କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପୁଷ୍ୟାଭିଷେକ ପ୍ରସଙ୍ଗ: ସିଂହଦ୍ୱାର ଥାନାରେ ଏତଲା

ପୁରୀ: ଗଜପତି ମହାରାଜାଙ୍କ ପୁଷ୍ୟାଭିଷେକ ଢ଼ାଞ୍ଚାରେ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଅଭିଷେକ ନୀତି ବିବାଦୀୟ ହେବାରେ ଲାଗିଛି । ଗତକାଲିଠାରୁ ଏହାକୁ ନେଇ ପୁରୀରେ ତୀବ୍ର ଅସନ୍ତୋଷ ଲାଗି ରହିଥିବାବେଳେ ଆଜି ସିଂହଦ୍ୱାର ଥାନାରେ ଦାୟର ହୋଇଛି । ସେପଟେ ମୁକ୍ତିମଣ୍ଡପ ପଣ୍ଡିତ ସଭା କଡ଼ା ଚେତାବନୀ ଦେଇ କହିଛି, ଅଚ୍ୟୁତ ନିଜେ ପୁରୀ ଆସି କ୍ଷମା ମାଗନ୍ତୁ । ବିବାଦ ତୀବ୍ର ହେବା ପରେ ଘଟଣାକୁ ନେଇ ଦୁଃଖ ପ୍ରକାଶ କରି କ୍ଷମା ପ୍ରାର୍ଥନା କରିଛନ୍ତି କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ।.

ଗଜପତି ମହାରାଜାଙ୍କ ପୁଷ୍ୟାଭିଷେକ ନୀତିକୁ ନକଲ୍ କରି ନିକଟରେ ପୂଷ୍ୟାଭିଷେକ ଭଳି ଅଚ୍ୟୁତଙ୍କ ଅଭିଷେକ ନୀତି ଭୁବନେଶ୍ୱରେ ଅନୁଷ୍ଠିତ ହୋଇଥିଲା। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ ନେଇ ଶ୍ରୀଜଗନ୍ନାଥ ସେନା ଓ ଶ୍ରୀକ୍ଷେତ୍ର ସ୍ୱାଭିମାନ ମଞ୍ଚ ବିରୋଧ କରିଥିଲା