି କଷ୍ଟ ହୋଇ ଯାଉଛି। ଏପରିସ୍ଥିତିରେ ଖାଲି ଭୁବନେଶ୍ୱରରେ ଖେଳ ପଡ଼ିଆ ପ୍ରସ୍ତୁତ କରି ସ୍ପୋର୍ଟ୍ସ କ୍ୟାପିଟାଲର ମିଛ ବାହାବାଃ ଲୁଟିବାରେ ବ୍ୟସ୍ତ ରାଜ୍ୟ ସରକାର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story