ଅନିଦ୍ରା ରହିଲେ ମହାପ୍ରଭୁ, ରାତିରେ ହେଉଛି ମଧ୍ୟାହ୍ନ ଧୂପ

ପୁରୀ(ଓଡ଼ିଶା ରିପୋର୍ଟର): ରାତି ଶୋଇଲେନି ମହାପ୍ରଭୁ। ଉଜାଗର ରହିଲେ। ନୀତିକୁ ଠିକ୍ ସମୟରେ କରିବାରେ ପ୍ରଶାସନ ଫେଲ ମାରିଲା। ଗତକାଲି ରାତି ଶ୍ରୀଜୀଉମାନଙ୍କ ପହଡ଼ ପଡ଼ି ନ ଥିବା ବେଳେ ଆଜି ସକାଳୁ ନୀତି ପୁଣି ବିଳମ୍ବରେ ଆରମ୍ଭ ହୋଇଥିଲା। ସେପଟେ ଗତକାଲି ରାତି ୮.୫୫ରେ ମଧ୍ୟାହ୍ନ ଧୂପ ହୋଇଥିବା ବେଳେ ଆଜି ରାତି ୭.୪୦ରେ ମଧ୍ୟାହ୍ନ ଧୂପ ଶେଷ ହୋଇଛି। ଫଳତଃ ଆବଶ୍ୟକ ଅବଢ଼ା ପାଇବାରେ ଶ୍ରଦ୍ଧାଳୁ ହିନସ୍ତା ହୋଇଛନ୍ତି। ଅବଢ଼ା ଦର ଉପରେ ପ୍ରଶାସନର […]

mohaprasad

mohaprasad

Niranjan Mishra
  • Published: Saturday, 05 November 2022
  • Updated: 05 November 2022, 09:15 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ରାତି ଶୋଇଲେନି ମହାପ୍ରଭୁ। ଉଜାଗର ରହିଲେ। ନୀତିକୁ ଠିକ୍ ସମୟରେ କରିବାରେ ପ୍ରଶାସନ ଫେଲ ମାରିଲା। ଗତକାଲି ରାତି ଶ୍ରୀଜୀଉମାନଙ୍କ ପହଡ଼ ପଡ଼ି ନ ଥିବା ବେଳେ ଆଜି ସକାଳୁ ନୀତି ପୁଣି ବିଳମ୍ବରେ ଆରମ୍ଭ ହୋଇଥିଲା। ସେପଟେ ଗତକାଲି ରାତି ୮.୫୫ରେ ମଧ୍ୟାହ୍ନ ଧୂପ ହୋଇଥିବା ବେଳେ ଆଜି ରାତି ୭.୪୦ରେ ମଧ୍ୟାହ୍ନ ଧୂପ ଶେଷ ହୋଇଛି। ଫଳତଃ ଆବଶ୍ୟକ ଅବଢ଼ା ପାଇବାରେ ଶ୍ରଦ୍ଧାଳୁ ହିନସ୍ତା ହୋଇଛନ୍ତି। ଅବଢ଼ା ଦର ଉପରେ ପ୍ରଶାସନର ନିୟନ୍ତ୍ରଣ ନ ଥିବାରୁ ଶ୍ରଦ୍ଧାଳୁଙ୍କ ଠାରୁ ଚଢ଼ା ଦର ନେଇ ଅବଢ଼ା ଦେଇଛନ୍ତି ସୁଆର ଓ ଦଲାଲମାନେ। ପଞ୍ଚୁକରେ ଗୋଟାଏ ପଟେ ଭଗବାନ କଷ୍ଟ ପାଉଥିବା ବେଳେ ଅନ୍ୟପଟେ ଶ୍ରଦ୍ଧାଳୁ କଷ୍ଟ ପାଉଛନ୍ତି। ଗତକାଲି ଭଳି ଆଜି ମଧ୍ୟ ଶ୍ରୀମନ୍ଦିରରେ ଜଗା ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କୁ ବ୍ୟାରିକେଡ୍ ଯନ୍ତ୍ରଣା ଭୋଗିବାକୁ ପଡ଼ିଥିଲା। ତେବେ ତାହା ଠାରୁ ବେଶୀ ବାଧୁଛି ମହଙ୍ଗା ମହାପ୍ରସାଦ ଅବଢ଼ା ଦର। ଯାହା ଏବେ ଦୁଇଗୁଣା।

