ଘର ସହ ଜିଅନ୍ତା ଜଳିଗଲେ ସୁଜାତା

ଯାଜପୁର(ଗୁଲାମ୍‌ ଗସ୍‌):ଏମିତି ବି ସମୟ ଆସେ। ଏମିତି ବି ମୃତ୍ୟୁ ଆସେ। ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଗୁହାଳି ଗ୍ରାମରେ ଆଜି ଅପରାହ୍ନରେ ଅଗ୍ନିକାଣ୍ଡ ଘଟି ୩ ବଖରା ଘର ଜଳିଯାଇଛି। ଏଥିରେ ଜଣେ ମହିଳା ଜୀବନ୍ତ ଦଗ୍ଧ ହୋଇଛନ୍ତି। ମୃତକ ହେଲେ ସୁଜାତା ସାମଲ (୪୨)। ସୁଜାତା ଆଜି ଦିନ ସାଢେ ଗୋଟାଏ ସମୟରେ  ଘରେ ରୋଷେଇ କରୁଥିବା ବେଳେ ଆକସ୍ମିକଭାବେ ଅଗ୍ନିକାଣ୍ଡ ଘଟିଥିଲା । ଫଳରେ ନିଆଁରେ ପୋଡିଯାଇ ତାଙ୍କର ମୃତ୍ୟୁ ହୋଇଥିଲା। ଖବର […]

jaj

Tapas Behera
  • Published: Saturday, 01 December 2018
  • , Updated: 01 December 2018, 09:21 PM IST

ଯାଜପୁର(ଗୁଲାମ୍‌ ଗସ୍‌):ଏମିତି ବି ସମୟ ଆସେ। ଏମିତି ବି ମୃତ୍ୟୁ ଆସେ। ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଗୁହାଳି ଗ୍ରାମରେ ଆଜି ଅପରାହ୍ନରେ ଅଗ୍ନିକାଣ୍ଡ ଘଟି ୩ ବଖରା ଘର ଜଳିଯାଇଛି। ଏଥିରେ ଜଣେ ମହିଳା ଜୀବନ୍ତ ଦଗ୍ଧ ହୋଇଛନ୍ତି। ମୃତକ ହେଲେ ସୁଜାତା ସାମଲ (୪୨)। ସୁଜାତା ଆଜି ଦିନ ସାଢେ ଗୋଟାଏ ସମୟରେ  ଘରେ ରୋଷେଇ କରୁଥିବା ବେଳେ ଆକସ୍ମିକଭାବେ ଅଗ୍ନିକାଣ୍ଡ ଘଟିଥିଲା ।

ଫଳରେ ନିଆଁରେ ପୋଡିଯାଇ ତାଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ଦମକଳବାହିନୀ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ହେଁ ସେତେବେଳକୁ ମହିଳାଙ୍କ ମୃତ୍ୟୁ ହୋଇଯାଇଥିଲା । ପୁଲିସ ଘଟଣା ସ୍ଥଳରେ ପହଁଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ଲାଗି ପଠାଇ ଘଟଣାର ତଦନ୍ତ କରୁଛି ।

ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ସ୍ପଷ୍ଟ ହୋଇ ନଥିବାବେଳେ ବିଦ୍ୟୁତ୍‌ ସଟସର୍କିଟ ଯୋଗୁଁ ଏଭଳି ଘଟଣା ଘଟି ଥାଇପାରେ ବୋଲି ଅନୁମାନ କରାଯାଉଛି।

Related story