ଲୁଚାଛପାରେ କରୁଥିଲେ ତୃତୀୟ ବିବାହ, ହଠାତ୍‌ ପହଞ୍ଚିଗଲେ ଦ୍ୱିତୀୟ ସ୍ତ୍ରୀ

ଯାଜପୁର(ଅଭୟ ପତି): ବର ବେଶରେ ସଜେଇ ହୋଇ ସ୍ୱାମୀ ପ୍ରବର ଲୁଚାଛପାରେ କରୁଥିଲେ ତୃତୀୟ ବିବାହ। ଭୋଜି ଭାତରେ ଜମୁଥିବା ନିକାହା ଉତ୍ସବ। ଗହଳି ଚହଳିରେ ଫାଟି ପଡୁଥିଲା ପରିବେଶ। ହଠାତ୍‌ ପହଞ୍ଚି ଗଲେ ଦ୍ୱିତୀୟ ସ୍ତ୍ରୀ। ବିବାହକୁ ବିରୋଧ କରିଥିଲେ। ଆଉ କହିଲେ ଏବେବି ମୁଁ ତାଙ୍କ ସ୍ତ୍ରୀ। ଏପରି ଅଭାବନୀୟ ଯାଜପୁର ଜିଲ୍ଲା କୋରାଇ ନାନା ଅଞ୍ଚଳରେ ଘଟିଛି। ପାଣିକୋଇଲି ଗାଁର ଲାଲୁ ଖାନ୍‌ଙ୍କ ପୁଅ ଇମ୍ରାନ ତାଙ୍କର ପ୍ରଥମ ପତ୍ନୀଙ୍କୁ ତଲାକ ଦେଇଥିଲେ। […]

third

Manoranjan Sial
  • Published: Monday, 18 November 2019
  • , Updated: 18 November 2019, 06:22 PM IST

ଯାଜପୁର(ଅଭୟ ପତି): ବର ବେଶରେ ସଜେଇ ହୋଇ ସ୍ୱାମୀ ପ୍ରବର ଲୁଚାଛପାରେ କରୁଥିଲେ ତୃତୀୟ ବିବାହ। ଭୋଜି ଭାତରେ ଜମୁଥିବା ନିକାହା ଉତ୍ସବ। ଗହଳି ଚହଳିରେ ଫାଟି ପଡୁଥିଲା ପରିବେଶ। ହଠାତ୍‌ ପହଞ୍ଚି ଗଲେ ଦ୍ୱିତୀୟ ସ୍ତ୍ରୀ। ବିବାହକୁ ବିରୋଧ କରିଥିଲେ। ଆଉ କହିଲେ ଏବେବି ମୁଁ ତାଙ୍କ ସ୍ତ୍ରୀ। ଏପରି ଅଭାବନୀୟ ଯାଜପୁର ଜିଲ୍ଲା କୋରାଇ ନାନା ଅଞ୍ଚଳରେ ଘଟିଛି।

ପାଣିକୋଇଲି ଗାଁର ଲାଲୁ ଖାନ୍‌ଙ୍କ ପୁଅ ଇମ୍ରାନ ତାଙ୍କର ପ୍ରଥମ ପତ୍ନୀଙ୍କୁ ତଲାକ ଦେଇଥିଲେ। ଏହା ପରେ ସେ ମଙ୍ଗଳପୁର ଥାନା କାଟିଆ ଗାଁର ସେକ୍‌ ଅଜିମୁଦ୍ଦିନଙ୍କ ଝିଅ ସବିନାଙ୍କୁ ନିକାହା କରିଥିଲେ। ନିଜ ଧର୍ମ ଓ ରିତୀନୀତି ଅନୁସାରେ ନିକାହା ହୋଇଥିଲା। ନିକାହାର କିଛି ମାସ ପରେ ସବିନାଙ୍କୁ ଘରେ ଛାଡ଼ି କାମ ଅନ୍ୱେଷଣରେ ଇମ୍ରାନ୍‌ ଦେଶ ବାହାରକୁ ଚାଲି ଯାଇଥିଲେ। ସ୍ୱାମୀଙ୍କ ଅନୁପସ୍ଥିତିର ସୁଯୋଗ ନେଇ ସବିନାଙ୍କୁ ତାଙ୍କ ଶାଶୁଘର ଲୋକେ ହଇରାଣ ହରକତ କରିଥିଲେ। ଯୌତୁକ ଆଣିବାକୁ ବାଧ୍ୟ କରୁଥିବା ଅଭିଯୋଗ ହୋଇଛି।

ମାନସିକ ଓ ଶାରୀରିକ ନିର୍ଯାତନା ଅସହ୍ୟ ହେବାରୁ ସବିନା ନିଜର ଛୁଆକୁ ନେଇ ବାପଘରକୁ ଚାଲି ଯାଇଥିଲେ। ପରେ ଏନେଇ ମଙ୍ଗଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ କେବଳ ମାମଲା ରୁଜୁ କରି ଚୁପ୍‌ ବସିଲା। କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିଲା। ଏହାର ସୁଯୋଗ ନେଇ ଇମ୍ରାନ୍‌ ଗତ ୧୦ ତାରିଖରେ କୋରେଇ ଥାନା ଅନ୍ତର୍ଗତ ମାଲଦା ଗାଁରେ ଆଉ ଜଣକୁ ନିକାହା କରିବା ପାଇଁ ପହଞ୍ଚି ଥିଲେ। ଏକଥା ସବିନା ଜାଣିପାରି ବିରୋଧ କରିଥିଲେ। ଏପରିକି ଏନେଇ କୋରାଇ ଥାନାରେ ଅଭିଯୋଗ କରିଥିଲେ। ସବିନା ପ୍ରଥମେ ମଙ୍ଗଳପୁର ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ଏବେ ବାହାଘର ନେଇ କୋରାଇ ଥାନାରେ ଅଭିଯୋଗ କରିବାରୁ କୋରାଇ ପୁଲିସ ତାଙ୍କୁ ପୁଣି ଥରେ ମଙ୍ଗଳପୁର ଥାନାକୁ ଯିବା ପାଇଁ ପରାମର୍ଶ ଦେଇଥିଲେ।

ସବୁଆଡୁ ନିରାଶ ହେବା ପରେ ସବିନା ଯାଜପୁର ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଥିଲେ। ମାତ୍ର ଏସ୍‌ପି ନଥିବାରୁ ଆଡିସିନାଲ୍‌ ଏସ୍‌ପି ଅକ୍ଷୟ ଦାସ ଗୁହାରୀ ଶୁଣିଥିଲେ। ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଡ଼ିସିନାଲ୍‌ ଏସ୍‌ପି ପ୍ରତିଶ୍ରୁତି ଦେଇଥିବା ସବିନା କହିଛନ୍ତି।

Related story