କରୋନାର ଦେଢ଼ବର୍ଷ ପରେ ମନେ ପଡ଼ିଲା, ୧୬ ଜିଲ୍ଲାରେ ହେବ ଆରଟିପିସିଆର ପରୀକ୍ଷାଗାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ମହାମାରୀର ଦ୍ୱିତୀୟ ପର୍ଯ୍ୟାୟ ଲହରର ଭୟାବହତାକୁ ନେଇ ଲୋକେ ଆତଙ୍କିତ ହୋଇପଡ଼ିଥିବାବେଳେ ରାଜ୍ୟ ସରକାର ଏବେ ୧୬ଟି ଜିଲ୍ଲାରେ ଆରଟିପିସିଆର ଟେଷ୍ଟ ସେଣ୍ଟର ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଆଜି ୨୦କୋଟି ଟଙ୍କା ମଞ୍ଜୁର ହୋଇଛି। କରୋନା ସଂକ୍ରମଣକୁ ରୋକିବା ଓ ତୁରନ୍ତ ଚିକିତ୍ସା ଆରମ୍ଭ କରିବାରେ ଏହି ଟେଷ୍ଟିଂ ସେଣ୍ଟରଗୁଡ଼ିକ ସହାୟକ ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ସୂଚନା ଅନୁସାରେ, କୋଭିଡ୍ ଲଢ଼େଇରେ ରୋଗୀଙ୍କ ଶୀଘ୍ର ପରୀକ୍ଷା […]

Corona

Tapas Behera
  • Published: Tuesday, 11 May 2021
  • , Updated: 11 May 2021, 11:04 PM IST
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ମହାମାରୀର ଦ୍ୱିତୀୟ ପର୍ଯ୍ୟାୟ ଲହରର ଭୟାବହତାକୁ ନେଇ ଲୋକେ ଆତଙ୍କିତ ହୋଇପଡ଼ିଥିବାବେଳେ ରାଜ୍ୟ ସରକାର ଏବେ ୧୬ଟି ଜିଲ୍ଲାରେ ଆରଟିପିସିଆର ଟେଷ୍ଟ ସେଣ୍ଟର ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଆଜି ୨୦କୋଟି ଟଙ୍କା ମଞ୍ଜୁର ହୋଇଛି। କରୋନା ସଂକ୍ରମଣକୁ ରୋକିବା ଓ ତୁରନ୍ତ ଚିକିତ୍ସା ଆରମ୍ଭ କରିବାରେ ଏହି ଟେଷ୍ଟିଂ ସେଣ୍ଟରଗୁଡ଼ିକ ସହାୟକ ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।
ସୂଚନା ଅନୁସାରେ, କୋଭିଡ୍ ଲଢ଼େଇରେ ରୋଗୀଙ୍କ ଶୀଘ୍ର ପରୀକ୍ଷା କରାଗଲା ତାହା ସଂକ୍ରମଣ ରୋକିବାରେ ବିଶେଷ ଗୁରୁତ୍ୱ ବହନ କରିଥାଏ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ୧୬ଟି ଜିଲ୍ଲା ଭଦ୍ରକ, ବୌଦ୍ଧ, ଢେଙ୍କାନାଳ, ଗଜପତି, ଖୋର୍ଦ୍ଧା, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ନବରଙ୍ଗପୁର, ମାଲକାନଗିରି, ନୂଆପଡ଼ା, ସୋନପୁର, କନ୍ଧମାଳ, ସୁନ୍ଦରଗଡ଼, ରାୟଗଡ଼ା ଓ ବରଗଡ଼ ଜିଲ୍ଲାର ସଦର ମହକୁମାରେ ଗୋଟିଏ ଲେଖାଏଁ ଆରଟିପିସିଆର ଟେଷ୍ଟ ସେଣ୍ଟର ସ୍ଥାପନ କରାଯିବ। ପ୍ରତ୍ୟେକ ଆରଟିପିସିଆର ଟେଷ୍ଟିଂ ସେଣ୍ଟରରେ ଜଣେ ଲେଖାଏଁ ମାଇକ୍ରୋବାୟୋଲୋଜିଷ୍ଟ ଓ ୩ଜଣ ଲେଖାଏଁ ଲ୍ୟାବ ଟେକନିସିଆନଙ୍କୁ ନିୟୋଜିତ କରାଯିବ। ପ୍ରତ୍ୟେକ ଆରଟିପିସିଆ ଟେଷ୍ଟିଂ ସେଣ୍ଟର ପାଇଁ ସରକାରଙ୍କୁ ୧କୋଟି ୨୦ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ।

ରାଜ୍ୟରେ ଗତ ଦେଢ଼ବର୍ଷ ଧରି କରୋନାର ପ୍ରଭାବ ଥିବାବେଳେ ଏହି ଆରଟିପିସିଆର ଟେଷ୍ଟିଂ ସେଣ୍ଟର ସ୍ଥାପନ କରିବାରେ ସରକାର ଏତେ ବିଳମ୍ବ କଲେ କାହିଁକି ତାକୁ ନେଇ ପ୍ରଶ୍ନ ଉଠିଛି । ଏବେ କୋଭିଡ୍‌-୧୯ ପରୀକ୍ଷା କରୁଥିବା ବ୍ୟକ୍ତିମାନଙ୍କୁ ନିଜର ରିପୋର୍ଟ ପାଇବା ପାଇଁ ୨ରୁ ୩ଦିନ ଅପେକ୍ଷା କରିବାକୁ ପଡ଼ୁଛି। କରୋନାର ପ୍ରଥମ ପର୍ଯ୍ୟାୟ ଲହରବେଳେ ରାଜ୍ୟରେ ଦିନକୁ ପ୍ରାୟ ୧ଲକ୍ଷ ପର୍ଯ୍ୟନ୍ତ କୋଭିଡ୍ ସ୍ୱାବ ଟେଷ୍ଟିଂ ହୋଇପାରୁଥିବାବେଳେ ଏବେ ମାତ୍ର ୪୦ରୁ ୪୫ହଜାର ମଧ୍ୟରେ ଟେଷ୍ଟିଂ ହୋଇପାରୁଛି। ଯେଉଁଥିପାଇଁ କରୋନା ସଂକ୍ରମିତ ଥିବା ରୋଗୀମାନେ ଅଧିକ ସଂକ୍ରମଣର କାରକ ହେଉଛନ୍ତି।

Related story