ପୁରୀ(ଓଡ଼ିଶା ରିପୋର୍ଟର): ପବିତ୍ର ବାହୁଡ଼ା ଯାତ୍ରା ବେଳେ ବଡ଼ଦାଣ୍ଡରେ ଘଟିଛି ଲଜ୍ଜାଜନକ ଘଟଣା। ଭିଡ଼ର ସୁଯୋଗ ନେଇ ମହିଳାଙ୍କୁ ଅସଦଚାରଣର ଭିଡିଓ ଭାଇରାଲ୍ ହୋଇଛି। ଅଭିଯୁକ୍ତ ଜଣକ ଆଉ କେହି ନୁହେଁ, ବରଂ ଜଣେ ସୁରକ୍ଷାକର୍ମୀ। ଅର୍ଥାତ୍ ଯିଏ ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ନିୟୋଜିତ, ତାଙ୍କର ଏଭଳି କୁକର୍ମର ସାଂଘାତିକ ଭିଡିଓ ଘୁରି ବୁଲୁଛି ସୋସିଆଲ୍ ମିଡିଆରେ। ଭିଡ଼ ଭିତରେ ବର୍ଦ୍ଦିଧାରୀ ସୁରକ୍ଷାକର୍ମୀ ଜଣକ ଯେଉଁ କାର୍ଯ୍ୟ କରିଛନ୍ତି, ତାହା ଗଣମାଧ୍ୟମରେ ସ୍ପଷ୍ଟ ଦେଖାଇବା ସମ୍ଭବ ନୁହେଁ।
ଏହାକୁ ଦେଖିଲେ ସଭ୍ୟ ସମାଜର ମୁଣ୍ଡ ନଇଁଯିବ। ବିଶ୍ୱପ୍ରସିଦ୍ଧ ବାହୁଡ଼ା ଯାତ୍ରାରେ ଯେଉଁଠି ଲକ୍ଷ ଲକ୍ଷ ଲୋକ ବଡ଼ଦାଣ୍ଡରେ ରଥାରୁଢ଼ ମହାପ୍ରଭୁଙ୍କୁ ଦର୍ଶନ କରି ଭକ୍ତିର ସାଗରରେ ବୁଡ଼ ଦେଉଛନ୍ତି, ସେଠି ଅଭଦ୍ରାମୀର ସୀମା ଟପି ଏଭଳି ଅସଦାଚରଣ କରୁଛନ୍ତି ସୁରକ୍ଷାକର୍ମୀ।
ସେ ହୁଏତ ଭାବିଥିଲେ ଅସମ୍ଭବ ଭିଡ଼ ଭିତରେ ସମସ୍ତଙ୍କ ଅଲକ୍ଷ୍ୟରେ ଏଭଳି ଅସାଧୁ କାର୍ଯ୍ୟ କଲେ ତାଙ୍କୁ କେହି ଦେଖିପାରିବ ନାହିଁ। କିନ୍ତୁ ସେ ଜାଣିନଥିଲେ ଯେ, ତାହା କଏଦ ହୋଇଯାଇଛି କ୍ୟାମେରାରେ। ଏହି ଘଟଣାକୁ ବିଭିନ୍ନ ବର୍ଗର ଲୋକେ ନିନ୍ଦା କରିଥିବା ବେଳେ ସମ୍ପୃକ୍ତ ସୁରକ୍ଷାକର୍ମୀଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରିନାହିଁ। ଏନେଇ ପ୍ରଶାସନର ପ୍ରତିକ୍ରିୟା ମଧ୍ୟ ହସ୍ତଗତ ହୋଇପାରିନାହିଁ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।