ବିଚାରପତି ଟ୍ରେନ୍‌ରୁ ଓହ୍ଲାଇଯିବା ଘଟଣାରେ ସଫେଇ ସୁପରଭାଇଜର ନିଲମ୍ବିତ

ଭୁବନେଶ୍ୱର: କୋଣାର୍କ ଏକ୍ସପ୍ରେସ୍‌ର ଏକ ବର୍ଥରୁ ମଲାମୂଷା ଦୁର୍ଗନ୍ଧ ହେବାରୁ ଶୁକ୍ରବାର ପୂର୍ବହ୍ନରେ ଓଡିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ବିଶ୍ୱନାଥ ରଥ ଟ୍ରେନରୁ ଓହ୍ଲାଇ ପଡିଥିଲେ। ଏ ନେଇ ରେଳବାଇ କର୍ତ୍ତପକ୍ଷଙ୍କୁ ଅଭିଯୋଗ କରିଥିଲେ ଜଷ୍ଟିସ୍‌ ରଥ। ଅଭିଯୋଗ ପାଇବା ପରେ ରେଲୱେ ଏ ନେଇ  ତଦନ୍ତ ଆରମ୍ଭ କରିଥିଲା। ଶନିବାର ଘଟଣାରେ କାର୍ଯ୍ୟାନୁଷ୍ଠାନ ସ୍ୱରୁପ ଟ୍ରେନ୍‌ ସୁପରଭାଇଜରଙ୍କୁ ନିଲମ୍ବିତ କରାଯାଇଛି। ରଥ ଆଜି କୋରାପୁଟରେ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ କୋଣାର୍କ ଏକ୍ସପ୍ରେସ୍‌ରେ ଭୁବନେଶ୍ୱରରୁ […]

vlcsnap-2017-11-03-20h17m56s709-720x430

Rakesh Mallick
  • Published: Saturday, 04 November 2017
  • , Updated: 04 November 2017, 09:34 PM IST

ଭୁବନେଶ୍ୱର: କୋଣାର୍କ ଏକ୍ସପ୍ରେସ୍‌ର ଏକ ବର୍ଥରୁ ମଲାମୂଷା ଦୁର୍ଗନ୍ଧ ହେବାରୁ ଶୁକ୍ରବାର ପୂର୍ବହ୍ନରେ ଓଡିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ବିଶ୍ୱନାଥ ରଥ ଟ୍ରେନରୁ ଓହ୍ଲାଇ ପଡିଥିଲେ। ଏ ନେଇ ରେଳବାଇ କର୍ତ୍ତପକ୍ଷଙ୍କୁ ଅଭିଯୋଗ କରିଥିଲେ ଜଷ୍ଟିସ୍‌ ରଥ। ଅଭିଯୋଗ ପାଇବା ପରେ ରେଲୱେ ଏ ନେଇ  ତଦନ୍ତ ଆରମ୍ଭ କରିଥିଲା। ଶନିବାର ଘଟଣାରେ କାର୍ଯ୍ୟାନୁଷ୍ଠାନ ସ୍ୱରୁପ ଟ୍ରେନ୍‌ ସୁପରଭାଇଜରଙ୍କୁ ନିଲମ୍ବିତ କରାଯାଇଛି।

ରଥ ଆଜି କୋରାପୁଟରେ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ କୋଣାର୍କ ଏକ୍ସପ୍ରେସ୍‌ରେ ଭୁବନେଶ୍ୱରରୁ ବିଶାଖାପାଟଣା ଯାଉଥିଲେ। ସେ ବସିଥିବା ଏସି ବଗିରେ ପ୍ରବଳ ଦୁର୍ଗନ୍ଧ ହେଉଥିଲା। ଏପରିକି ମୂଷା ଚଳପ୍ରଚଳ କରୁଥିବା ଦେଖିବାକୁ ମିଳିଥିଲା। ଏଥିରେ ଅତିଷ୍ଠ ହୋଇ ଜଷ୍ଟିସ୍‌ ରଥ ବ୍ରହ୍ମପୁର ଷ୍ଟେସନରୁ ଗାଡିରୁ ଓହ୍ଲାଇ ପଡ଼ିଥିଲେ।

Related story