‘ଟିକ୍‌ଟକ୍‌’ ନର୍ସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ମାଲକାନଗିରି (ଜିତେନ୍ଦ୍ର ବେଉରା): ଡ୍ୟୁଟି ସମୟରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଟିକ୍‌ଟକ୍‌ ଭିଡିଓ କରିଥିବା ୪ ଜଣ ନର୍ସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ମେଡିକାଲ୍‌ କର୍ତ୍ତୃପକ୍ଷ ସଂପୃକ୍ତ ୪ ନର୍ସଙ୍କୁ ବାଧ୍ୟତାମୂଳକ ଛୁଟିରେ ପଠାଇ ଦେଇଛନ୍ତି। ତଦନ୍ତ ନସରିବା ପର୍ଯ୍ୟନ୍ତ କାର୍ଯ୍ୟରେ ଯୋଗ ନଦେବାକୁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଟିକ୍‌ଟକ୍ ପ୍ରେମରେ ପଡ଼ି ଏହି ନର୍ସମାନେ ସେମାନଙ୍କ ହିତାହିତ ଜ୍ଞାନ ଭୁଲି ଯାଇଥିଲେ ଓ ଡାକ୍ତରଖାନାରେ ମସ୍ତି କରି ଭିଡିଓ ଶୁଟ୍ କଲେ। ବଲିଉଡ୍‌ […]

tiktak

Jitendra Garnayak
  • Published: Thursday, 27 June 2019
  • , Updated: 27 June 2019, 06:17 PM IST

ମାଲକାନଗିରି (ଜିତେନ୍ଦ୍ର ବେଉରା): ଡ୍ୟୁଟି ସମୟରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଟିକ୍‌ଟକ୍‌ ଭିଡିଓ କରିଥିବା ୪ ଜଣ ନର୍ସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ମେଡିକାଲ୍‌ କର୍ତ୍ତୃପକ୍ଷ ସଂପୃକ୍ତ ୪ ନର୍ସଙ୍କୁ ବାଧ୍ୟତାମୂଳକ ଛୁଟିରେ ପଠାଇ ଦେଇଛନ୍ତି। ତଦନ୍ତ ନସରିବା ପର୍ଯ୍ୟନ୍ତ କାର୍ଯ୍ୟରେ ଯୋଗ ନଦେବାକୁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଟିକ୍‌ଟକ୍ ପ୍ରେମରେ ପଡ଼ି ଏହି ନର୍ସମାନେ ସେମାନଙ୍କ ହିତାହିତ ଜ୍ଞାନ ଭୁଲି ଯାଇଥିଲେ ଓ ଡାକ୍ତରଖାନାରେ ମସ୍ତି କରି ଭିଡିଓ ଶୁଟ୍ କଲେ। ବଲିଉଡ୍‌ ଗୀତରେ  ତାଳେ ତାଳେ ନାଚିଥିଲେ। ଏମିତିକି ଗୁରୁତ୍ୱପୂର୍ଣ୍ଣ ଏସ୍‌ଏନ୍‌ସିୟୁ (ଯେଉଁଠି ଅସୁସ୍ଥ ନବଜାତ ଶିଶୁଙ୍କୁ ରଖାଯାଏ) ଭିତରେ ବି ଖୁଲମଖୁଲା ମସ୍ତି କରି ଭିଡିଓ ଶୁଟ୍‌ କଲେ। ଏସଏନ୍‌ସିୟୁରେ ଥିବା ଗୁରୁତର ଶିଶୁଙ୍କ ସହ ବି ସେମାନେ ଭିଡିଓ ଶୁଟ୍‌ କରିବାକୁ ପଛାଇ ନଥିଲେ।  ଭିଡିଓରେ ଜଣେ ନର୍ସ ଏକ ଶିଶୁକୁ ଉଠାଇ ଗେଲ କରୁଥିବା ଦେଖିବାକୁ ମିଳିଛି। ସେତେବେଳେ ସେ ହାତରେ ଗ୍ଲୋବ୍ସ ପିନ୍ଧି ନଥିଲେ। ସୋଶାଲ୍ ମିଡିଆରେ ଏହା ଭାଇରାଲ୍ ବି ହୋଇଛି।

ଏହି ଖବର ଗତକାଲି ଗଣମାଧ୍ୟମରେ ପ୍ରସାରଣ ହେବା ପରେ ସଂପୃକ୍ତ ୪ ଜଣ ନର୍ସଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ ମାଲକାନଗିରି ସିଡିଏମ୍ଓ। ତା’ସହ ଅନୁଧ୍ୟାନ କରି କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ସେ କହିଥିଲେ।

Related story