କେବଳ ସିଂହଦ୍ୱାରକୁ ଛାଡ଼ି ଅନ୍ୟ ସବୁ ଦ୍ୱାରରେ ଭକ୍ତଙ୍କ ପ୍ରବେଶ ବାରଣ ଥିବାରୁ ଉତ୍ତରଦ୍ୱାର ଆଗରେ ମାତିଛନ୍ତି ଦଲାଲ୍। କମ୍ ଦରରେ ଅବଢ଼ା କିଣି ଚଢ଼ା ଦରରେ ବିକୁଛନ୍ତି। ତେଣେ ଅନ୍ନ, ଡାଲି, ବେସର, ମହୁର ଶ୍ରୀମନ୍ଦିର ଆନନ୍ଦ ବଜାରରେ ଯାହାକୁ ହାତ ମାରିବ ଚିନ୍ତାରେ ପଡ଼ିଯିବ ସାଧାରଣ ଭକ୍ତଟିଏ । ଛୋଟ କୁଡୁଆ ଅନ୍ନ ବି ଶହେ। ବଡ଼ କୁଡୁଆ ଦର ନ କହିବା ଭଲ। ଅଢ଼େଇ ଶହ ତଳକୁ କିଛି ନାହିଁ। ସେଥିରେ ପୁଣି ଇଚ୍ଛା ପାଇଲେ ନିଅ, ନହେଲେ ଯାଅ। କାର୍ତ୍ତିକ ଆରମ୍ଭରେ ମହାପ୍ରସାଦ ଦର ଯାହା ଥିଲା, ପଞ୍ଚୁକ ବେଳକୁ ଧାଏଁ କରି ଦୁଇଗୁଣା ବଢ଼ିଗଲା।

ଏ ବେଲଗାମ୍ ଦର ଶୁଣି ସାଧାରଣ ଭକ୍ତଟିଏ ଆଉ ଅବଢ଼ା ପେଟପୂରା ଖାଇ ପାରୁନି। ଘରକୁ ନେବ ବା କ’ଣ। ବାଧ୍ୟବାଧ୍ୟକତାରେ ଛୋଟ କୁଡ଼ୁଆ ମହାପ୍ରସାଦଟେ କିଣିବା ପରେ ଅଳ୍ପ କିଛି ତୁଣ୍ଡରେ ଲଗାଇ, ବାକି ଘରକୁ ନେଇ ଯାଉଛି।

ତେଣେ ଅବଢ଼ାର ଏ ଅମୂଲ ମୂଲ ଦର ପାଇଁ ଦଲାଲ ରାଜକୁ ବି ଦାୟୀ କରୁଛନ୍ତି ଭକ୍ତ ଓ ସୁଆର ସେବକ। ଯେହେତୁ ଏବେ କେବଳ ସିଂହଦ୍ୱାର ବ୍ୟାରିକେଡ୍ ଦେଇ ଲକ୍ଷ ଲକ୍ଷ ଭକ୍ତଙ୍କୁ ଶ୍ରୀମନ୍ଦିରକୁ ଛଡ଼ାଯାଉଛି ଓ ବାକି ତିନି ଦ୍ୱାର ବନ୍ଦ ରହିଛି, ତେଣୁ ଆନନ୍ଦ ବଜାର ଯାଇ କେବଳ ଅବଢ଼ା କିଣିବା ସମ୍ଭବ ହେଉନି। ଅବଢ଼ା କିଣିବା ଲୋକଙ୍କୁ ମଧ୍ୟ ଘଣ୍ଟାଘଣ୍ଟା ବ୍ୟାରିକେଟ ଯନ୍ତ୍ରଣା ଭୋଗ କରିବା ପରେ ଶ୍ରୀମନ୍ଦିରରେ ପ୍ରବେଶ ସୁଯୋଗ ମିଳୁଛି। ପ୍ରଶାସନିକ ଏଭଳି ଦାୟିତ୍ୱହୀନତାର ଭରପୁର ଫାଇଦା ଉଠାଉଛନ୍ତି ଦଲାଲ। ଆନନ୍ଦବଜାରରୁ କମ୍ ଦରରେ ଅବଢ଼ା କିଣି ଆଣି ଉତ୍ତରଦ୍ୱାର ଆଗରେ ଚଢ଼ା ଦରରେ ବିକୁଛନ୍ତି। ଭକ୍ତ ବାଧ୍ୟ ହୋଇ ଏମିତି ଅବସ୍ଥାରେ ମହାପ୍ରସାଦ ପାଉଛନ୍ତି।

ଯାହାକୁ ନେଇ ବଢିଛି ଅସନ୍ତୋଷ। ସୁଆର ମହାସୁଆର ନିଯୋଗ ସଂପାଦକ ନାରାୟଣ ମହାସୁଆର କହିଛନ୍ତି, ଉତ୍ତର ଦ୍ୱାରରୁ ଦଲାଲଙ୍କୁ ହଟାଯାଉ ଓ ଭକ୍ତଙ୍କୁ ସେପଟେ ଆନନ୍ଦବଜାରକୁ ଛଡ଼ାଯାଉ। ହେଲେ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି ଅନୁଧ୍ୟାନ କରିବୁ।

ତେବେ ଭକ୍ତଙ୍କ କହିବା କଥା, ଶ୍ରୀମନ୍ଦିର ଚାରି ଦ୍ୱାର ଧର୍ମ, ଅର୍ଥ, କାମ, ମୋକ୍ଷର ସୂଚକ। ଭକ୍ତ ନିଜ ମନସ୍କାମନା ପୂରଣ ନିମନ୍ତେ ମନ ମୁତାବକ ଦ୍ୱାର ଦେଇ ଶ୍ରୀମନ୍ଦିରକୁ ଆସି ଠାକୁର ଦର୍ଶନ କରିଥାଏ। ମହାପ୍ରସାଦ ନେଇ ଘରକୁ ଯାଇଥାଏ। ହେଲେ ପ୍ରଶାସନ ସ୍ଥାନୀୟ ଲୋକଙ୍କ ସମେତ ଦୂରଦୂରାନ୍ତରୁ ଆସୁଥିବା ସମସ୍ତ ଶ୍ରଦ୍ଧାଳୁଙ୍କ ପ୍ରବେଶ ନିମନ୍ତେ ଚାରି ଦ୍ୱାର ବନ୍ଦ କରି କେବଳ ଗୋଟିଏ ଦ୍ୱାର ଖୋଲା ରଖିବା ବିଡ଼ମ୍ବନାର ବିଷୟ। ଏହା ଶ୍ରଦ୍ଧାଳୁଙ୍କ ଭାବାବେଗକୁ ଆଘାତ ଦେଉଛି। ତୁରନ୍ତ ଭକ୍ତଙ୍କ ପ୍ରବେଶ ନିମନ୍ତେ ସମସ୍ତ ଦ୍ୱାର ଖୋଲାଯାଉ।

ଏଣେ ପଞ୍ଚୁକ ଦ୍ୱିତୀୟ ଦିନରେ ଆଜି ଠାକୁର ଦର୍ଶନ ନିମନ୍ତେ ଶ୍ରୀମନ୍ଦିର ଠାରୁ ମରିଚିକୋଟ ଛକ ପର୍ଯ୍ୟନ୍ତ ଦିନ ତମାମ ଲାଇନ୍ ଦେଖିବାକୁ ମିଳିଥିଲା। ଆଜି ମହାପ୍ରଭୁ ବାଙ୍କଚୂଡ଼ ବେଶରେ ଦର୍ଶନ ଦେଉଛନ୍ତି। ଠାକୁରଙ୍କ ମସ୍ତକର ଦକ୍ଷିଣ ପାର୍ଶ୍ୱରେ ସୁନାକିଆ ଖୋସା ଯାଇଛି। ନାଟମଣ୍ଡପ ଓ ଜଗମୋହନ ଦେଇ ଠାକୁରଙ୍କୁ ଦର୍ଶନ କରିବା ନିମନ୍ତେ ଭକ୍ତଙ୍କୁ ଖୁବ୍ ସଂଘର୍ଷ କରିବାକୁ ପଡ଼ିଛି। ଠେଲା ଭିତରେ ଭକ୍ତ ସନ୍ତୁଳି ହୋଇଛି। ହେଲେ ଠାକୁରଙ୍କ ଦୁର୍ଲଭ ଦର୍ଶନ ପାଇ ଭକ୍ତ ଭାବ ବିହ୍ୱଳିତ ହୋଇଛନ୍ତି।

ଏପଟେ ଆଜି ଶ୍ରୀମନ୍ଦିରରେ ଗରୁଡ଼ ଉତ୍ଥାପନ ନୀତି ବି ଅନୁଷ୍ଠିତ ହେଉଛି। ଆସନ୍ତାକାଲି ଲକ୍ଷ୍ମୀନୃସିଂହ ବେଶ ପରେ କାର୍ତ୍ତିକ ପୂର୍ଣ୍ଣମୀରେ ରାଜରାଜେଶ୍ୱର ବେଶରେ ବିଭୂଷିତ ହେବେ ମହାପ୍ରଭୁ। ଯାହାକୁ ଦର୍ଶନ ଲାଗି ଭିଡ଼ ଆହୁରି ବଢ଼ିବା ସମ୍ଭାବନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story