ଫାଙ୍କିଦେଲେ ସରକାର, ରାଜ୍ୟରେ ଜଣେ ବି ଶିଶୁ ଭିକାରୀ ନାହାନ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟତମାମ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତିରେ ସାମିଲ ଥିବାର ଦୃଶ୍ୟ ସମସ୍ତଙ୍କ ନଜରରେ ପଡ଼ୁଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଦୃଷ୍ଟିରେ ଜଣେ ବି ଶିଶୁ ଭିକାରୀ ଓଡ଼ିଶାରେ ନାହାନ୍ତି। ଏପରିକି ରାଜ୍ୟ ଶାସନର ପ୍ରାଣକେନ୍ଦ୍ର ଭୁବନେଶ୍ୱରର ବିଭିନ୍ନ ଛକରେ ପୁଳା ପୁଳା ଶିଶୁ ଭିକ୍ଷାବୃତ୍ତି କରୁଥିବାବେଳେ ଖୋଦ୍ ଭୁବନେଶ୍ୱରର(ଏକାମ୍ର) ବିଧାୟକ ତଥା ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଆଖିରେ ଏହା ପଡ଼ିନି। ଯେଉଁଥିପାଇଁ ଆଜି ପବିତ୍ର ବିଧାନସଭାରେ […]

ashok,,,,

ashok,,,,

Ordigital Desk
  • Published: Saturday, 04 December 2021
  • Updated: 04 December 2021, 09:24 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟତମାମ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତିରେ ସାମିଲ ଥିବାର ଦୃଶ୍ୟ ସମସ୍ତଙ୍କ ନଜରରେ ପଡ଼ୁଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଦୃଷ୍ଟିରେ ଜଣେ ବି ଶିଶୁ ଭିକାରୀ ଓଡ଼ିଶାରେ ନାହାନ୍ତି। ଏପରିକି ରାଜ୍ୟ ଶାସନର ପ୍ରାଣକେନ୍ଦ୍ର ଭୁବନେଶ୍ୱରର ବିଭିନ୍ନ ଛକରେ ପୁଳା ପୁଳା ଶିଶୁ ଭିକ୍ଷାବୃତ୍ତି କରୁଥିବାବେଳେ ଖୋଦ୍ ଭୁବନେଶ୍ୱରର(ଏକାମ୍ର) ବିଧାୟକ ତଥା ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଆଖିରେ ଏହା ପଡ଼ିନି। ଯେଉଁଥିପାଇଁ ଆଜି ପବିତ୍ର ବିଧାନସଭାରେ ମନ୍ତ୍ରୀ ଶ୍ରୀ ପଣ୍ଡା ରାଜ୍ୟରେ ଜଣେ ବି ଶିଶୁ ଭିକାରୀ ନଥିବା ସ୍ପଷ୍ଟ କରିଛନ୍ତି।

