ନବଜାତ କନ୍ୟାକୁ ନେଇ ଡାକ୍ତରଖାନାରୁ ଘରକୁ ଫେରୁଥିବା ବେଳେ ପିଟି ଦେଲା ଟ୍ରକ୍‌

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲ୍ଲା ଖମାରପଡ଼ା ନିକଟରେ ୫ ନମ୍ବର ଜାତୀୟ ରାଜପଥରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଅଟୋକୁ ଟ୍ରକ୍‌ ଧକ୍କା ଦେବାରୁ ଜଣେ ମହିଳା ଓ ତାଙ୍କ ନବଜାତ କନ୍ୟାଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ୩ ଜଣ ଆହତ ହୋଇଛନ୍ତି। ମୃତ ମହିଳାଙ୍କ ନାଁ ମାମୁନି ମଲ୍ଲିକ। ଆହତମାନଙ୍କ ମଧ୍ୟରେ ତାଙ୍କ ସ୍ୱାମୀ ମଦନ ମଲ୍ଲିକ ଓ ବଡ଼ ଯାଆ ଅଛନ୍ତି। ସେମାନଙ୍କ ସହ ଯାଉଥିବା […]

auto

Jitendra Garnayak
  • Published: Saturday, 22 June 2019
  • , Updated: 22 June 2019, 01:42 PM IST

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲ୍ଲା ଖମାରପଡ଼ା ନିକଟରେ ୫ ନମ୍ବର ଜାତୀୟ ରାଜପଥରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଅଟୋକୁ ଟ୍ରକ୍‌ ଧକ୍କା ଦେବାରୁ ଜଣେ ମହିଳା ଓ ତାଙ୍କ ନବଜାତ କନ୍ୟାଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ୩ ଜଣ ଆହତ ହୋଇଛନ୍ତି।

ମୃତ ମହିଳାଙ୍କ ନାଁ ମାମୁନି ମଲ୍ଲିକ। ଆହତମାନଙ୍କ ମଧ୍ୟରେ ତାଙ୍କ ସ୍ୱାମୀ ମଦନ ମଲ୍ଲିକ ଓ ବଡ଼ ଯାଆ ଅଛନ୍ତି। ସେମାନଙ୍କ ସହ ଯାଉଥିବା ଆଶା ଦିଦି ବି ଆହତ ହୋଇଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ମୃତାହତଙ୍କ ଘର ମାର୍ଶାଘାଇ ଥାନା ତେରଗାଁରେ। ଆଜି ସକାଳେ ସମସ୍ତେ ଅଟୋରେ ନବଜାତ କନ୍ୟାକୁ ନେଇ ଡାକ୍ତରଖାନାରୁ ଘରକୁ ଫେରୁଥିଲେ। ତେବେ ଖମାରପଡ଼ା ନିକଟରେ ଅଟୋଟିକୁ ଏକ ଟ୍ରକ୍‌ ପଛପଟୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ମାମୁନି ଓ ତାଙ୍କ ଶିଶୁକନ୍ୟାର ମୃତ୍ୟୁ ଘଟିଥିଲା।

ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଅଟୋ ଚାଳକ ଫେରାର ହୋଇଯାଇଥିଲେ। ପୁଲିସ୍‌ ଘଟଣାର ତଦନ୍ତ କରୁଛି।

Related story