ଏମ୍‌କେସିଜି ମେଡିକାଲ କଲେଜରେ ଛାତ୍ରୀଙ୍କୁ ଏସିଡ୍‌ ମାଡ଼

Ordigital Desk
  • Published: Thursday, 16 November 2017
  • , Updated: 16 November 2017, 01:31 PM IST
<p>ବ୍ରହ୍ମପୁର: &nbsp;ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ପରିସରରେ ଡିଏମ୍ଏଲଟିର ୩ୟ ବର୍ଷ ଛାତ୍ରୀଙ୍କୁ ଏସିଡ ମାଡ଼ ହୋଇଛି। କଲେଜକୁ କ୍ଲାସ କରିବାକୁ ଯାଉଥିବା ବେଳେ ଏହି ଆକ୍ରମଣ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି। କେଉଁ କାରଣରୁ ଛାତ୍ରୀଙ୍କୁ ଏସିଡ ମାଡ଼ ହୋଇଛି ତାହା ଜଣାପଡିନାହିଁ। ତାଙ୍କ ଛାତି ଓ ମୁହଁରେ ଏସିଡ୍ ମାଡ଼ ହୋଇଛି। ତାଙ୍କର ବାମ ଆଖିରେ ବେଶୀ ଆଘାତ ଲାଗିଛି ବୋଲି ମେଡିକାଲ କଲେଜର ପ୍ରିନ୍ସପାଲ କହିଛନ୍ତି।</p> <p>ଛାତ୍ରୀଙ୍କ ବାପା କହିଛନ୍ତି, &ldquo;ମୋ ଝିଅ ଉପରେ ତା&rsquo;ର ସ୍ୱାମୀ ଏସିଡ୍&zwnj; ପକାଇଛି । ବିବାହ ପରେ ମୋ ଝିଅକୁ ଶ୍ୱଶୁର ଘର ଲୋକ ନିର୍ଯାତନା ଦେଉଥିଲେ। ସେଥିପାଇଁ &nbsp;ଥାନାରେ କେସ ଚାଲିଛି।&rdquo;</p> <p>&amp;nbsp;</p>

Related story