ପୁଣି କ୍ଷମା ମାଗିଲେ ଆୟର,୨୩ରେ ହାଜର ହେବେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଓଡ଼ିଶା, କୋଣାର୍କ ମନ୍ଦିର ଓ ଜଗନ୍ନାଥ ମନ୍ଦିର ପ୍ରସଙ୍ଗରେ ଅଶାଳୀନ ମନ୍ତବ୍ୟ ଦେଇଥିବା ଦିଲ୍ଲୀର ସାମ୍ବାଦିକ ଅଭିଜିତ୍ ଆୟର ମିତ୍ର ନିଜର ମନ୍ତବ୍ୟ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି। ଏହା ସହିତ ସେ ଆସନ୍ତା ୨୩ତାରିଖରେ ବିଧାନସଭା ଗୃହ କମିଟି ସମ୍ମୁଖରେ ହାଜର ହେବେ ବୋଲି ସୂଚନା ଦେଇଛନ୍ତି । ନ୍ୟୁଜ୍ ଏଜେନ୍ସୀ ଏଏନଆଇକୁ ପ୍ରତିକ୍ରିୟା ଦେଇ ଶ୍ରୀ ଆୟର କହିଛନ୍ତି ଯେ, “ପବ୍ଲିକ ପ୍ଲାଟଫର୍ମରେ  ଥିବାବେଳେ ନିରବ ରହିବା ବୋଧହୁଏ ସବୁଠୁ ଭଲ ଓ […]

abhijit

abhijit

Jitendra Garnayak
  • Published: Wednesday, 17 October 2018
  • Updated: 17 October 2018, 02:22 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଓଡ଼ିଶା, କୋଣାର୍କ ମନ୍ଦିର ଓ ଜଗନ୍ନାଥ ମନ୍ଦିର ପ୍ରସଙ୍ଗରେ ଅଶାଳୀନ ମନ୍ତବ୍ୟ ଦେଇଥିବା ଦିଲ୍ଲୀର ସାମ୍ବାଦିକ ଅଭିଜିତ୍ ଆୟର ମିତ୍ର ନିଜର ମନ୍ତବ୍ୟ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି। ଏହା ସହିତ ସେ ଆସନ୍ତା ୨୩ତାରିଖରେ ବିଧାନସଭା ଗୃହ କମିଟି ସମ୍ମୁଖରେ ହାଜର ହେବେ ବୋଲି ସୂଚନା ଦେଇଛନ୍ତି ।

ନ୍ୟୁଜ୍ ଏଜେନ୍ସୀ ଏଏନଆଇକୁ ପ୍ରତିକ୍ରିୟା ଦେଇ ଶ୍ରୀ ଆୟର କହିଛନ୍ତି ଯେ, “ପବ୍ଲିକ ପ୍ଲାଟଫର୍ମରେ  ଥିବାବେଳେ ନିରବ ରହିବା ବୋଧହୁଏ ସବୁଠୁ ଭଲ ଓ ଯାହା କହିବା ତାହା ଅଧିକ ପରିପକ୍ୱ ହେବା ଉଚିତ୍ ବୋଲି ମୁଁ ଏବେ ଅନୁଭବ କରୁଛି। ଅକ୍ଟୋବର ୨୩ତାରିଖରେ ଓଡ଼ିଶା ବିଧାନସଭା ସମ୍ମୁଖରେ ହାଜର ହେବି ।”

ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ବିଧାନସଭା ସମ୍ପର୍କରେ ଦେଇଥିବା ମନ୍ତବ୍ୟ ପାଇଁ ସେ କ୍ଷମା ମାଗିଛନ୍ତି । ସେ କହିଛନ୍ତି ଯେ “ ମୁଖ୍ୟମନ୍ତ୍ରୀ, ତାଙ୍କ କାର୍ଯ୍ୟାଳୟ, ବିଧାନସଭା ସମ୍ପର୍କରେ ସେ କିଛି ଖରାପ କଥା କହିଛନ୍ତି । ଏଥିପାଇଁ ଏବେ ପ୍ରବଳ ଚାପରେ ରହିଛି ଓ ଏସବୁ ପାଇଁ ଆନ୍ତରିକ କ୍ଷମା ପ୍ରାର୍ଥନା କରୁଛି ।”

ଓଡ଼ିଶା ସପକ୍ଷରେ ମତ ରଖି ଶ୍ରୀ ଆୟର କହିଛନ୍ତି, ସେ ଓଡ଼ିଶାକୁ ଭଲ ପାଆନ୍ତି ଓ ସର୍ବଦା ରାଜ୍ୟର ପ୍ରଶଂସା କରିଥାନ୍ତି । ଯଦି ତାଙ୍କର ଗବେଷଣାତ୍ମକ ଲେଖାକୁ କେହି ପଢ଼ିବେ ସେଥିରେ ଓଡ଼ିଶା ସମ୍ପର୍କରେ ଅନେକ ପ୍ରଶଂସା କରାଯାଇଛି । "ଓଡ଼ିଶା ପ୍ରତି ସର୍ବଦା ମୋର ଉଚ୍ଚ ସମ୍ମାନ ରହିଛି । ଓଡ଼ିଶା ବୁଲିବାର ମୁଖ୍ୟ କାରଣ ହେଉଛି ଇତିହାସକୁ ଓଡ଼ିଶାର ଭାରତୀୟ ସଂସ୍କୃତି ପ୍ରତି ଅବଦାନ ସମ୍ପର୍କରେ ଅଧିକ ଜାଣିବା। ମୁଁ ଓଡ଼ିଶାକୁ ବହୁତ ଭଲ ପାଏ।"

ତାଙ୍କର ଟ୍ୱିଟର ଆକାଂଉଟ ପେଷାଦାର ନୁହେଁ ବରଂ କେବଳ ମଉଜମସ୍ତି ପାଇଁ ବୋଲି ଶ୍ରୀ ଆୟର କହିଛନ୍ତି ।

ସୂଚନାଯୋଗ୍ୟ, ଚଳିତମାସ ୫ତାରିଖରେ ସୁପ୍ରିମକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିବାକୁ ମନା କରିଦେଇଥିଲେ । ସେ ଧାର୍ମିକ ଭାବନାକୁ ଉସକାଇଥିବା ଯୋଗୁ ମୁଖ୍ୟ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗେଇ ତାଙ୍କର ଜାମିନ ଆବେଦନକୁ ଖାରଜ କରିଦେଇଥିଲେ ।

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos