ବନ୍ଦ ରଖିଥିଲେ ବୋଲି ବଞ୍ଚିଗଲେ!

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ଶଟରର ଲକ୍‌ କାମ କରୁ ନଥିଲା। ତାକୁ ଖୋଲିବାରେ ସମସ୍ୟା ହେଉଥିଲା। ତେଣୁ ପ୍ରିଣ୍ଟିଂ ପ୍ରେସ୍‌କୁ ଆଜି ବନ୍ଦ ରଖିଥିଲେ ଏହାର ମାଲିକ। ଆଉ ଏହା ତାଙ୍କ ପାଇଁ ବରଦାନ ସଦୃଶ୍ୟ ହୋଇଥିଲା। ଏକ ବଡ଼ ଅଘଟଣରୁ ସେ ବର୍ତ୍ତି ଗଲେ। କାରଣ ଅପରାହ୍ଣରେ ତାଙ୍କର ଏହି ଦୁଇ ମହଲା ବିଶିଷ୍ଟ ପ୍ରିଣ୍ଟିଂ ପ୍ରେସ କୋଠାଟି ଭୁଶୁଡ଼ି ପଡ଼ିଥିଲା। ଏମିତି ଏକ ଘଟଣା ଘଟିଛି ବାଲେଶ୍ୱର ସହରର ମୋତିଗଞ୍ଜ ବଜାରରେ। ଭୁଶୁଡ଼ି ପଡ଼ିଥିବା […]

House Collapsed

Jitendra Garnayak
  • Published: Thursday, 28 April 2022
  • , Updated: 28 April 2022, 06:24 PM IST

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ଶଟରର ଲକ୍‌ କାମ କରୁ ନଥିଲା। ତାକୁ ଖୋଲିବାରେ ସମସ୍ୟା ହେଉଥିଲା। ତେଣୁ ପ୍ରିଣ୍ଟିଂ ପ୍ରେସ୍‌କୁ ଆଜି ବନ୍ଦ ରଖିଥିଲେ ଏହାର ମାଲିକ। ଆଉ ଏହା ତାଙ୍କ ପାଇଁ ବରଦାନ ସଦୃଶ୍ୟ ହୋଇଥିଲା। ଏକ ବଡ଼ ଅଘଟଣରୁ ସେ ବର୍ତ୍ତି ଗଲେ। କାରଣ ଅପରାହ୍ଣରେ ତାଙ୍କର ଏହି ଦୁଇ ମହଲା ବିଶିଷ୍ଟ ପ୍ରିଣ୍ଟିଂ ପ୍ରେସ କୋଠାଟି ଭୁଶୁଡ଼ି ପଡ଼ିଥିଲା। ଏମିତି ଏକ ଘଟଣା ଘଟିଛି ବାଲେଶ୍ୱର ସହରର ମୋତିଗଞ୍ଜ ବଜାରରେ।

ଭୁଶୁଡ଼ି ପଡ଼ିଥିବା କୋଠାଟି ବହୁ ବର୍ଷ ପୁରୁଣା। ଏହାର ମାଲିକଙ୍କ ନାଁ ହିମାଦ୍ରି ଦେ। ଆଜି ଏହି ଘଟଣା ଘଟିବା ବେଳେ ହିମାଦ୍ରି ତାଙ୍କ ଘରେ ଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ପିଡବ୍ଲ୍ୟୁଡି ପକ୍ଷରୁ ଏଠାରେ ଡ୍ରେନ୍ ନିର୍ମାଣ କରାଯାଉଛି। ଆଜି ସକାଳେ ହିମାଦ୍ରି ଦେ’ଙ୍କ ଏହି କୋଠା ନିକଟରେ ଏକ ଜେସିବି ଆସି ଡ୍ରେନ୍ ଉଦ୍ଦେଶ୍ୟରେ ମାଟି ଖୋଳି ଥିଲା। ଘରଟିକୁ ଲାଗି ବେଶ୍ ଗଭୀର ଗାତ ଖୋଳା ଯାଇଥିଲା। ତେଣୁ ତାହା ଘରଟିକୁ ପ୍ରଭାବିତ କରିପାରେ ବୋଲି ଆଖପାଖ ଲୋକେ ଆଶଙ୍କା କରୁଥିଲେ। ଆଉ ଅପରାହ୍ଣରେ ସେମାନଙ୍କ ଆଶଙ୍କା ସତ ହେଲା। ଦିନ ପ୍ରାୟ ଅଢ଼େଇଟା ବେଳେ କୋଠାଟି ଭୁଶୁଡ଼ି ପଡ଼ିଥିଲା।

ଖବର ପାଇ ବାଲେଶ୍ୱର ଜିଲ୍ଲାପାଳ ଓ ମ୍ୟୁନିସିପାଲିଟି ଅଧ୍ୟକ୍ଷ ଘଟଣାସ୍ଥଳରେ ପହଞ୍ଚିଥିଲେ। ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ଜିଲ୍ଲାପାଳ ପିଡବ୍ଲ୍ୟୁଡି ଅଧୀକ୍ଷଣ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପକ୍ଷରେ ଏହି ଡ୍ରେନ୍ ଖୋଳା ଯୋଗୁ ଉକ୍ତ ଅଞ୍ଚଳରେ ଆଉ କେତୋଟି ଘର ପ୍ରତି ବିପଦ ଥିବା ସ୍ଥାନୀୟ ଲୋକେ କହିଛନ୍ତି। ଡ୍ରେନ୍ ପାଇଁ ଖୋଳାଖୋଳି କରିବା ପୂର୍ବରୁ ସବୁ ଦିଗକୁ ଭଲ ଭାବେ ବିଚାର କରିଥିଲେ କୋଠାଟି ଭୁଶୁଡ଼ି ନଥା’ନ୍ତା ବୋଲି ଲୋକେ କହିଛନ୍ତି।

Related story