୧୮ରୁ ଲୋକସେବା ଭବନକୁ ପ୍ରବେଶ ଅନୁମତି: ଭିତରକୁ ଯାଇପାରିବେନି କାର୍ଯ୍ୟରତ ସାମ୍ବାଦିକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ଆଳରେ ରାଜ୍ୟ ସରକାର ୨୦୨୦ ମାର୍ଚ୍ଚ ମାସଠୁ ରାଜ୍ୟ ଶାସନର ପ୍ରାଣକେନ୍ଦ୍ର ଲୋକସେବା ଭବନ, ଖାରବେଳ ଭବନ ଓ ରାଜୀବ ଭବନକୁ ପ୍ରବେଶ ଉପରେ ଲଗାଇଥିବା କଟକଣାକୁ ପ୍ରତ୍ୟାହାର କରିନେଇଛନ୍ତି । ଆସନ୍ତା ଏପ୍ରିଲ ୧୮ତାରିଖରୁ ଏସବୁ ସରକାରୀ ପ୍ରତିଷ୍ଠାନ ଭିତରକୁ ସର୍ବସାଧାରଣଙ୍କ ପ୍ରବେଶ ପାଇଁ ଅନୁମତି ମିଳିବ । କିନ୍ତୁ ଆଶ୍ଚର୍ଯ୍ୟର କଥା, ରାଜ୍ୟର କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ଏସବୁ ସରକାରୀ ପ୍ରତିଷ୍ଠାନ ଭିତରକୁ ଯିବାକୁ ଅନୁମତି ମିଳିବ ନାହିଁ । […]

Lokaseva

Lokaseva

Ordigital Desk
  • Published: Tuesday, 12 April 2022
  • Updated: 12 April 2022, 10:35 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ଆଳରେ ରାଜ୍ୟ ସରକାର ୨୦୨୦ ମାର୍ଚ୍ଚ ମାସଠୁ ରାଜ୍ୟ ଶାସନର ପ୍ରାଣକେନ୍ଦ୍ର ଲୋକସେବା ଭବନ, ଖାରବେଳ ଭବନ ଓ ରାଜୀବ ଭବନକୁ ପ୍ରବେଶ ଉପରେ ଲଗାଇଥିବା କଟକଣାକୁ ପ୍ରତ୍ୟାହାର କରିନେଇଛନ୍ତି । ଆସନ୍ତା ଏପ୍ରିଲ ୧୮ତାରିଖରୁ ଏସବୁ ସରକାରୀ ପ୍ରତିଷ୍ଠାନ ଭିତରକୁ ସର୍ବସାଧାରଣଙ୍କ ପ୍ରବେଶ ପାଇଁ ଅନୁମତି ମିଳିବ । କିନ୍ତୁ ଆଶ୍ଚର୍ଯ୍ୟର କଥା, ରାଜ୍ୟର କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ଏସବୁ ସରକାରୀ ପ୍ରତିଷ୍ଠାନ ଭିତରକୁ ଯିବାକୁ ଅନୁମତି ମିଳିବ ନାହିଁ । କେବଳ ସରକାରଙ୍କ ଦ୍ୱାରା ଅଧିସ୍ୱୀକୃତିପ୍ରାପ୍ତ ସାମ୍ବାଦିକଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିବ ବୋଲି ଆଜି ନିର୍ଦ୍ଦେଶନାମା ଜାରି ହୋଇଛି ।

