‘ଏସିଡ୍ ଆକ୍ରମଣରେ ପୀଡ଼ିତାଙ୍କୁ ଥଇଥାନ କରାଯାଉ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏସିଡ୍ ଆକ୍ରମଣରେ ପୀଡ଼ିତାଙ୍କ ଥଇଥାନ ଓ ସରକାରୀ ଚାକିରିରେ ସେମାନଙ୍କ ପାଇଁ ସ୍ଥାନ ସଂରକ୍ଷଣ ଦାବିରେ ଲୋୟର ପିଏମ୍‌ଜିରେ ଧାରଣା। ଇନ୍‌ଷ୍ଟିଚ୍ୟୁଟ୍‌ ଫର୍ ସୋସିଏଲ୍‌ ଡେଭେଲପମେଣ୍ଟ(ଆଇଏସ୍‌ଡି) ଓ ଏସିଡ୍ ଆକ୍ରମଣର ପୀଡ଼ିତାଙ୍କୁ ନେଇ ଗଠିତ ଓଡ଼ିଶା ଚାପ୍ଟର ପକ୍ଷରୁ ଏହି ଧାରଣା ଦିଆଯାଇଛି। ରାଜ୍ୟରେ ବର୍ତ୍ତମାନ ୫୨ ଜଣ ଏସିଡ଼ ଆକ୍ରମଣର ପୀଡ଼ିତା ଅଛନ୍ତି। ଏମାନଙ୍କ ମଧ୍ୟରୁ ଅନେକଙ୍କୁ ସରକାରୀ ସାହାଯ୍ୟ ମିଳିନାହିଁ। ୨୦୧୩ର ଏକ ଆଇନ ଅନୁସାରେ ଏସିଡ଼ ଆକ୍ରମଣ ପୀଡ଼ିତାଙ୍କୁ ୩ […]

Acid-attack-750x430

Rakesh Mallick
  • Published: Friday, 13 April 2018
  • , Updated: 13 April 2018, 07:22 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏସିଡ୍ ଆକ୍ରମଣରେ ପୀଡ଼ିତାଙ୍କ ଥଇଥାନ ଓ ସରକାରୀ ଚାକିରିରେ ସେମାନଙ୍କ ପାଇଁ ସ୍ଥାନ ସଂରକ୍ଷଣ ଦାବିରେ ଲୋୟର ପିଏମ୍‌ଜିରେ ଧାରଣା। ଇନ୍‌ଷ୍ଟିଚ୍ୟୁଟ୍‌ ଫର୍ ସୋସିଏଲ୍‌ ଡେଭେଲପମେଣ୍ଟ(ଆଇଏସ୍‌ଡି) ଓ ଏସିଡ୍ ଆକ୍ରମଣର ପୀଡ଼ିତାଙ୍କୁ ନେଇ ଗଠିତ ଓଡ଼ିଶା ଚାପ୍ଟର ପକ୍ଷରୁ ଏହି ଧାରଣା ଦିଆଯାଇଛି। ରାଜ୍ୟରେ ବର୍ତ୍ତମାନ ୫୨ ଜଣ ଏସିଡ଼ ଆକ୍ରମଣର ପୀଡ଼ିତା ଅଛନ୍ତି। ଏମାନଙ୍କ ମଧ୍ୟରୁ ଅନେକଙ୍କୁ ସରକାରୀ ସାହାଯ୍ୟ ମିଳିନାହିଁ। ୨୦୧୩ର ଏକ ଆଇନ ଅନୁସାରେ ଏସିଡ଼ ଆକ୍ରମଣ ପୀଡ଼ିତାଙ୍କୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ଷତିପୂରଣ ଦିଆଯିବା ସହିତ ମାଗଣାରେ ସେମାନଙ୍କୁ ଚିକିତ୍ସା ଯୋଗାଇ ଦିଆଯିବା କଥା। କିନ୍ତୁ ୨୦୧୩ ପୂର୍ବରୁ ଏସିଡ ଆକ୍ରମଣର ଶିକାର ହୋଇଥିବା ପୀଡ଼ିତାକୁ କ୍ଷତିପୂରଣ ମିଳିନାହିଁ ବୋଲି ଆଇଏସ୍‌ଡି ପକ୍ଷରୁ କୁହାଯାଇଛି।

Related story