ଏସିଡ୍‌ ମାଡ଼ କରିଥିବା ସ୍ୱାମୀକୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ!

ବ୍ରହ୍ମପୁର (ଓଡିଶା ରିପୋର୍ଟର): ବ୍ରହ୍ମପୁର ମେଡିକାଲ୍ କ୍ୟାମ୍ପସ୍‌ରେ ପତ୍ନୀଙ୍କୁ ଏସିଡ ମାଡ଼ ଘଟଣାରେ ଗିରଫ ଅଭିଯୁକ୍ତ ସ୍ୱାମୀ ନିରଞ୍ଜନ ପ୍ରଧାନଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ। ଏନେଇ କ୍ରାଇମବ୍ରାଞ୍ଚ ବ୍ରହ୍ମପୁର SDJMଙ୍କ କୋର୍ଟରେ ତାଙ୍କୁ ଆଜି ହାଜର କରି ରିମାଣ୍ଡ ପାଇଁ ଆବେଦନ କରିବ। ନଭି ମୁମ୍ବାଇର ଭାସିଗାରୁ ଗିରଫ କରାଯିବା ପରେ ନିରଞ୍ଜନଙ୍କୁ ବ୍ରହ୍ମପୁର ଆଣି ଘଟଣାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ। ୨୦୧୭ ନଭେମ୍ବର ୧୬ରେ MKCG ମେଡିକାଲ କଲେଜର ପାଥୋଲଜି ଛାତ୍ରୀଙ୍କ ଉପରେ ଏସିଡ୍‌ ମାଡ଼ […]

berhampur

Rakesh Mallick
  • Published: Thursday, 12 April 2018
  • , Updated: 12 April 2018, 02:48 PM IST

ବ୍ରହ୍ମପୁର (ଓଡିଶା ରିପୋର୍ଟର): ବ୍ରହ୍ମପୁର ମେଡିକାଲ୍ କ୍ୟାମ୍ପସ୍‌ରେ ପତ୍ନୀଙ୍କୁ ଏସିଡ ମାଡ଼ ଘଟଣାରେ ଗିରଫ ଅଭିଯୁକ୍ତ ସ୍ୱାମୀ ନିରଞ୍ଜନ ପ୍ରଧାନଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ। ଏନେଇ କ୍ରାଇମବ୍ରାଞ୍ଚ ବ୍ରହ୍ମପୁର SDJMଙ୍କ କୋର୍ଟରେ ତାଙ୍କୁ ଆଜି ହାଜର କରି ରିମାଣ୍ଡ ପାଇଁ ଆବେଦନ କରିବ। ନଭି ମୁମ୍ବାଇର ଭାସିଗାରୁ ଗିରଫ କରାଯିବା ପରେ ନିରଞ୍ଜନଙ୍କୁ ବ୍ରହ୍ମପୁର ଆଣି ଘଟଣାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ।

୨୦୧୭ ନଭେମ୍ବର ୧୬ରେ MKCG ମେଡିକାଲ କଲେଜର ପାଥୋଲଜି ଛାତ୍ରୀଙ୍କ ଉପରେ ଏସିଡ୍‌ ମାଡ଼ ହୋଇଥିଲା। ପାରିବାରିକ କହଳରୁ ତାଙ୍କ ସ୍ୱାମୀ ନିରଞ୍ଜନ ହିଁ ଏହି କାଣ୍ଡ କରିଥିବା ଅଭିଯୋଗ ହୋଇଥିଲା। ପୋଲିସ ତନାଘନା ଆରମ୍ଭ କରିବା ପରେ ସେ ଫେରାର ହୋଇଯାଇଥିଲା। ଘଟଣାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଦୀର୍ଘ ୫ ମାସ ପରେ ସୋସିଆଲ ମିଡିଆରେ ଟ୍ରାକ୍ କରି ନିରଞ୍ଜନକୁ ଗିରଫ କରିବାରେ ସଫଳ ହୋଇଥିଲା।

Related story