ରାଜ୍ୟ ଗୃହ ବିଭାଗର ଓଏସଡି ତଥା ସ୍ୱତନ୍ତ୍ର ସଚିବ ପି ସି ପ୍ରଧାନ ଆଜି ସମସ୍ତ ବିଭାଗକୁ ଚିଠି ଲେଖି ଲୋକସେବା ଭବନ, ଖାରବେଳ ଭବନ ଓ ରାଜୀବ ଭବନ ଆସନ୍ତା ଏପ୍ରିଲ ୧୮ତାରିଖରୁ ସର୍ବସାଧାରଣଙ୍କ ନିମନ୍ତେ ଉନ୍ମୁକ୍ତ ହେବ । ଏସବୁ ପ୍ରତିଷ୍ଠାନରେ ଥିବା ଅଭ୍ୟର୍ଥନା ପ୍ରକୋଷ୍ଠକୁ ୧୮ରୁ କାର୍ଯ୍ୟକ୍ଷମ ମଧ୍ୟ କରାଯିବ । ସାଧାରଣ ଲୋକେ ନିଜର ଆପତ୍ତି ଅଭିଯୋଗ ସହ ଅନ୍ୟାନ୍ୟ ସରକାରୀ କାର୍ଯ୍ୟ ପାଇଁ ସଚିବାଳୟ ଆସିପାରିବେ । ଏସବୁ ପ୍ରତିଷ୍ଠାନରେ ପ୍ରବେଶ ପାଇଁ ପାସ୍ ନିମନ୍ତେ ଅନଲାଇନ୍ ଓ ‘ଇପ୍ରବେଶ’ ଆପ୍ ମାଧ୍ୟମରେ ବି ସାଧାରଣ ଲୋକେ ଆବେଦନ କରିପାରିବେ । ଏହାସହିତ କେବଳ ଅଧିସ୍ୱୀକୃତ ସାମ୍ବାଦିକମାନେ ସଚିବାଳୟ ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳିବ ।

ତେବେ ଦୀର୍ଘଦିନ ଧରି କାର୍ଯ୍ୟରତ ସାମ୍ବାଦିକମାନେ ଲୋକସେବା ଭବନ ଭିତରକୁ ପ୍ରବେଶ ନିମନ୍ତେ ଦାବି କରୁଥିଲେ ମଧ୍ୟ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଇନାହାନ୍ତି । ବିଭିନ୍ନ ଗଣମାଧ୍ୟମ ସଂସ୍ଥାର ପ୍ରତିନିଧି ଭାବେ ଖବର ସଂଗ୍ରହ କରୁଥିବା କାର୍ଯ୍ୟରତ ସାମ୍ବାଦିକଙ୍କ ମଧ୍ୟରେ ‘ସରକାରୀ ଅଧିସ୍ୱୀକୃତିପ୍ରାପ୍ତ ସାମ୍ବାଦିକ’ ସଂଖ୍ୟା ନଗଣ୍ୟ । ସାଧାରଣ ଲୋକଙ୍କ ନିକଟରେ ସରକାର ଓ ପ୍ରଶାସନର ଟିକିନିଖି ଖବର ପହଂଚାଉଥିବା ଏହି କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଲୋକସେବା ଭବନକୁ ପ୍ରବେଶ ନିମନ୍ତେ ଅନୁମତି ଦିଆଯାଇନଥିବା ଜଣାପଡ଼ିଛି । ଯଦିଓ ପୂର୍ବରୁ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଅନୁମୋଦିତ ସମସ୍ତ ଗଣମାଧ୍ୟମ ସଂସ୍ଥାର କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ସଚିବାଳୟର ଏହି ୩ଟି ଭବନ ଭିତରକୁ ପ୍ରବେଶ ନିମନ୍ତେ ଅନୁମତି ମିଳୁଥିଲା । କିନ୍ତୁ ଆଜି ଗୃହ ବିଭାଗର ନିର୍ଦ୍ଦେଶନାମାରେ କେବଳ ସରକାରୀ ଅଧିସ୍ୱୀକୃତି ସାମ୍ବାଦିକଙ୍କୁ ପ୍ରବେଶ ପାଇଁ ଅନୁମତି ଦେଇ ରାଜ୍ୟ ସରକାର ପୁଣିଥରେ କାର୍ଯ୍ୟରତ ସାମ୍ବାଦିକଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରିବାକୁ ଚାହିଁଛନ୍ତି ।