ବିଧାନସଭାରେ ଆଜି ବିଧାୟକ ନାଉରୀ ନାୟକଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି ଯେ, ରାଜ୍ୟରେ ମୋଟ ୬୯୭୦ଜଣ ଭିକାରୀଙ୍କୁ ଚିହ୍ନଟ କରାଯାଇଛି । ସେଥିରେ ୪୧୨୮ଜଣ ପୁରୁଷ ଓ ୨୮୪୨ ମହିଳା ଭିକାରୀ ଅଛନ୍ତି । ଜଣେ ବି ଶିଶୁ ଭିକାରୀ ନାହାନ୍ତି । ତେବେ ତାଲିକାଭୁକ୍ତ ହୋଇନଥିବା ଭିକାରୀମାନଙ୍କୁ ଚିହ୍ନଟ କରିବା ନିମନ୍ତେ ଜିଲ୍ଲା ଓ ବ୍ଲକସ୍ତରରେ ଆବଶ୍ୟକୀୟ ପଦକ୍ଷେପ ନିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି । ବିଧାନସଭାରେ ଭିକାରୀମାନଙ୍କର ଜିଲ୍ଲାୱାରି ଯେଉଁ ତାଲିକା ମନ୍ତ୍ରୀ ଶ୍ରୀ ପଣ୍ଡା ରଖିଛନ୍ତି ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ମନ୍ତ୍ରୀ ଶ୍ରୀ ପଣ୍ଡା ତାଙ୍କ ଉତ୍ତରରେ କହିଛନ୍ତି ଯେ, କଟକ ଜିଲ୍ଲାରେ ସର୍ବାଧିକ ୧୦୬୦ଜଣ ଭିକାରୀ ଚିହ୍ନଟ ହୋଇଥିବାବେଳେ ସମଗ୍ର ଖୋର୍ଦ୍ଧା ଜିଲ୍ଲା(ଭୁବନେଶ୍ୱରକୁ ମିଶାଇ)ରେ ମାତ୍ର ୪୧୮ଜଣ ଭିକାରୀ ଚିହ୍ନଟ ହୋଇଛନ୍ତି । ତେବେ ବରଗଡ଼ ଜିଲ୍ଲାରେ ୫୯୫ଜଣ, ବଲାଙ୍ଗିର ୫୦୨ଜଣ, ଗଞ୍ଜାମରେ ୫୪୫, ସୁୂନ୍ଦରଗଡ଼ରେ ୪୪୭ଜଣ, ପୁରୀରେ ୩୫୦ଜଣ, ନୂଆପଡ଼ାରେ ୩୫୪ଜଣ, କଳାହାଣ୍ଡିରେ ୩୬୩ଜଣ ଭିକାରୀ ଚିହ୍ନଟ ହୋଇଛନ୍ତି । ତେବେ ବୌଦ୍ଧ ଜିଲ୍ଲାରେ ସବୁଠୁ କମ୍ ୫ଜଣ, ଦେବଗଡ଼ ଜିଲ୍ଲାରେ ୮ଜଣ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ୨୨ଜଣ, ଝାରସୁଗୁଡ଼ା ଜିଲ୍ଲାରେ ୪୧ଜଣ, ସମ୍ବଲପୁର ଜିଲ୍ଲାରେ ୪୪ଜଣ ଭିକାରୀ ଚିହ୍ନଟ ହୋଇଥିବା ମନ୍ତ୍ରୀ ଶ୍ରୀ ପଣ୍ଡା ତାଙ୍କ ଉତ୍ତରରେ କହିଛନ୍ତି ।

ତେବେ ମନ୍ତ୍ରୀ ଶ୍ରୀ ପଣ୍ଡା ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଥମ ପର୍ଯ୍ୟାୟରେ ପୁରୀଠାରେ ନିଳାଦ୍ରୀ ନିଳୟ, ଭୁବନେଶ୍ୱରରେ ଏକାମ୍ର ନିଳୟ ନାଁରେ ସ୍ୱତନ୍ତ୍ର ଅଭିଯାନ କରାଯାଇ ଏହି ସହରଗୁଡ଼ିକର ଭିକାରୀମୁକ୍ତ କରିବା ପାଇଁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଖୋର୍ଦ୍ଧା ଓ ସମ୍ବଲପୁର ଜିଲ୍ଲାରେ ଭିକାରୀ ପୁନର୍ବାସ କେନ୍ଦ୍ର ଖୋଲାଯାଇଛି । ରାଉରକେଲା ମହାନଗର ସମେତ ଗଞ୍ଜାମ ଓ ଢେଙ୍କାନାଳ ଜିଲ୍ଲାରେ ମଧ୍ୟ ପୁନର୍ବାସ କେନ୍ଦ୍ର ଖୋଲାଯିବାକୁ ଅର୍ଥବରାଦ ହୋଇଛି । ମାତ୍ର ମନ୍ତ୍ରୀଙ୍କ ଭାଷାରେ ସର୍ବାଧିକ ଭିକାରୀ ଚିହ୍ନଟ ହୋଇଥିବା କଟକ ଜିଲ୍ଲାରେ ଭିକାରୀ ପୁନର୍ବାସ କେନ୍ଦ୍ର ଖୋଲିବା ପ୍ରସ୍ତାବ ନିଷ୍ପତ୍ତି ସରକାରଙ୍କ ବିଚାରଧୀନ ଥିବା ଶ୍ରୀ ପଣ୍ଡା କହିଛନ୍ତି । ତେଣୁ ମନ୍ତ୍ରୀ ଶ୍ରୀ ପଣ୍ଡା ଯେଉଁ ଉତ୍ତର ବିଧାନସଭାରେ ରଖିଛନ୍ତି ତା’ର ସତ୍ୟତା ଓ ବାସ୍ତବତାକୁ ନେଇ ପ୍ରଶ୍ନ ଉଠିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos