ଯାଜପୁର(ଓଡ଼ିଶା ରିପୋର୍ଟର) : ଯାଜପୁର ଜିଲ୍ଲା ଟମକା ଥାନା ଅନ୍ତର୍ଗତ ଫୁଲଝର ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଏକ ଟ୍ରକ୍କୁ ଏକ ସ୍କୁଟି ପିଟିବାରୁ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଛନ୍ତି।
ମୃତ ୨ ଯୁବକ କିଆଝର ଅଞ୍ଚଳର ମହେନ୍ଦ୍ର ଟୁଡୁ ଓ ମନ ମୁର୍ମୁ ହୋଇଥିବା ବେଳେ ଗୁରୁତର ଜଣକ କେନ୍ଦୁଝର ଜିଲ୍ଲା ହରିଚନ୍ଦନ ପୁର ଅଞ୍ଚଳର କେଶବ ମାରାଣ୍ଡି ବୋଲି ଜଣା ପଡିଛି। ଆହତଙ୍କୁ ଦାନଗଦି ମେଡ଼ିକାଲରେ ପ୍ରାଥମିକ ଚିକିତ୍ସା ପରେ କଟକ SCB କୁ ସ୍ଥାନାନ୍ତର କରାଯାଇଛି।
ଗତକାଲି ବିଳମ୍ବିତ ରାତିରେ କିଆଝର ଛକ ନିକଟରେ ଏକ ଟ୍ରକ ଛିଡ଼ା ହୋଇ ରହିଥିଲା। ୩ ଜଣ ଯୁବକ ଏକ ସ୍କୁଟି ଯୋଗେ ଦ୍ରୁତ ଗତିରେ ଆସୁଥିବା ବେଳେ ଛିଡ଼ା ହୋଇ ରହିଥିବା ଟ୍ରକ ପଛପଟୁ ଧକ୍କା ଦେଇଥିଲେ।
ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପୁଲିସ୍କୁ ଖବର ଦେଇଥିଲେ। ପୁଲିସ୍ ପହଞ୍ଚିବା ବେଳକୁ ଘଟଣା ସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇ ସାରିଥିଲା। ଗୁରୁତର କେଶବଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ଲୋକ ଙ୍କ ସହାୟତା ରେ ପ୍ରଥମେ ଦାନଗଦି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା।ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ SCBକୁ ପଠାଇ ଦିଆଯାଇଛି। ପୁଲିସ୍ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।