ରାଜ୍ୟରେ ଏବେ ଉଭୟ ପ୍ରିଣ୍ଟ, ଇଲୋକ୍ଟ୍ରୋନିକ ଓ ୱେବ ମିଡିଆର ରାଜ୍ୟସ୍ତରୀୟ ମୋଟ ୧୪୦ଜଣ ଅଧିସ୍ୱୀକୃତିପ୍ରାପ୍ତ ସାମ୍ବାଦିକ ଓ ୪୭ଜଣ ମୁକ୍ତବୃତ୍ତ ସାମ୍ବାଦିକ ଅଛନ୍ତି । ଏହି ଅଧିସ୍ୱୀକୃତିପ୍ରାପ୍ତ ସାମ୍ବାଦିକମାନଙ୍କ ମଧ୍ୟରୁ ନିୟମିତ ଖବର ସଂଗ୍ରହ କାର୍ଯ୍ୟରେ ହାତଗଣତି ସାମ୍ବାଦିକ ରହିଛନ୍ତି । କିଛି ସାମ୍ବାଦିକଙ୍କ ମୃତ୍ୟୁ ପରେ ମଧ୍ୟ ସରକାରୀ ତାଲିକାରେ ସେମାନଙ୍କ ନାଁ ଗଡ଼ି ଚାଲିଛି । ଏହି ଅଧିସ୍ୱୀକୃତିପ୍ରାପ୍ତ ସାମ୍ବାଦିକଙ୍କ ମଧ୍ୟରୁ ମାତ୍ର ୧୦ ପ୍ରତିଶତ ସାମ୍ବାଦିକ ଖବର ସଂଗ୍ରହ ପାଇଁ ସଚିବାଳୟକୁ ଆସିଥାନ୍ତି । ଦୀର୍ଘବର୍ଷ ଧରି ଏହି ଅଧିସ୍ୱୀକୃତି ସାମ୍ବାଦିକ ତାଲିକାକୁ ସରକାର ସମୀକ୍ଷା ମଧ୍ୟ କରିନାହାନ୍ତି । ତଥାପି ସରକାର ଆଜି ଏଭଳି ନିର୍ଦ୍ଦେଶନାମା ଜାରି କରି କାର୍ଯ୍ୟରତ ସାମ୍ବାଦିକଙ୍କ ପ୍ରବେଶ ଉପରେ ପରୋକ୍ଷରେ ଅଙ୍କୁଶ ଲଗାଇଛନ୍ତି । ସିଧାସଳଖ ଭାବେ କହିବାକୁ ଗଲେ, ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥାର କାର୍ଯ୍ୟରତ ସାମ୍ବାଦିକ (ଯେଉଁମାନେ ନିୟମିତ ଖବର ସଂଗ୍ରହ କରୁଛନ୍ତି) ସେମାନଙ୍କ ମଧ୍ୟରୁ ୯୦ ପ୍ରତିଶତ ସାମ୍ବାଦିକ ସରକାରଙ୍କ ଅଧିସ୍ୱୀକୃତି ପାଇନଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ, ରାଜ୍ୟରେ ସାମ୍ବାଦିକଙ୍କୁ ଅଧିସ୍ୱୀକୃତି ଦେବା ନିମନ୍ତେ କମିଟିକୁ ରାଜ୍ୟ ସରକାର ଦୀର୍ଘ ଦେଢ଼ ଦଶନ୍ଧି ଧରି ନିରସ୍ତ୍ର କରି ରଖିଥିବାବେଳେ ଏବେବି ସରକାରଙ୍କ ପାଖରେ ଅଧିସ୍ୱୀକୃତି ପାଇବାକୁ ରାଜ୍ୟସ୍ତରରେ ୪୨ଜଣ ସାମ୍ବାଦିକ, ଜିଲ୍ଲାସ୍ତରରେ ୩୦ଜଣ ଓ ମୁକ୍ତବୃତ୍ତିରେ ୧୦ଜଣ ସାମ୍ବାଦିକଙ୍କ ଆବେଦନ ପଡ଼ିରହିଥିବା ସୂଚନା ମିଳିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story