ଧକ୍କା ଦେଲା ଟ୍ୟାଙ୍କର; ରାସ୍ତା ତଳକୁ ଖସି ଗଲା ବସ୍‌

ଜୟପୁର: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ୪୦ ଜଣ ତୀର୍ଥଯାତ୍ରୀ। ଘଟଣା ଘଟିଛି କୋରାପୁଟ ଜିଲ୍ଲା ପଟାଙ୍ଗି ଥାନା ଅନ୍ତର୍ଗତ କୁନ୍ଦୁଲି ହାଟପଦା ଛକରେ।
ସୂଚନା ଅନୁସାରେ କୁନ୍ଦୁଲିର ୪୦ଜଣ ଯାତ୍ରୀ ଏକ ଘରୋଇ ବସ୍‌ରେ ତୀର୍ଥ କରିବାକୁ ଯାଇଥିଲେ। ହେଲେ ଆଜି ସକାଳେ ଗାଁକୁ ଫେରି ବସ୍‌ରୁ ଯାତ୍ରୀମାନେ ଓହ୍ଲାଉ ଥିବା ସମୟରେ ହାଟପଦା ଛକ ନିକଟରେ ହଠାତ୍ ଏକ ଟ୍ୟାଙ୍କର ଧକ୍କା ଦେଇଥିଲା। ଫଳରେ ବସ୍‌ଟି ରାସ୍ତା କଡ଼ରୁ ତଳକୁ ଖସି ଯାଇଥିଲା। ଏହି ଦୁର୍ଘଟଣାରେ ୪୦ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ପଟାଙ୍ଗି ପୋଲିସ ପହଞ୍ଚି ଘଟଣାର ତଦନ୍ତ କରିଛି।