ତୋଗଲକୀ ଶାସନ ଭଳି ନୁହେଁ ବିପିୟୁଟି ଛାତ୍ରଛାତ୍ରୀଙ୍କ ହିତରେ କାର୍ଯ୍ୟ କରୁ :ଏବିଭିପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଓଡ଼ିଶା ବୈଷୟିକ ବିଶ୍ୱବିଦ୍ୟାଳୟ (ବିପିୟୁଟି) ଶେଷ ସେମିଷ୍ଟର ଛାତ୍ରଛାତ୍ରୀମାନଙ୍କ ଅନ୍‌ଲାଇନ ପରୀକ୍ଷା ପାଇଁ ଦେଇଥିବା ନିୟମାବଳି ତୋଗଲକ ଶାସନ ସଦୃଶ ପ୍ରତୀୟମାନ ହେଉଛି। ଦୀର୍ଘ ୨୭ ପୃଷ୍ଠାର ନିୟମାବଳି ଏମିତି ହୋଇଛି ଯେମିତିବି କୌଣସି ବି ବିଦ୍ୟାର୍ଥୀ ଏହାକୁ ପୂରଣ କରିପାରିବେ ନାହିଁ । ଗ୍ରାମାଞ୍ଚଳରେ ରହୁଥିବା ଅନେକ ଛାତ୍ର ମାନଙ୍କ ପାଇଁ ପୂରଣ କରିବା ସମ୍ଭବ ନୁହେଁ । ଯେଉଁ ବିଶ୍ୱବିଦ୍ୟାଳୟ ନିଜ ଅଫିସରେ ଇଣ୍ଟରନେଟ ନାହିଁ ବୋଲି କହି ଛାତ୍ରଛାତ୍ରୀଙ୍କ ରେଜଲ୍ଟ ଠାରୁ […]

700

700

Tapas Behera
  • Published: Wednesday, 01 July 2020
  • Updated: 02 July 2020, 12:30 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଓଡ଼ିଶା ବୈଷୟିକ ବିଶ୍ୱବିଦ୍ୟାଳୟ (ବିପିୟୁଟି) ଶେଷ ସେମିଷ୍ଟର ଛାତ୍ରଛାତ୍ରୀମାନଙ୍କ ଅନ୍‌ଲାଇନ ପରୀକ୍ଷା ପାଇଁ ଦେଇଥିବା ନିୟମାବଳି ତୋଗଲକ ଶାସନ ସଦୃଶ ପ୍ରତୀୟମାନ ହେଉଛି। ଦୀର୍ଘ ୨୭ ପୃଷ୍ଠାର ନିୟମାବଳି ଏମିତି ହୋଇଛି ଯେମିତିବି କୌଣସି ବି ବିଦ୍ୟାର୍ଥୀ ଏହାକୁ ପୂରଣ କରିପାରିବେ ନାହିଁ ।

ଗ୍ରାମାଞ୍ଚଳରେ ରହୁଥିବା ଅନେକ ଛାତ୍ର ମାନଙ୍କ ପାଇଁ ପୂରଣ କରିବା ସମ୍ଭବ ନୁହେଁ । ଯେଉଁ ବିଶ୍ୱବିଦ୍ୟାଳୟ ନିଜ ଅଫିସରେ ଇଣ୍ଟରନେଟ ନାହିଁ ବୋଲି କହି ଛାତ୍ରଛାତ୍ରୀଙ୍କ ରେଜଲ୍ଟ ଠାରୁ ଆରମ୍ଭ କରି ପ୍ରମାଣପତ୍ର ପର୍ଯ୍ୟନ୍ତ ବିଳମ୍ବ କରିବାର ନଜିର ରହିଛି ସେହି ବିଶ୍ୱବିଦ୍ୟାଳୟରୁ ଏଭଳି ନିୟମାବଳି ହାସ୍ୟାସ୍ପଦ । ରାଜ୍ୟର ଅଧିକତର ସ୍ଥାନରେ ବିଜୁଳି କାଟ ଏକ ପ୍ରମୁଖ ସମସ୍ୟା। ସେହି ସମୟରେ ୩ ଘଣ୍ଟା ଅବିରତ ବିଜୁଳି ରହିବା ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଶକ୍ତି ବିଭାଗ ସହ କଥା ହୋଇ ଲିଖିତ ପ୍ରତିଶୃତି ଦେବା ଉଚିତ ବୋଲି ପରିଷଦ ଦାବି କରିଛି।  ଏଭଳି ନିୟମ କରିବା ଦ୍ୱାରା କେହିବି ଛାତ୍ରଛାତ୍ରୀ ଅନଲାଇନ ପରୀକ୍ଷା ନ ଦିଅନ୍ତୁ ସେଥିପାଇଁ ଏକ ପ୍ରୟାସ ଚାଲିଛି ବୋଲି ଜଣାପଡୁଛି ।

ପରୀକ୍ଷା ପରିଚାଳନା କରୁଥିବା କମ୍ପାନୀର ଚୟନ କେଉଁ ଆଧାର ରେ ହୋଇଛି ତାହା ମଧ୍ୟ ଏକ ପ୍ରଶ୍ନବାଚୀ। ତେଣୁ ରାଜ୍ୟ ସରକାର ଓ ବିପିୟୁଟି କର୍ତ୍ତୃପକ୍ଷ ଛାତ୍ରଛାତ୍ରୀମାନଙ୍କୁ ହଇରାଣ କରିବା ଉଦ୍ଦେଶ୍ୟ ନରଖି ପିଲାଙ୍କ ଭବିଷ୍ୟତ ବିଷୟରେ ଚିନ୍ତା କରନ୍ତୁ ବୋଲି ଏବିଭିପିର ଟେକନିକାଲ ଷ୍ଟୁଡେଣ୍ଟ ସେଲର ରାଜ୍ୟ ସଂଯୋଜକ ପ୍ରୀତମ ଦାସ କହିଛନ୍ତି। ବର୍ତମାନର ମହାମାରୀ ପରିସ୍ଥିତିକୁ ସାମ୍ନା କରି ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ଦିଗରେ ନିଆଯାଉଥିବା ନିଷ୍ପତି ଛାତ୍ର ହିତ ଏବଂ ବସ୍ତାବିକତା କୁ ଅଖିଆଗରେ ରଖି ନିଆଯାଉ। ନଚେତ ଆଗାମୀ ଦିନରେ ଯେଉଁ ଛାତ୍ର ଅସନ୍ତୋଷ ଦେଖାଦେବ ସେଥିପାଇଁ କର୍ତ୍ତୃପକ୍ଷ ଦାୟୀ ରହିବେ ବୋଲି ଶ୍ରୀ ପ୍ରୀତମ ଦାସ ଚେତାବନୀ ଦେଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos