ଆକାଉଣ୍ଟାଣ୍ଟ ଜେନେରାଲଙ୍କୁ ପଦୋନ୍ନତି

ଭୁବନେଶ୍ୱର: ଆକାଉଣ୍ଟାଣ୍ଟ ଜେନେରାଲ ଅମର ପଟ୍ଟନାୟକଙ୍କୁ ମିଳିଛି ପଦୋନ୍ନତି। ପ୍ରିନ୍ସିପାଲ ଏଜି ପାହ୍ୟାକୁ ତାଙ୍କୁ ଦିଆଯାଇଛି ପଦୋନ୍ନତି। ତେବେ ସେ ଓଡ଼ିଶା ଦାୟିତ୍ୱରେ ହିଁ ରହିବେ। ଏ ନେଇ ଦିଲ୍ଲୀ ସିଏଜି ଅଫିସରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଜି ଭାବେ ଅମର ପଟ୍ଟନାୟକ ବହୁ ହାଇ ପ୍ରୋଫାଇଲ ଅନିୟମିତତାକୁ ଲୋକଲୋଚନକୁ ଆଣିଛନ୍ତି। ଏଗୁଡ଼ିକ ମଧ୍ୟରେ ପ୍ରମୁଖ ରହିଛି ରାଜ୍ୟରେ ସରକାରୀ ଜମି ଆବଣ୍ଟନ ଅନିୟମିତତା ମାମଲା। ଏହା ବାତିତ ରାଜ୍ୟରେ ବିଦୁ୍ୟତ ବିରଣ କଂପାନିମାନେ ଟ୍ରାନସମିଶନରେ ହେଉଥିବା […]

amar

Rakesh Mallick
  • Published: Sunday, 03 May 2015
  • , Updated: 03 May 2015, 05:31 AM IST

ଭୁବନେଶ୍ୱର: ଆକାଉଣ୍ଟାଣ୍ଟ ଜେନେରାଲ ଅମର ପଟ୍ଟନାୟକଙ୍କୁ ମିଳିଛି ପଦୋନ୍ନତି। ପ୍ରିନ୍ସିପାଲ ଏଜି ପାହ୍ୟାକୁ ତାଙ୍କୁ ଦିଆଯାଇଛି ପଦୋନ୍ନତି। ତେବେ ସେ ଓଡ଼ିଶା ଦାୟିତ୍ୱରେ ହିଁ ରହିବେ। ଏ ନେଇ ଦିଲ୍ଲୀ ସିଏଜି ଅଫିସରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଜି ଭାବେ ଅମର ପଟ୍ଟନାୟକ ବହୁ ହାଇ ପ୍ରୋଫାଇଲ ଅନିୟମିତତାକୁ ଲୋକଲୋଚନକୁ ଆଣିଛନ୍ତି। ଏଗୁଡ଼ିକ ମଧ୍ୟରେ ପ୍ରମୁଖ ରହିଛି ରାଜ୍ୟରେ ସରକାରୀ ଜମି ଆବଣ୍ଟନ ଅନିୟମିତତା ମାମଲା। ଏହା ବାତିତ ରାଜ୍ୟରେ ବିଦୁ୍ୟତ ବିରଣ କଂପାନିମାନେ ଟ୍ରାନସମିଶନରେ ହେଉଥିବା କ୍ଷତି, ୨୦୧୩-୧୪ ବର୍ଷରେ ରାଜ୍ୟ ସରକାରଙ୍କ ରାଜସ୍ୱହାନୀ ଓ ବାରବାଟୀ ପ୍ୟାଲେସ୍ ଜମି ଅନିୟମିତତା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗର ସେ ଅଡିଟ୍ କରିଥିଲେ।

Related story