ବାପାଙ୍କ ଶେଷକୃତ୍ୟ ପାଇଁ ସର୍ତ୍ତ ରଖିଲେ ସରପଞ୍ଚ, ସନ୍ଧ୍ୟା ୫ଟାରେ ଫେରିବ

ନୀଳଗିରି (ବିଶ୍ୱମ୍ବର ଦାସ): ଇଏ କି ଦାରୁଣ ଚିତ୍ର! ଘରଠାରୁ ଦୁଇ କିମି ଦୂର କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଅଛି ପୁଅ। ହେଲେ ବାପାଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ଯୋଗଦେଇପାରୁନି। ଏଥିପାଇଁ ସମସ୍ତଙ୍କୁ ଗୁହାରି କରି ନିରାଶ ହେବା ପରେ ଶେଷରେ ଜିଲ୍ଲାପାଳଙ୍କ କ୍ଷମତା ପାଇଥିବା ସରପଞ୍ଚ ସର୍ତ୍ତ କରି ଛାଡ଼ିଥିଲେ। ଅନ୍ତିମ ସଂସ୍କାର ସରିବା ପରେ ସନ୍ଧ୍ୟା ୫ଟା ସୁଦ୍ଧା କ୍ୱାରେଣ୍ଟାଇନ୍‌ ସେଣ୍ଟରକୁ ଫେରିବା ପାଇଁ ସର୍ତ୍ତ ରଖିଥିଲେ ସରପଞ୍ଚ। ଆଜି ଏମିତି ହୃଦୟବିଦାରକ ଘଟଣା ବାଲେଶ୍ୱର […]

assa

Manoranjan Sial
  • Published: Friday, 22 May 2020
  • , Updated: 22 May 2020, 04:43 PM IST

ନୀଳଗିରି (ବିଶ୍ୱମ୍ବର ଦାସ): ଇଏ କି ଦାରୁଣ ଚିତ୍ର! ଘରଠାରୁ ଦୁଇ କିମି ଦୂର କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଅଛି ପୁଅ। ହେଲେ ବାପାଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ଯୋଗଦେଇପାରୁନି। ଏଥିପାଇଁ ସମସ୍ତଙ୍କୁ ଗୁହାରି କରି ନିରାଶ ହେବା ପରେ ଶେଷରେ ଜିଲ୍ଲାପାଳଙ୍କ କ୍ଷମତା ପାଇଥିବା ସରପଞ୍ଚ ସର୍ତ୍ତ କରି ଛାଡ଼ିଥିଲେ। ଅନ୍ତିମ ସଂସ୍କାର ସରିବା ପରେ ସନ୍ଧ୍ୟା ୫ଟା ସୁଦ୍ଧା କ୍ୱାରେଣ୍ଟାଇନ୍‌ ସେଣ୍ଟରକୁ ଫେରିବା ପାଇଁ ସର୍ତ୍ତ ରଖିଥିଲେ ସରପଞ୍ଚ। ଆଜି ଏମିତି ହୃଦୟବିଦାରକ ଘଟଣା ବାଲେଶ୍ୱର ଜିଲ୍ଲାରେ ଘଟିଛି।

ଔପଦା ବ୍ଲକ ବାଉଁଶବଣିଆ ପଞ୍ଚୟତର ଗୁହାଳିଆ ଗାଁର ଅମୀର ବେହେରା। ସେ ମୁମ୍ୱାଇ ଟାଟା ମେମୋରିଆଲ୍‌ କ୍ୟାନସର ହସ୍ପିଟାଲରେ କାର୍ଯ୍ୟରତ ଅଛନ୍ତି। ଆଜକୁ ୪ ବର୍ଷ ତେବେ ତାଙ୍କ ବାପା ଦାମୋଦର ବେହେରାଙ୍କ ଦେହ ଅସୁସ୍ଥ ହୋଇଥିଲା। ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ କ୍ୟାନସର ହୋଇଥିବା ଜଣାପଡ଼ିଥିଲା। ପରେ ଅମୀର ତାଙ୍କ ବାପାଙ୍କୁ ମୁମ୍ୱାଇ ଟାଟା ମେମୋରିଆଲ୍‌ କ୍ୟାନସର ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଥିଲେ।

ମାସେ ତଳେ ହଠାତ୍‌ ଦାମୋଦରଙ୍କ ସ୍ୱାସ୍ଥ୍ୟ ବିଗିଡି ଯାଇଥିଲା। ଲକ୍‌ଡାଉନ୍‌ ଯୋଗୁଁ ତାଙ୍କୁ ମୁମ୍ୱାଇ ନିଆଯାଇପାରିଲା ନାହିଁ। ଏପରିକି ମୁମ୍ୱାଇରେ ରହୁଥିବା ପୁଅ ଅମୀର ଘରକୁ ଆସିପାରିଲେ ନାହିଁ। ସ୍ଥିତି ବିଗୁଡ଼ୁଥିବା ଦେଖି ପରିବାର ଲୋକେ ତାଙ୍କୁ(ଦାମୋଦର) ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଏକଥା ଶୁଣି ଅମୀର ମୁମ୍ୱାଇରୁ ବାଲେଶ୍ୱର ଧାଇଁ ଆସିଥିଲେ। ହେଲେ ତାଙ୍କୁ ବାପାଙ୍କୁ ଦେଖା କରିବାକୁ ଦିଆଗଲା ନାହିଁ। ଗାଁଠାରୁ ଦୁଇ କିମି ଦୂର କ୍ୱାରେଣ୍ଟାଇନ୍‌ରେ ରଖିଦିଆ ଗଲା। ଯେତେ ଅନୁରୋଧ କଲେ ମଧ୍ୟ କେହି ଶୁଣିଲେ ନାହିଁ।

ଗତକାଲି ରାତିରେ ମଝିଅଁ ପୁଅକୁ ଦେଖି ନପାରି ଆରପାରିକୁ ଚାଲିଗଲେ ବାପା ଦାମୋଦର। ଆଜି ସକାଳେ ତାଙ୍କ ମୃତଦେହ ଗାଁକୁ ଆଣିଲେ ପରିବାର ଲୋକେ। ହେଲେ କ୍ୱାରେଣ୍ଟାଇନ୍‌ରେ ରହୁଥିବା ମଝିଆ ପୁଅ ଅମୀର ବାପାଙ୍କ ମୃତଦେହକୁ ଶେଷ ଥର ପାଇଁ ଦେଖିବାକୁ ପାଇନଥିଲେ। ପରେ ସେ ବାପାଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଜିଦ୍‌ ଧରିବାରୁ ଜିଲ୍ଲାପାଳଙ୍କ କ୍ଷମତା ପାଇଥିବା ସରପଞ୍ଚ ଚୁକ୍ତି କରି ଛାଡ଼ି ଥିଲେ। ସନ୍ଧ୍ୟା ୫ ସୁଦ୍ଧା ଫେରିବା ପାଇଁ ସରପଞ୍ଚ ତାଗିଦ କରିଥିଲେ।

ଅମୀର ଶ୍ମଶାନରେ ପହଞ୍ଚିଲା ବେଳକୁ ଜୁଇ ସଜା ହୋଇଛି। ମୃତଦେହ ଉପରେ କାଠ ଗଣ୍ଡି ଲଦା ହୋଇଛି। ମେଡିକାଲ୍‌ରେ ଥିଲା ବେଳେ ବାପାଙ୍କୁ ଦେଖିପାରିନଥିଲେ, ମଲା ପରେ ମଧ୍ୟ ଦେଖିପାରିଲେ ନାହିଁ। ଏଥିରେ ଭାଙ୍ଗି ପଡ଼ିଥିଲେ ଅମୀର। ବାପାଙ୍କ ଜୁଈ ପାଖରେ ମାଟିରେ ହାତ ବାଡ଼େଇ କାନ୍ଦୁଛନ୍ତି।

Related story