ସିଏଏ ସପକ୍ଷରେ ବାହାରିଲା ଏବିଭିପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନାଗରିକ ସଂଶୋଧନ ଆଇନ(ସିଏଏ)କୁ ସମର୍ଥନ କରିଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି)। ଏହି ଅବସରରେ ଆଜି ଭୁବନେଶ୍ୱର ଏବିଭିପି ଶାଖା ପକ୍ଷରୁ ଏକ ବାଇକ ଶୋଭାଯାତ୍ରା କରାଯାଇଥିଲା। ଏହି ଶୋଭାଯାତ୍ରା ଉତ୍କଳ ବିଶ୍ୱବିଦ୍ୟାଳୟଠାରୁ ବାହାରି ମାଷ୍ଟର କ୍ୟାଣ୍ଟିନ ଛକ ପର୍ଯ୍ୟନ୍ତ ଯାଇଥିଲା। ବିଦ୍ୟାର୍ଥୀ ପରିଷଦର ରାଜ୍ୟ ସମ୍ପାଦକ ଶଶିକାନ୍ତ ମିଶ୍ର ଯୋଗଦେଇ କହିଛନ୍ତି-“ଦୀର୍ଘଦିନ ଧରି ବାଂଲାଦେଶ, ପାକିସ୍ତାନ ଓ ଆଫଗାନିସ୍ତାନରେ ଧାର୍ମିକ ଆଧାରରେ ନିର୍ଯାତନାର ଶିକାର ହୋଇଆସୁଥିବା ତଥା ଭାରତରେ ଶରଣ ନେଇଥିବା ସଂଖ୍ୟା […]

abvp-protest-in-bbsr

abvp-protest-in-bbsr

Manoranjan Sial
  • Published: Friday, 20 December 2019
  • Updated: 20 December 2019, 10:56 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନାଗରିକ ସଂଶୋଧନ ଆଇନ(ସିଏଏ)କୁ ସମର୍ଥନ କରିଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି)। ଏହି ଅବସରରେ ଆଜି ଭୁବନେଶ୍ୱର ଏବିଭିପି ଶାଖା ପକ୍ଷରୁ ଏକ ବାଇକ ଶୋଭାଯାତ୍ରା କରାଯାଇଥିଲା। ଏହି ଶୋଭାଯାତ୍ରା ଉତ୍କଳ ବିଶ୍ୱବିଦ୍ୟାଳୟଠାରୁ ବାହାରି ମାଷ୍ଟର କ୍ୟାଣ୍ଟିନ ଛକ ପର୍ଯ୍ୟନ୍ତ ଯାଇଥିଲା।

ବିଦ୍ୟାର୍ଥୀ ପରିଷଦର ରାଜ୍ୟ ସମ୍ପାଦକ ଶଶିକାନ୍ତ ମିଶ୍ର ଯୋଗଦେଇ କହିଛନ୍ତି-“ଦୀର୍ଘଦିନ ଧରି ବାଂଲାଦେଶ, ପାକିସ୍ତାନ ଓ ଆଫଗାନିସ୍ତାନରେ ଧାର୍ମିକ ଆଧାରରେ ନିର୍ଯାତନାର ଶିକାର ହୋଇଆସୁଥିବା ତଥା ଭାରତରେ ଶରଣ ନେଇଥିବା ସଂଖ୍ୟା ଲଘୁ ସଂପ୍ରଦାୟର ଲୋକମାନଙ୍କ ପାଇଁ ନାଗରିକ ଆଇନ ୨୦୧୯ ଏକ ବରଦାନ ସଦୃଶ୍ୟ। ଏହି ଆଇନରେ କୌଣସି ଧର୍ମ ବା ସଂପ୍ରଦାୟ ବିରୋଧରେ କୌଣସି ବି କଥା କୁହାଯାଇନଥିବା ବେଳେ କିଛି ବ୍ୟକ୍ତିବିଶେଷ ନିଜର ଭୋଟ ବ୍ୟାଙ୍କର ରାଜନୀତିକୁ ମଜଭୁତ କରିବା ପାଇଁ ଦେଶକୁ ଭାଙ୍ଗିବାର ଷଡ଼ଯନ୍ତ୍ର କରୁଛନ୍ତି।”

ରାଜ୍ୟ ସହସମ୍ପାଦକ ରତନ ଦିଗଲ, ଭୁବନେଶ୍ୱର ସମ୍ପାଦକ ସମ୍ବିତ ରାଉତ, ସ୍ତିତିପ୍ରଜ୍ଞ ଦାସ, ସୋମେଶ ଦେ, ପିଣ୍ଟୁ ପ୍ରତିକ ନାୟକ, ଲିନା ନନ୍ଦିତା ପରିଡା, ପ୍ରୟସଂଜନ ରାଉତ, ଗୋପବନ୍ଧୁ ଜେନା, ଶୁଧାଂଶୁ ସାହୁ, ଜ୍ୟୋତି ରଂଜନ ନାୟକ, ପ୍ରିତମ ଦାସ, ଶୁଭମ ସାହୁ, ଦେବବ୍ରତ ଦାସ, ବିଶ୍ୱ ସ୍ୱାଇଁ ପ୍ରମୁଖ ନେତୃତ୍ୱ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos