ରାଜଧାନୀରେ ଅଭୟ କ୍ରେଜ୍‌…

ଭୁବନେଶ୍ୱର: ରଜ ଅବସରରେ ଆସନ୍ତାକାଲି ରିଲିଜ ହେବାକୁ ଯାଉଛି ତରଙ୍ଗ ସିନେ ପ୍ରଡକ୍ସନ୍ସର ଆଉ ଏକ ଫିଲ୍ମ ‘ଅଭୟ’। ଏହି ଫିଲ୍ମ ପରଦାକୁ ଆସିବା ପୂର୍ବରୁ ହିରୋ ଅନୁଭବଙ୍କ ହେୟାର ଷ୍ଟାଇଲକୁ ନେଇ ଯୁବ ପିଢିଙ୍କ ଭିତରେ କ୍ରେଜ। ‘ଅଭୟ’ ଭଳି ହେୟାର ଷ୍ଟାଇଲ କରିବାପାଇଁ ବିଭିନ୍ନ ସେଲୁନରେ ଲାଗିଛି ଯୁବକଙ୍କ ଭିଡ। କେବଳ ଭୁବନେଶ୍ୱର ନୁହେଁ ବିଭିନ୍ନ ଜିଲ୍ଲାରୁ ଯୁବକମାନେ ଆସି ଭୁବନେଶ୍ୱରରେ ପହଞ୍ଚୁଛନ୍ତି। ସେମାନେ ଅଭୟ ‘ଅଭୟ’ରେ ନିଜ ନିଜ ଚୁଟି କାଟୁଛନ୍ତି। ଏହା ସହିତ ନିଜ ହାତରେ ଅନୁଭବଙ୍କ ଚିତ୍ରକୁ ଟାଟୁ କରିଛନ୍ତି।